କନକ ବ୍ୟୁରୋ: ଭାରତ-ପାକିସ୍ତାନ ଏସିଆ କପ୍ର ଫାଇନାଲ୍ ଲଢ଼େଇ ଟସ୍ ବେଳର ନାଟକରୁ ଆରମ୍ଭ ହୋଇଥିଲ। ପୂର୍ବ ଦୁଇ ମୁକାବିଲା ଭଳି ପାକିସ୍ତାନୀ ପ୍ରତିପକ୍ଷଙ୍କ ସହ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ହାତ ମିଳାଇନଥିଲେ। କିନ୍ତୁ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ରେ ଟସ୍ ବେଳେ ଦୁଇ ଅଧିନାୟକଙ୍କ ପାଇଁ ଅଲଗା ଅଲଗା ଭାଷ୍ୟକାର ରହିବା ଦେଖିବାକୁ ମିଳିଥିଲା। ଭାରତୀୟ ଭାଷ୍ୟକାର ରବି ଶାସ୍ତ୍ରୀଙ୍କ ସହ କଥା ହେବାକୁ ପାକିସ୍ତାନ ଅଧିନାୟକ ପୂର୍ବରୁ ମନା କରିଦେଇଥିବାରୁ ଏଭଳି ବ୍ୟବସ୍ଥା କରାଯାଇଥିଲା। ରଶାସ୍ତ୍ରୀଙ୍କୁ ହଟାଇ ଜଣେ ନିରପେକ୍ଷ ଭାଷ୍ୟକାର ଦେବାକୁ ପିସିବି ଦେଇଥିବା ପ୍ରସ୍ତାବକୁ ଏସିସି ମନାକରି ଦେଇଥିଲା । ଫଳରେ ଟସ୍ ପରେ ସୂର୍ଯ୍ୟକୁମାରଙ୍କ ସହ ରବି ଶାସ୍ତ୍ରୀ ଏବଂ ସଲମାନଙ୍କ ସହ ୱାକର୍ ୟୁନିସ୍ ସାକ୍ଷାତ୍କାର ନେଇଥିଲେ। ଟ୍ରଫି ସହ ସଲମାନ ମଧ୍ୟ ଏକାକୀ ଫଟୋ ସୁଟ୍ କରିଥିଲେ ।
ଏସୀୟ ଚାମ୍ପିୟନ ହେବାପରେ ଏସିସି ଅଧ୍ୟକ୍ଷ ତଥା ପାକିସ୍ତାନର ମନ୍ତ୍ରୀ ମୋହସିନ୍ ନକଭିଙ୍କଠାରୁ ଟ୍ରଫି ଓ ମେଡାଲ ନେବାକୁ ମନା କରି ଦେଇଥିଲେ ଭାରତୀୟ ଖେଳାଳି । ପୋଡିୟମ ଉପରେ ନକଭି ୩୦ ମିନିଟ୍ରୁ ଅଧିକ ସମୟ ଧରି ଅପେକ୍ଷା କରିଥିଲେ ସୁଦ୍ଧା କୌଣସି ଭାରତୀୟ ଖେଳାଳି ପୋଡିୟମ ଉପରକୁ ଯାଇନଥିଲେ । ଏହାପରେ ମୋହସିନ୍ ନକଭି ଏସିଆନ୍ ଚାମ୍ପିୟନସିପ୍ ଟ୍ରଫି ନେଇ ପାଭେଲିୟନ ଛାଡ଼ି ଚାଲି ଯାଇଥିଲେ । ଏହାପରେ ବିନା କୌଣସି ଟ୍ରଫିରେ ଭାରତୀୟ ଦଳ ସେଲିବ୍ରେସନ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/09/29/naqvi-indian-team-2025-09-29-10-29-12.jpeg)