କନକ ବ୍ୟୁରୋ: ଏସିଆ କପ୍ ଫାଇନାଲରେ ଟିମ୍ ଇଣ୍ଡିଆ । ସୁପର-୪ରେ ବାଂଲାଦେଶକୁ ୪୧ରନରେ ହରାଇ ଫାଇନାଲରେ ନିଜ ସ୍ଥାନ ସୁନିଶ୍ଚିତ କରିନେଇଛି ଭାରତୀୟ ଦଳ । ଭାରତ ପ୍ରଥମେ ବ୍ୟାଟିଂ କରି ଅଭିଷେକ ଶର୍ମାଙ୍କ ଧମାକାଦାର ୭୫ ରନ୍ ବଳରେ ୬ ୱିକେଟ ହରାଇ ୧୬୮ ରନ୍ କରିଥିଲା । ଜବାବରେ ବାଂଲାଦେଶ ୧୯ ଓଭର ୩ଟି ବଲ୍ରେ ୧୨୭ ରନରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ କୁଲଦୀପ ଯାଦବ ୩ଟି, ବରୁଣ ଚକ୍ରବର୍ତ୍ତୀ ୨ଟି ଓ ଯଶପ୍ରୀତ ବୁମରା ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ ।
ଭାରତ ସୁପର-୪ର ଶ୍ରୀଲଙ୍କାକୁ ଆସନ୍ତାକାଲି ଭେଟିବ । ଅନ୍ୟପଟେ ଆଜି ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ହେବ । ଏହି ମ୍ୟାଚରେ ଯିଏ ଜିତିବ ସେହି ଦଳ ଫାଇନାଲରେ ପ୍ରବେଶ କରିବ । ସେପ୍ଟେମ୍ବର ୨୮ରେ ଫାଇନାଲ ଖେଳାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/25/8-2025-09-25-08-57-33.jpg)