ଅପରେସନ ସିନ୍ଦୂରକୁ ନେଇ ଖୁସିରେ ନାଚିଲେ ଅସଦଦ୍ଦୁିନ ୱବେସୀ । କହିଲେ, ଆଉ ଆତଙ୍କୀ ଆକ୍ରମଣ କରିବାକୁ ପାକିସ୍ତାନ କରିବନି ସାହସ

Advertisment

ଭାରତୀୟ ସେନାର ଏଭଳି କାର୍ଯ୍ୟାନୁଷ୍ଠାନକୁ ସାରା ଦେଶ ପ୍ରଶଂସା କରିବାରେ ଲାଗିଛି । ପହଲଗାମ ଆକ୍ରମଣକୁ ନେଇ ପ୍ରତିଶୋଧ ନିଆଁରେ ଜଳୁଥିବା ଭାରତୀୟଙ୍କ ରାଗ କିଛି ମାତ୍ରାରେ ଶାନ୍ତ ପଡିଛି । ଏସବୁ ଭିତରେ ଏଆଇଏମଆଇଏମର ମୁଖ୍ୟ ସେନାର ଅପରେସନକୁ ଦେଶର ଗର୍ବ ବୋଲି କହିଛନ୍ତି ।

þZòKþqþ

କନକ ବ୍ୟୁରୋ : ଭାରତ ତରଫରୁ ପାକିସ୍ତାନୀ ଆତଙ୍କବାଦ ବିରୋଧରେ ବଡ ସୈନ୍ୟ କାର୍ଯ୍ୟାନୁଷ୍ଠାନ ନେଇଛି । ଭାରତୀୟ ସେନା ମିଳିତ ଅପରେସନ କରି ପାକିସ୍ତାନର ଅଣ୍ଟା ଭାଙ୍ଗି ଦେଇଛି । ପାକ୍ ଅଧିକୃତ କାଶ୍ମୀର ବା ପିଓକେରେ ପଶି ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇ ଦେଇଛି । 

ଭାରତୀୟ ସେନାର ଏଭଳି କାର୍ଯ୍ୟାନୁଷ୍ଠାନକୁ ସାରା ଦେଶ ପ୍ରଶଂସା କରିବାରେ ଲାଗିଛି । ପହଲଗାମ ଆକ୍ରମଣକୁ ନେଇ ପ୍ରତିଶୋଧ ନିଆଁରେ ଜଳୁଥିବା ଭାରତୀୟଙ୍କ ରାଗ କିଛି ମାତ୍ରାରେ ଶାନ୍ତ ପଡିଛି । ଏସବୁ ଭିତରେ ଏଆଇଏମଆଇଏମର ମୁଖ୍ୟ ସେନାର ଅପରେସନକୁ ଦେଶର ଗର୍ବ ବୋଲି କହିଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି କି, ମୋ ଦେଶର ସେନା ଯେଭଳି ଭାବେ ଶତ୍ରୁ ଦେଶରେ ପଶି ପ୍ରତିଶୋଧ ନେଲା ତାହା ମୋ ପାଇଁ ଗର୍ବର ବିଷୟ । ପାକିସ୍ତାନକୁ ଏଭଳି ଦଣ୍ଡ ଦେବା ନ୍ୟାୟ ସଂଗତ ବୋଲି ସେ ଲେଖିଛନ୍ତି । କେବଳ ସେତିକି ନୁହେଁ ପାକିସ୍ତାନର ଆତଙ୍କୀ ଢାଞ୍ଚାକୁ ଭାରତୀୟ ସେନା ସମ୍ପୂର୍ଣ୍ଣ ନଷ୍ଟ କରିଦେବା ଦରକାର ଓ ଏହି କ୍ଷମତା ଆମ ସେନା ପାଖରେ ଥିବା କଥା କହିଛନ୍ତି ୱବେସୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe