କନକ ବ୍ୟୁରୋ : ଆମେରିକା, ଚୀନ, ଋଷ ପରି ଭାରତ ବି ବିଶ୍ୱର ମହାଶକ୍ତି ତାଲିକାରେ ତାର ସ୍ଥାନ ବଜାୟ ରଖିଛି । ପ୍ରତିରକ୍ଷା କ୍ଷମତାକୁ ଗୁରୁତ୍ୱ ଦେଉଥିବା ଭାରତ ପ୍ରତିବର୍ଷ ତାର ଶକ୍ତିକୁ ବଢାଇ ଚିଲାଛି । ଯାହାର ରିପୋର୍ଟ ଏବେ ସାମ୍ନାକୁ ଆସିଛି । ନିକଟରେ ପ୍ରକାଶ ପାଇଛି ଗ୍ଲୋବାଲ୍ ଫାୟାରପାୱାର୍ ଇଣ୍ଡେକ୍ସ ୨୦୨୫ । ଏହି ରୋପୋର୍ଟ ଚତୁର୍ଥ ସ୍ଥାନରେ ରହିଛି ଭାରତ । ଏହି ଇଣ୍ଡେକ୍ସକୁ ପ୍ରସ୍ତୁତ କରିବା ପାଇଁ ସେନା କ୍ଷମତା, ଆର୍ଥିକ ସ୍ଥିତି, ଲଜିଷ୍ଟିକ୍ ରିପୋର୍ଟ ଏବଂ ୬୦ରୁ ଅଧିକ କାରଣକୁ ବିଶ୍ଲେଷଣ କରି ରିପୋର୍ଟ ପ୍ରସ୍ତୁତ କରାଯାଇଛି । 

Advertisment

ଗ୍ଲୋବାଲ୍ ଫାୟାରପାୱାର୍ ଇଣ୍ଡେକ୍ସ ରିପୋର୍ଟରେ ବିଶ୍ୱ ଶକ୍ତିମାନ ଦେଶ ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ରହିଛି । ଆମେରିକାର ସ୍କୋର୍ ୦.୦୭୪୪ ରହିଛି । ସେହିପରି ଚୀନ୍ ଓ ଋଷ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସବୁଠୁ ସ୍କୋର୍ ତାଲିକାରେ ସବୁଠୁ କମ୍ ସ୍କୋର୍ ଥିଲା ଦେଶ ହିଁ ସର୍ବ ଶକ୍ତିମାନ ହୋଇଥାଏ । ଏହି ଆଧାରରେ ଆମେରିକା ପ୍ରଥମ, ଋଷ ଦ୍ୱିତୀୟ, ଚୀନ୍ ତୃତୀୟ, ଏବଂ ଚତୁର୍ଥ ସ୍ଥାନରେ ରହିଛି ଭାରତ । ଗ୍ଲୋବାଲ୍ ଫାୟାରପାୱାର୍ ସ୍କୋର ତାଲିକାରେ ଭାରତର ସ୍କୋର ରହିଛି ୦.୧୧୮୪ । ଠିକ୍  ସେହିପରି ୫ମ ସ୍ଥାନରେ ସାଉଥ କୋରିଆ, ୬ଷ୍ଠ ସ୍ଥାନରେ ବ୍ରିଟେନ୍, ୭ମ ସ୍ଥାନରେ ଫ୍ରାନ୍ସ, ୮ମ ସ୍ଥାନରେ ଜାପାନ୍, ୯ମ ସ୍ଥାନରେ ତୁର୍କୀ ଏବଂ ୧୦ମ ସ୍ଥାନରେ ଇଟାଲୀ ରହିଛି । କିନ୍ତୁ ରିପୋର୍ଟର ୧୦ଟି ଦେଶ ତାରିକାରେ ପାକିସ୍ତାନର ନାଁ ବି ନାହିଁ । ତାଲିକାର ୧୨ନମ୍ୱରରେ ରହିଛି ପାକିସ୍ତାନ । ଗରିବ ରାଷ୍ଟ୍ର କୁହାଯାଉଥିବା ତୁର୍କୀ ବି ତାଲାକାରେ ପାକିସ୍ତାନଠୁ ଉପରେ ରହିଛି । 

ଭାରତ ସହ ପାକିସ୍ତାନର ତୁଳନା କଲେ ଭାରତଠାରୁ ପାକିସ୍ତାନର ଶକ୍ତି ଅନେକ କମ୍ ରହିଛି । ଭାରତର ନୌସେନା ଓ ବାୟୁସେନା ତୁଳନାରେ ପାକିସ୍ତାନର ଶକ୍ତି ଖୁବ୍ କମ୍ । ଭାରତ ପାଖରେ ମୋଟ ୫୧ ଲକ୍ଷ ୩୭ ହଜାର ସେନା କର୍ମୀ ରହିଛନ୍ତି । ଏଥିରୁ ୧୪ଲକ୍ଷ.୫୫ହଜାର ଆକ୍ଟିଭ୍ ସୈନ୍ୟ ରହିଥିବା ବେଳେ ୧୧ଲକ୍ଷ ୫୫ହଜାର ରିଜର୍ଭ ସୈନ୍ୟ ଏବଂ ୨୫.୨୭ ଅର୍ଦ୍ଧ ସୈନ୍ୟବଳ ରହିଛନ୍ତି । ଏହି ତୁଳନାରେ ପାକିସ୍ତାନ ପାଖରେ ମୋଟ ୧୭ ଲକ୍ଷ ସୈନ୍ୟ ରହିଛନ୍ତି । ୬ଲକ୍ଷ ୫୪ହଜାର ଆକ୍ଚିଭ୍ ସୈନ୍ୟ ଥିବା ବେଳେ ୫ଲକ୍ଷ ୫୦ ହଜାର ରିଜର୍ଭ ଏବଂ ୫ଲକ୍ଷ ଅର୍ଦ୍ଧ ସୈନ୍ୟ ରହିଛନ୍ତି । ଭାରତର ବାୟୁସେନା ୪ର୍ଥ ସ୍ଥାନରେ ରହିଥିବାବେଳେ ପାକିସ୍ତାନର ବାୟୁସେନା ୭ମ ସ୍ଥାନରେ ରହିଛି । ସେହିପରି ଭାରତର ନୌସେନା ବିଶ୍ୱରେ ୭ମ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ ୨୭ ନମ୍ୱରରେ ରହିଛି । ତେବେ ବାରମ୍ୱାର  ପରମାଣୁ ଧମକ ଦେଉଥିବା ପାକିସ୍ତାନର ମୁହଁ ବନ୍ଦ କରିବା ପାଇଁ କେବଳ ଏହି ରିପୋର୍ଟ ହିଁ କାଫି ରହିବ