ଭାରତର ଶୀଘ୍ର ଭୋଟ ଗଣତି ପ୍ରକ୍ରିୟାକୁ ନେଇ ଏଲନ ମସ୍କ ଆଶ୍ଚର୍ଯ୍ୟ, ଏକ୍ସ ରେ ପୋଷ୍ଟ କଲେ ଏପରି..

Advertisment

ଏଲନ ମସ୍କ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି ଭାରତ କିପରି ଗୋଟିଏ ଦିନରେ ୬୪  କୋଟି ଭୋଟର କାଉଣ୍ଟିଙ୍ଗ କରିଦେଉଛି । କିନ୍ତୁ  ଆମର ଏବେ ବି କାଲିଫୋର୍ନିଆ ରେ ଭୋଟ ଗଣତି ଚାଲିଛି ।

ଏଲନ ମସ୍କ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି ଭାରତ କିପରି ଗୋଟିଏ ଦିନରେ ୬୪  କୋଟି ଭୋଟର କାଉଣ୍ଟିଙ୍ଗ କରିଦେଉଛି । କିନ୍ତୁ  ଆମର ଏବେ ବି କାଲିଫୋର୍ନିଆ ରେ ଭୋଟ ଗଣତି ଚାଲିଛି ।

MODI ELON

କନକ ବ୍ୟୁରୋ : ଗୋଟିଏ ଦିନରେ ଭାରତ କିପରି ୯୦ କୋଟି ଭୋଟର ଗଣତି କରିଦେଉଛି ।  ଏହା ଆଶ୍ଚର୍ଯ୍ୟ କରିଛି ଆମେରିକାକୁ । ଏଲନ ମସ୍କ ସୋସିଆଲ ମିଡିଆ ଏକ୍ସରେ ଏକ  ପୋଷ୍ଟ କରି ଲେଖିଛନ୍ତି ଭାରତ କିପରି ଗୋଟିଏ ଦିନରେ ୬୪  କୋଟି ଭୋଟର କାଉଣ୍ଟିଙ୍ଗ  କରିଦେଉଛି । କିନ୍ତୁ  ଆମର ଏବେ ବି କାଲିଫୋର୍ନିଆ ରେ ଭୋଟ ଗଣତି ଚାଲିଛି । ଦୁନିଆର ସବୁଠାରୁ  ବଡ ନିର୍ବାଚନ  ପ୍ରକ୍ରିୟାର ଭୋଟ ଗଣତି ୪ ଜୁନ୍ ୨୦୨୪ ରେ ହୋଇଥିଲା ।

 ବିଧାନସଭା ନିର୍ବାଚନରେ ସେତେବେଳେ ୯୦ କୋଟି ରୁ ଅଧିକ ଭୋଟର୍ସ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ଭୋଟ  ଗଣତିମଣତି  ପ୍ରକ୍ରିୟା  ଭୋଟ କେନ୍ଦ୍ରରେ ଗୋଟିଏ ଦିନରେ  ଶେଷ ହୋଇଥିଲା । ଏହା ପ୍ରକୃତରେ କୌଣସି ଚମକ୍ରାର ଠୁ ବି କମ ନୁହେଁ । ବିଶ୍ୱ ପାଇଁ ଏହା ଆଶ୍ଚର୍ଯ୍ୟଜନକ ଘଟଣା । କାରଣ ଆମେରିକା ଭଳି ଏକ ଟେକ୍ନୋଲୋଜି ଏବଂ ସୁବିଧା ସମୃଦ୍ଧ ଦେଶ ମଧ୍ୟ ଏହା କରିପାରେ ନାହିଁ । ଭାରତର ଏପରି ଶ୍ରୀଘ୍ର  ଭୋଟ୍ ଗଣତି କାର୍ଯ୍ୟରେ ଆଶ୍ଚର୍ଯ୍ୟ ହୋଇ ଏଲନ ମସ୍କ ଏପରି ଟୁଇଟ୍  କରିଛନ୍ତି ।

ତେବେ ଭାରତରେ ଯେବେଠୁ  ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ପ୍ରଚଳନ ହେବା ଆରମ୍ଭ ହୋଇଛି  ଗତ ତିନି ଦଶନ୍ଧିରୁ ଏପରି ପରିବର୍ତ୍ତନ ହୋଇଛି । ଭାରତରେ  ୨୦୨୪ ରେ ଲୋକସଭା  ନିର୍ବାଚନରେ ପାଖାପାଖି  ୨୦ ଲକ୍ଷ  ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ର ବ୍ୟବହାର କରାଯାଇଥିଲା । ଏଥିରେ ଇଭିଏମ ଏବଂ  ବିବିପିଏଟି  ଦୁଇଟି ମେସିନ ସାମିଲ ଥିଲା । ଗୋଟିଏ ଇଭିଏମରେ ସର୍ବାଧିକ  ୨୦୦୦  ଭୋଟ ରେକର୍ଡ  କରାଯାଇାପରେ ।  ପ୍ରାୟ  ୯୦ କୋଟି  ଭୋଟରଙ୍କ ଏକ ବିଶାଳ ନିର୍ବାଚନମଣ୍ଡଳୀ ପାଇଁ  ଏହି ମେସିନକୁ  ନିୟୋଜିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe