କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିସ୍ଫୋରକ ବୟାନ । ଟ୍ରମ୍ପ କହିଛନ୍ତି, ଭାରତ ଓ ରୁଷ ବିପଦପୂର୍ଣ୍ଣ ଚୀନ ହାତରେ ପଡ଼ିଯାଇଛନ୍ତି । ଆମେ ଦୁଇଦେଶକୁ ହରାଇଦେବା ପରି ମନେହେଉଛି । ଚୀନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନ ପ୍ରଧାନମନ୍ତ୍ରୀ ସି. ଜିନପିଙ୍ଗ୍ ଏକାଠି ହେବା ପରେ ଟ୍ରମ୍ପ ଏପରି କହିଛନ୍ତି । ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେଉ ବୋଲି ସାମାଜିକ ଗଣମାଧ୍ୟମ ଟ୍ରୁଥରେ ଲେଖିଛନ୍ତି ଟ୍ରମ୍ପ୍ । ମୋଦୀ, ଟୁଟିନ ଓ ଜିନପିଙ୍ଗ ଏକାଠି ଥିବାର ଏକ ଫଟୋ ପୋଷ୍ଟ କରିଛନ୍ତି ।
ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ୍ ଲଗାଇବା ଓ ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ଆଲାସ୍କାରେ ପୁଟିନ ଏୱଂ ଟ୍ରମ୍ପ ଆଲୋଚନା କରିବାର କିଛିଦିନ ପରେ ଚୀନର ତିଆନଜିନ ସହରରେ ସାଂଘାଇ ସହଯୋଗ ସଂଗଠନରେ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ ଓ ରୁଷ ସମେତ ୨୬ଟି ଦେଶର ମୁଖ୍ୟ ଏକାଠି ହୋଇଥିଲେ । ଏହାକୁ ଟ୍ରମ୍ପ ଟାର୍ଗେଟ୍ କରିଛନ୍ତି ।
ଟ୍ରମ୍ପଙ୍କ ବିସ୍ଫୋରକ ବୟାନ
‘ଭାରତ ଓ ରୁଷ ବିପଦପୂର୍ଣ୍ଣ ଚୀନ ହାତରେ ପଡ଼ିଯାଇଛନ୍ତି’
‘ଆମେ ଦୁଇଦେଶକୁ ହରାଇଦେବା ପରି ମନେହେଉଛି’
ଚୀନରେ ମୋଦୀ, ପୁଟିନ ଓ ଜିନପିଙ୍ଗ୍ ଏକାଠି ହେବା ପରେ ମନ୍ତବ୍ୟ
ସାମାଜିକ ଗଣମାଧ୍ୟମ ଟ୍ରୁଥରେ ଲେଖିଛନ୍ତି ଟ୍ରମ୍ପ୍