ଏସିଆ କପ୍ ଫାଇନାଲରେ ଟିମ୍ ଇଣ୍ଡିଆ ;  କାଲି ଶ୍ରୀଲଙ୍କା ସହ ମୁକାବିଲା

ଏସିଆ କପ୍ ଫାଇନାଲରେ ଟିମ୍ ଇଣ୍ଡିଆ  ।  ସୁପର-୪ରେ ବାଂଲାଦେଶକୁ ୪୧ରନରେ ହରାଇଲା ଭାରତ ।  ଅଭିଷେକ ଶର୍ମାଙ୍କ ଧମାକାଦାର ୭୫ ରନର ଇନିଙ୍ଗସ୍ । ଆସନ୍ତାକାଲି ଶ୍ରୀଲଙ୍କାକୁ ଭେଟିବ ସୂର୍ଯ୍ୟବାହିନୀ ।

8

କନକ ବ୍ୟୁରୋ: ଏସିଆ କପ୍ ଫାଇନାଲରେ ଟିମ୍ ଇଣ୍ଡିଆ । ସୁପର-୪ରେ ବାଂଲାଦେଶକୁ ୪୧ରନରେ ହରାଇ ଫାଇନାଲରେ ନିଜ ସ୍ଥାନ ସୁନିଶ୍ଚିତ କରିନେଇଛି ଭାରତୀୟ ଦଳ । ଭାରତ ପ୍ରଥମେ ବ୍ୟାଟିଂ କରି ଅଭିଷେକ ଶର୍ମାଙ୍କ ଧମାକାଦାର ୭୫ ରନ୍ ବଳରେ ୬ ୱିକେଟ ହରାଇ ୧୬୮ ରନ୍ କରିଥିଲା । ଜବାବରେ ବାଂଲାଦେଶ ୧୯ ଓଭର ୩ଟି ବଲ୍‌ରେ ୧୨୭ ରନରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ କୁଲଦୀପ ଯାଦବ ୩ଟି, ବରୁଣ ଚକ୍ରବର୍ତ୍ତୀ ୨ଟି ଓ ଯଶପ୍ରୀତ ବୁମରା ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ । 

ଭାରତ ସୁପର-୪ର ଶ୍ରୀଲଙ୍କାକୁ ଆସନ୍ତାକାଲି ଭେଟିବ । ଅନ୍ୟପଟେ ଆଜି ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ହେବ । ଏହି ମ୍ୟାଚରେ ଯିଏ ଜିତିବ ସେହି ଦଳ ଫାଇନାଲରେ ପ୍ରବେଶ କରିବ । ସେପ୍ଟେମ୍ବର ୨୮ରେ ଫାଇନାଲ ଖେଳାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe