ନ୍ୟୁଜିଲାଣ୍ଡଠାରୁ ପରାଜୟ ପରେ ଗୌତମ ଗମ୍ଭୀରଙ୍କ କୋଚିଂ ଉପରେ ପ୍ରଶ୍ନ; ଦଳର ଅସ୍ଥିରତାକୁ ଦୋଷ ଦେଲେ ରାହାଣେ

Advertisment

ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ଉପରେ ଉଠିଲା ପ୍ରଶ୍ନ । ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଭାରତର ଲଗାତାର ଖରାପ ପ୍ରଦର୍ଶନ ଜାରି ରହିଛି

ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ଉପରେ ଉଠିଲା ପ୍ରଶ୍ନ । ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଭାରତର ଲଗାତାର ଖରାପ ପ୍ରଦର୍ଶନ ଜାରି ରହିଛି

India

କନକ ବ୍ୟୁରୋ : ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଭାରତର ଶୋଚନୀୟ ପରାଜୟ । ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ଉପରେ ଉଠିଲା ପ୍ରଶ୍ନ । ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଭାରତର ଲଗାତାର ଖରାପ ପ୍ରଦର୍ଶନ ଜାରି ରହିଛି । ଟେଷ୍ଟ ସିରିଜ ପରେ ଦିନିକିଆରେ ମଧ୍ୟ ଦଳ ପରାଜୟର ସାମ୍ନା କରିବାକୁ ପଡ଼ିଛି । ୧-୨ରେ ପରାଜିତ ହେବା ପରେ ପୂର୍ବତନ ଭାରତୀୟ ବ୍ୟାଟର୍ ଅଜିଙ୍କ୍ୟ ରାହାଣେ ବର୍ଷିଛନ୍ତି ।

ଅଧିକ ପଢନ୍ତୁ : ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ପୁଷ୍ପକୁମାରଙ୍କ ୧୦୦୦ ୱିକେଟ୍‌

ରାହାଣେ କହିଛନ୍ତି ଯେ, ଶେଷ ୯ଟି ଦିନିକିଆ ମ୍ୟାଚ୍‌ରେ ୫ଟିରେ ପରାଜୟ ହେବାର ମୁଖ୍ୟ କାରଣ ହେଉଛି ଦଳରେ ଅଧିକ ପରିବର୍ତ୍ତନ । ଖେଳାଳିଙ୍କୁ ସ୍ଥିରତା ଓ ସ୍ପଷ୍ଟ ଭୂମିକା ଦିଆଯିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି । ଗିଲଙ୍କ ନେତୃତ୍ୱାଧୀନ ଦଳ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଥିଲା କିନ୍ତୁ ପରବର୍ତ୍ତୀ ଦୁଇଟି ମ୍ୟାଚରେ ପରାଜିତ ହୋଇ ଶୃଙ୍ଖଳା ହାରିଛି ।

ଭାରତ ଘରୋଇ ପିଚ୍‌ରେ ନ୍ୟୁଜିଲାଣ୍ଡକୁ ସହଜରେ ହରାଇବ ବୋଲି ଆଶା କରାଯାଇଥିଲା କିନ୍ତୁ ବିପକ୍ଷ ଦଳର ପ୍ରଦର୍ଶନ ଆଗରେ ମୁଣ୍ତ ନୁଆଁଇଛି ଭାରତ । ରାହାଣେ କହିଛନ୍ତି, “ନିହାତି ଭାବେ ପ୍ରଶ୍ନ ଉଠିବ । ଖେଳାଳିଙ୍କୁ ସୁରକ୍ଷା ଓ ସ୍ପଷ୍ଟତା ଦରକାର । ୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେ ଆହୁରି କହିଛନ୍ତି ଯେ ସଠିକ୍ ଖେଳାଳି ଚୟନ, ସଂଯୋଜନ ଓ ରଣନୀତି ଚିହ୍ନଟ କରି ସେମାନଙ୍କୁ ସ୍ଥାୟୀ ଭାବେ ସମର୍ଥନ କରିବା ଦରକାର । ଭାରତର ପରବର୍ତ୍ତୀ ଦିନିକିଆ ସିରିଜ ଆସନ୍ତା ଜୁଲାଇରେ ଖେଳାଯିବ । ସେ ପର୍ଯ୍ୟନ୍ତ ଦଳରେ ପରିବର୍ତ୍ତନ କରିବା ପାଇଁ ଯଥେଷ୍ଟ ସମୟ ରହିଛି । ଏହି ବ୍ରେକକୁ ସକାରାତ୍ମକ ଭାବେ ବ୍ୟବହାର କରି ମ୍ୟାନେଜମେଣ୍ଟ ପ୍ରକ୍ରିୟା ଅନୁସରଣ କରିବା ଉଚିତ୍ ବୋଲି ରାହାଣେ ପରାମର୍ଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe