କନକ ବ୍ୟୁରୋ : ଇରାନ ଉପରେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ପରେ, ପଶ୍ଚିମ ଏସିଆ ଉପରେ ସଙ୍କଟର କଳା ବାଦଲ ଦେଖାଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପକ୍ଷ ରଖି କହିଛନ୍ତି, ପଶ୍ଚିମ ଏସିଆର ସଙ୍କଟ ଏକ ଗଭୀର ଚିନ୍ତାର ବିଷୟ । ସେ କହିଛନ୍ତି, ବିଶ୍ୱରେ ଉତ୍ତେଜନା ଜାରି ରହିଛି। ଭାରତ ଶାନ୍ତିର ପକ୍ଷଧର। ଭାରତ ଶାନ୍ତି ଏବଂ ସ୍ଥିରତା ସପକ୍ଷରେ ତଥା ଭାରତୀୟଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ। ଭାରତ ସମସ୍ତ ଦେଶ ସହିତ ମିଶି କାମ କରିବ। ଓ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମାଧାନ ସପକ୍ଷରେ ରହିଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର ପରିସ୍ଥିତି ଆମ ପାଇଁ ଗମ୍ଭୀର ଚିନ୍ତାର ବିଷୟ। ଭାରତ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ତ ବିବାଦର ସମାଧାନକୁ ସମର୍ଥନ କରେ। ଆମେ ଏହି ଅଞ୍ଚଳରେ ଭାରତୀୟଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମ୍ପୃକ୍ତ ସମସ୍ତ ଦେଶ ସହିତ ଘନିଷ୍ଠ ଭାବରେ କାମ ଜାରି ରଖିଛୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/02/pmoindia-2026-03-02-16-15-53.jpg)