କନକ ବ୍ୟୁରୋ: ସେନାର ପ୍ରେସ କନଫରେନ୍ସରେ ଗତ ୪ ଦିନର ବିସ୍ତୃତ ଖବର ଉପରେ ଆଲୋକପାତ କରାଯାଇଛି । ସେନା ପକ୍ଷରୁ ପ୍ରେସ୍ କନଫରେନ୍ସ ଲିଡ୍ କରୁଥିବା ସୋଫିଆ କ୍ୟୁରେସି କହିଛନ୍ତି, କିପରି ପାକିସ୍ତାନ ଭାରତ ବିରୋଧରେ ଦ୍ରୁତଗତି ସମ୍ପନ୍ନ ଫାଇଟର ଜେଟକୁ ବ୍ୟବହାର କରି ଆକ୍ରମଣ କରୁଛି । ହେଲେ ଭାରତ ନିଜ ଦାୟିତ୍ବବୋଧକୁ ଜଗିଛି । ଆକାଶମାର୍ଗରେ ପାକିସ୍ତାନର ପ୍ରତିଟି ଅନୁପ୍ରବେଶକୁ ପ୍ରତିହତ କରୁଛି, ଭାରତ ପାକିସ୍ତାନର ପ୍ରତି ଆକ୍ରମଣର କେବଳ ଜବାବ ଦେଉଛି ।
ଗୃହମନ୍ତ୍ରଣାଳୟ ପକ୍ଷରୁ କୂହାଯାଇଛି, ପାକିସ୍ତାନର ୩ ଟି ସହରରେ ବିସ୍ଫୋରଣ ହୋଇଛି । ନୁର ଖାନ୍ ଏୟାର ବେସ୍, ମୁରୀଦ ଓ ଶୋରକୋଟରେ ଥିବା ପାକିସ୍ତାନୀ ବାୟୁସେନା ଠିକଣା ଉପରେ ଆଟାକ୍ ହୋଇଛି । ଭାରତ ପାକିସ୍ତାନ ମଧ୍ୟରେ ଆଜି ଚତୁର୍ଥ ଦିନରେ ବି ସୀମାରେ ଆକ୍ରମଣ , ପ୍ରତିଆକ୍ରମଣ ଜାରି ରହିଛି । ସୀମା ସଂଲଗ୍ନ ରାଜସ୍ଥାନଠାରୁ ନେଇ ପଞ୍ଜାବ ଓ ଜମ୍ମୁ-କାଶ୍ମୀର ସବୁଠି ପାକିସ୍ତାନ ନିଜର ଡ୍ରୋନ ଆକ୍ରମଣ କରିଛି । ଭାରତ ସୀମାବର୍ତ୍ତୀ ଇଲାକାରେ ପାକିସ୍ତାନର ଡ୍ରୋନ ନିଷ୍କ୍ରିୟ ହୋଇପଡିଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/05/10/w7ubbZAFGK9M5oJOPqfz.jpg)