କନକ ବ୍ୟୁରୋ: ପହଲଗାମରେ ଆତଙ୍କୀ ରଚିଥିବା ନରସଂହାରର ପ୍ରତିଶୋଧ ନେଇଥିଲା ଅପରେସନ ସିନ୍ଦୂର । ଭାରତର ଅପରେସନ ସିନ୍ଦୂର ମାଧ୍ୟମରେ ଆତଙ୍କୀଙ୍କ  ୯ ଟି  ଆଡ୍ଡାସ୍ଥଳୀ ଉପରେ ଆଟାକ୍‌ କରି  ମାଟିରେ ମିଶାଇଥିଲା ଭାରତୀୟ ସେନା ।  ଏଥିରେ ୧୦୦ ରୁ ଉର୍ଦ୍ଧ୍ବ  ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା ।  ଏହାରିମଧ୍ୟରେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି ଘୋଷଣା କରାଯାଇଛି । ଏହାପରେ ସୀମାରେ ଶାନ୍ତି ଫେରିଛି ।  କିନ୍ତୁ ପାକିସ୍ତାନ ନିଜ  କାର୍ଯ୍ୟକଳାପରୁ ବାଦ୍‌ ପଡୁନାହିଁ,  ସୁଧୁରୁନି ପାକ୍‌ ।  ପାକ୍‌ ରେ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛିନ୍ତି ।

Advertisment

ଏହି ପରିସ୍ଥିତିରେ ଭାରତ ଆଲର୍ଟ ମୋଡ୍‌ରେ ରହିଛି । ବର୍ଡର ଅଞ୍ଚଳ ଦେଇ ଚଳାଚଳ କରୁଥିବା ସମସ୍ତ ବିମାନ ପାଇଁ କମ୍ପାନୀ ଗୁଡିକ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।   ଜାମ୍ମୁ କାଶ୍ମୀରର  ୮ଟି ପ୍ରମୁଖ  ସହରରେ ଉଡାଣ ଭରୁଥିବା ବିମାନକୁ ରଦ୍ଦ କରାଯିବା ନେଇ ଘୋଷଣା କରିଛି ଏୟାର ଇଣ୍ଡିଆ । ଜମ୍ମୁ-ଯୋଧପୁରରୁ ଭୁଜ-ରାଜକୋଟ ପର୍ଯ୍ୟନ୍ତ ବିମାନ ଚଳାଚଳକୁ ବାତିଲ କରାଯାଇଛି । ପ୍ରଭାବିତ ବିମାନବନ୍ଦରରେ ଜାମ୍ମୁ, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡିଗଡ଼ ଏବଂ ରାଜକୋଟ ରହିଛି ।  ସୋମବାର ସନ୍ଧ୍ୟାରେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏୟାରଲାଇନ୍ସ ଏହି ଘୋଷଣା କରିଛି, ସୁରକ୍ଷାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି  କୁହାଯାଇଛି ।