ଆମେରିକାକୁ ଡାକସେବା ସମ୍ପୂର୍ଣ୍ଣ ଭାବେ ସ୍ଥଗିତ ରଖିଲା ଭାରତ

Advertisment

ଚଳିତମାସ ୨୨ ତାରିଖରେ ଡାକ ବିଭାଗ ପକ୍ଷରୁ ୧୦୦ ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀକୁ ବାଦ୍‌ ଦେଇ ଅନ୍ୟ ପାର୍ସଲ ଜାରି ରହିବ ବୋଲି କୁହାଯାଇଥିଲା ।

ଚଳିତମାସ ୨୨ ତାରିଖରେ ଡାକ ବିଭାଗ ପକ୍ଷରୁ ୧୦୦ ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀକୁ ବାଦ୍‌ ଦେଇ ଅନ୍ୟ ପାର୍ସଲ ଜାରି ରହିବ ବୋଲି କୁହାଯାଇଥିଲା ।

ଆମେରିକାକୁ ମେଲ୍‌ ସେବା ସମ୍ପୂର୍ଣ୍ଣ ସ୍ଥଗିତ

ଆମେରିକାକୁ ମେଲ୍‌ ସେବା ସମ୍ପୂର୍ଣ୍ଣ ସ୍ଥଗିତ Photograph: (google)

ନୂଆଦିଲ୍ଲୀ: ଆମେରିକାକୁ ଡାକସେବା ସମ୍ପୂର୍ଣ୍ଣ ଭାବେ ଭାରତୀୟ ଡାକ ବିଭାଗ ସ୍ଥଗିତ ରଖିଛି। ଚଳିତମାସ ୨୨ ତାରିଖରେ ଡାକ ବିଭାଗ ପକ୍ଷରୁ ୧୦୦ ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀକୁ ବାଦ୍‌ ଦେଇ ଅନ୍ୟ ପାର୍ସଲ ଜାରି ରହିବ ବୋଲି କୁହାଯାଇଥିଲା । କିନ୍ତୁ ଏବେ ସମସ୍ତ ପାର୍ସଲକୁ ସ୍ଥଗିତ ରଖାଯାଇଛି ।

ଫଳରେ ଏବେ ଚିଠି, ଦସ୍ତାବିଜ୍‌ ଏବଂ ୧୦୦ ଡଲାର ମୂଲ୍ୟ ପର୍ଯ୍ୟନ୍ତ ଉପହାର ସାମଗ୍ରୀ ମଧ୍ୟ ପଠାଯାଇ ପାରିବ ନାହିଁ। ଯୋଗାଯୋଗ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଏକ ବିବୃତି ଜାରି କରାଯାଇଛି। ସେଥିରେ କୁହାଯାଇଛି ପରିସ୍ଥିତି ଉପରେ ନଜର ରଖାଯାଇଛି ଏବଂ ଖୁବ୍‌ଶୀଘ୍ର ସେବା ପୁନଃଆରମ୍ଭ ନେଇ ଉଦ୍ୟମ କରାଯାଉଛି। ଯେଉଁ ଗ୍ରାହକ ପୂର୍ବରୁ ସାମଗ୍ରୀ ପଠାଇବା ପାଇଁ ବୁକ୍‌ କରିଛନ୍ତି ଏବଂ ତାହାକୁ ପ୍ରେରଣ କରାଯାଇ ନାହିଁ ସେ ବାବଦ ରାଶି ଫେରସ୍ତ ଦାବି କରିପାରିବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe