କନକବ୍ୟୁରୋ : ଓଭାଲ୍ ପିଚ୍ ରେ ଭାରତୀୟ ବ୍ୟାଟର ଝୁଣ୍ଟିଲେ ସେହି ପିଚ୍ ରେ ଇଂଲଣ୍ଡ ବ୍ୟାଟର ଟି-୨୦ ଷ୍ଟାଇଲେ ବ୍ୟାଟିଂ କରି ବାଜ୍ ବଲର ରଣନୀତି କଣ ଭାରତୀୟ ଦଳକୁ ଦେଖାଇଦେଲେ । ଦ୍ବିତୀୟ ଦିନରେ ଟିମ୍ ଇଣ୍ଡିଆ ଅଧ ଘଂଣ୍ଟାରେ ଅଲ-ଆଉଟ ହୋଇଥିଲା । ଗସ୍ ଆଟିକସନଙ୍କ ଘାତକ ବୋଲିଂ ମୁକାବିଲା କରିପାରିନଥିଲେ ଗିଲ୍ ବାହିନୀ ।
ଆଟିକସନ୍ ୫ୱିକେଟ ନେଇଥିଲେ । ଇଂଲଣ୍ଡର ଓପନର ଜାକ୍ କ୍ରଲି ଓ ଡକେଟ ଟି-୨୦ ଷ୍ଟାଇଲରେ ବ୍ୟାଟିଂ କରିଛନ୍ତି ,କ୍ରଲି ଅର୍ଦ୍ଧଶତକ ହାସଲ କରଥିବା ବେଳେ ଡକେଟ ୪୩ରନ୍ କରି ଆକାଶ ଦୀପଙ୍କ ଓଭରରେ ଆଉଟ ହୋଇଥିଲେ । ସେପଟେ ଭାରତୀୟ ବ୍ୟାଟରଙ୍କ ପାଇଁ ଖୁସି ଖବର ଯେ , ଓଭାଲ ଟେଷ୍ଟରୁ ଆହତ ହୋଇ ବାଦ ପଡିଲେ ଇଂଲଣ୍ଡ ଦ୍ରୁତ ବୋଲର କ୍ରିସ୍ ୱକ୍ସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/01/uo-b-2025-08-01-20-51-05.jpg)