କନକ ବ୍ୟୁରୋ: ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ ମ୍ୟାଚ୍ । ଏହି ସିରିଜ୍‌ରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । କୌଣସି ବ୍ୟାଟର ଭଲ ପ୍ରଦର୍ଶନ କରୁନାହାନ୍ତି । ଏପରିକି ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟ୍ ଚାଲିନଥିବାରୁ ସିଡ୍‌ନୀରେ ଚୂଡ଼ାନ୍ତ ଏକାଦଶରୁ ଓହରି ଯାଇଛନ୍ତି । ସିରିଜ୍‌ରେ କେବଳ ବୁମ୍‌ରାଙ୍କ ପ୍ରଦର୍ଶନ ଭଲ ରହିଛି । ସିଡ୍‌ନୀରେ ଭାରତର ଟପ୍‌ ଅର୍ଡର ବ୍ୟାଟିଂ ପୁଣି ଦ୍ବିତୀୟ ଇନିଂସରେ ବି ଫେଲ୍ ମାରିଛି । ଦ୍ୱିତୀୟ ଦିନ ଷ୍ଟମ୍ପ୍‌ ଅପସାରଣ ସୁଦ୍ଧା ଭାରତ ୬ ୱିକେଟ୍‌ ବିନିମୟରେ ମାତ୍ର ୧୪୧ ରନ୍‌ ହିଁ କରି ପାରିଛି ।

Advertisment

ଭାରତ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୬୧ ରନ୍‌ କରିଛନ୍ତି । ଏହାପରେ ଯଶସ୍ୱୀ ଜୟସ୍ବାଲ ୨୨ ରନ୍‌ କରିଛନ୍ତି । କେଏଲ୍‌ ରାହୁଲ ଓ ଶୁଭମନ୍‌ ଗିଲ୍‌ ୧୩ ରନ୍‌ ଲେଖାଏଁ କରିଛନ୍ତି । ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌କୁ ଛାଡ଼ିଦେଲେ କୋହଲିଙ୍କ ଲଗାତାର ଫ୍ଲପ୍‌ ସୋ’ ଜାରି ରହିଛି । ସିଡ୍‌ନୀରେ ଅଷ୍ଟ୍ରେଲିଆକୁ କେତେ ଟାର୍ଗେଟ୍‌ ଦେବ ଭାରତ ତାହାରି ଉପରେ ରହିଛି ନଜର । 

ବର୍ତ୍ତମାନ ଭାରତକୁ ପୁଣି ଥରେ ପେସ୍‌ ବ୍ୟାଟେରୀ ଉପରେ ହିଁ ଭରସା କରିବାକୁ ହେବ । ଏହାରି ମଧ୍ୟରେ ବୁମ୍‌ରାଙ୍କ ଆହତ ସମସ୍ୟା ଟିମ୍‌ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟି ଯାଇପାରେ ।  ତେବେ ତାଙ୍କ ଆହତ ସମସ୍ୟା କେତେ ଗମ୍ଭୀର ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ଆସିପାରିନାହିଁ ।