କନକ ବ୍ୟୁରୋ: ଆଇସିସି ମହିଳା ଏକଦିବସୀୟ ବିଶ୍ୱକପ୍ ୨୦୨୫ ସେପ୍ଟେମ୍ବର ୩୦ରୁ ଆରମ୍ଭ ହେଉଛି । ବେଙ୍ଗାଲୁରୁର ଐତିହାସିକ ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆୟୋଜକ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଉଦଘାଟନୀ ମ୍ୟାଚ୍ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା ଦଳକୁ ପାକିସ୍ତାନ ସହିତ ମଧ୍ୟ ମୁକାବିଲା ଖେଳିବାକୁ ପଡିବ । ପାକିସ୍ତାନ ସହିତ ଭାରତର ମ୍ୟାଚ୍ ତାରିଖ ମଧ୍ୟ ପ୍ରକାଶ ପାଇଛି ।

Advertisment

ରିପୋର୍ଟ ଅନୁସାରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅକ୍ଟୋବର ୫ ରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଆଇସିସି, ପିସିବି ଏବଂ ବିସିସିଆଇ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ, ପାକିସ୍ତାନୀ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ତାର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଖେଳିବ ।

୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫି ମଧ୍ୟ ଏକ ହାଇବ୍ରିଡ୍ ମଡେଲରେ ହୋଇଥିଲା । ଫଳରେ ଭାରତୀୟ ପୁରୁଷ ଦଳ ତାର ସମସ୍ତ ମ୍ୟାଚ୍ ପାକିସ୍ତାନ ବଦଳରେ ଦୁବାଇରେ ଖେଳିଥିଲା । ପାକିସ୍ତାନୀ ଦଳ ମହିଳା ବିଶ୍ୱକପରେ ଭାରତ ବ୍ୟତୀତ ଅକ୍ଟୋବର ୨ରେ ବାଂଲାଦେଶ, ଅକ୍ଟୋବର ୧୫ରେ ଇଂଲଣ୍ଡ, ଅକ୍ଟୋବର ୧୮ରେ ନ୍ୟୁଜିଲ୍ୟାଣ୍ଡ, ଅକ୍ଟୋବର ୨୧ରେ ଦକ୍ଷିଣ ଆଫ୍ରିକା ଏବଂ ଅକ୍ଟୋବର ୨୪ରେ ଶ୍ରୀଲଙ୍କା ସହିତ ମୁହାଁମୁହିଁ ହେବ । 

ଏହି ବିଶ୍ୱକପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ଉପରେ ମଧ୍ୟ ନଜର ରହିବ । ଏହି ମ୍ୟାଚ୍ ୨୬ ଅକ୍ଟୋବରରେ ବେଙ୍ଗାଲୁରୁରେ ଖେଳାଯିବ । ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଦଳ ୧ ଅକ୍ଟୋବରରେ ଇନ୍ଦୋରର ହୋଲକର ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳି ବ। ତା'ପରେ ୮ ଅକ୍ଟୋବରରେ କଲମ୍ବୋରେ ପାକିସ୍ତାନ ଏବଂ ୨୨ ଅକ୍ଟୋବରରେ ଇନ୍ଦୋରରେ ଇଂଲଣ୍ଡ ବିପକ୍ଷରେ ମୁକାବିଲା ଖେଳିବ ।