ଅହମ୍ମଦାବାଦରେ ଭାରତର ବଡ଼ ବିଜୟ, ହାଇସ୍କୋରିଂ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ

Advertisment

ସିରିଜକୁ ୩-୧ରେ କବଜା କରିଛି ସୂର୍ଯ୍ୟବାହିନୀ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୨୩୧ ରନ କରିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ବିଶାଳ ସ୍କୋର କରିବାକୁ ସକ୍ଷମ ହୋଇଥିଲା ଭାରତ । ହାର୍ଦ୍ଧିକ ପାଣ୍ଡ୍ୟା ୨୫ ବଲରେ ବିସ୍ଫୋରକ ୬୩ ରନର ଇନିଂସ ଖେଳିଥିଲେ ।

cricket

କନକ ବ୍ୟୁରୋ : ଶେଷ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇ ସିରିଜ ଜିତିଲା ଟିମ୍ ଇଣ୍ଡିଆ। ଅହମ୍ମଦାବାଦରେ ଶେଷ ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୩୦ ରନରେ ମାତ ଦେଇଛି ଭାରତ । ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୪ଟି ୱିକେଟ୍ ନେଇ ଦକ୍ଷିଣ ଆଫ୍ରିକାକୁ ଧରାଶାୟୀ କରିଥିଲେ । ସିରିଜକୁ ୩-୧ରେ କବଜା କରିଛି ସୂର୍ଯ୍ୟବାହିନୀ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୨୩୧ ରନ କରିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ବିଶାଳ ସ୍କୋର କରିବାକୁ ସକ୍ଷମ ହୋଇଥିଲା ଭାରତ । ହାର୍ଦ୍ଧିକ ପାଣ୍ଡ୍ୟା ୨୫ ବଲରେ ବିସ୍ଫୋରକ ୬୩ ରନର ଇନିଂସ ଖେଳିଥିଲେ । ୨୩୨ ରନର ବିଜୟଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ପ୍ରଥମରୁ ଦମଦାର ବ୍ୟାଟିଂ କରିଥିଲା । ତେବେ ନିୟମିତ ବ୍ୟବଧାନରେ ୱିକେଟ ହରାଇବା ପରେ ସଙ୍କଟରେ ପଡିଥିଲା ଦଳ। ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ବିଣ୍ଟନ ଡିକକ୍ ସର୍ବାଧିକ ୬୫ ରନର ଇନିଂସ ଖେଳିଥିଲେ । ହେଲେ ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe