ଏକାଠି ନଜର ଆସିବେ କୋହଲି ଆଉ ବାବର । ଗୋଟିଏ ଟିମରେ ଖେଳିବେ ଭାରତ-ପାକିସ୍ତାନ ଖେଳାଳି । ସାମ୍ନାକୁ ଆସିଲା ବଡ ଅପଡେଟ୍

କ୍ରିକେଟ୍ ପଡିଆରେ ଆପଣ ଭାରତ ପାକିସ୍ତାନ ଖେଳାଳିଙ୍କୁ ପରସ୍ପର ବିରୋଧରେ ଖେଳୁଥିବା ଦେଖିଥିବେ । ଆଉ ମ୍ୟାଚ୍ ମଝିରେ ମୁହାଁମୁହିଁ ହେବା ବି ଅନେକ ଥର ଦେଖିଥିବେ । ହେଲେ ଏବେ ଗୋଟିଏ ଟିମରେ ନଜର ଆସିବେ, ଭାରତ ଆଉ ପାକିସ୍ତାନର ଖେଳାଳି

ଅଦ୍ୟତନ ହୋଇଛି
AFRO ASIA CUP

କନକ ବ୍ୟୁରୋ: କ୍ରିକେଟ୍ ପଡିଆରେ ଆପଣ ଭାରତ ପାକିସ୍ତାନ ଖେଳାଳିଙ୍କୁ ପରସ୍ପର ବିରୋଧରେ ଖେଳୁଥିବା ଦେଖିଥିବେ । ଆଉ ମ୍ୟାଚ୍ ମଝିରେ ମୁହାଁମୁହିଁ ହେବା ବି ଅନେକ ଥର ଦେଖିଥିବେ । ହେଲେ ଏବେ ଗୋଟିଏ ଟିମରେ ନଜର ଆସିବେ, ଭାରତ ଆଉ ପାକିସ୍ତାନର ଖେଳାଳି । ଭାରତ-ପାକିସ୍ତାନର ଖେଳାଳିଙ୍କୁ ମିଶେଇ ଗଢାଯିବ ଗୋଟିଏ ଟିମ୍ । ଆଉ ଏହି ଟିମ୍ ଅନ୍ୟ ଟିମ୍ ବିରୋଧରେ ଖେଳିବ କ୍ରିକେଟ୍ ମ୍ୟାଚ୍ ।

କଥାଟି ଆପଣଙ୍କୁ ଅଜବ ଲାଗିଲେ ବି ସତ । ଗୋଟିଏ ଟିମରେ ନଜର ଆସିବେ ଭାରତ ଆଉ ପାକିସ୍ତାନ ଉଭୟ ଦେଶର ଖେଳାଳି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଆଫ୍ରିକା କ୍ରିକେଟ୍ ଆସୋସିଏସନ୍ । ବହୁ ଦିନ ଧରି ବନ୍ଦ ରହିଥିବା ଆଫ୍ରୋ-ଏସିଆ କପକୁ ପୁଣିଥରେ ଆରମ୍ଭ କରିବାକୁ ଆଫ୍ରିକା କ୍ରିକେଟ୍ ଆସୋସିଏସନ୍ ଅଣ୍ଟା ଭିଡିଛି । ଯାହା ପରେ ଏଭଳି କିଛି ଚର୍ଚ୍ଚା ସୋସିଆଲ୍ ମିଡିଆରେ ଜୋର୍ ଧରିଛି ।

ଅନେକ ସମୟରେ ଟିମ୍ ଇଣ୍ଡିଆ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି, ଆଉ ପାକିସ୍ତାନ ଟିମର ପୂର୍ବତନ ଅଧିନାୟକ ବାବର ଆଜମ୍ ଗୋଟିଏ ଟିମରେ ଖେଳିବା ନେଇ ଚର୍ଚ୍ଚା ହୁଏ । ସେହିପରି ମହମ୍ମଦ ସାମି, ଜଶପ୍ରୀତ ବୁମରାଙ୍କ ସହ ପାକିସ୍ତାନର ଫାଷ୍ଟ ବୋଲର କେବେ ଏକାଠି ହେଇ ଖେଳିବେ ବୋଲି ଅନେକ ପ୍ରଶ୍ନ କରନ୍ତି । ହେଲେ ଏବେ ଏହି ସବୁ ଚର୍ଚ୍ଚା ସତ ହେବାକୁ ଯାଉଛି । ଯଦି ଆଫ୍ରିକା କ୍ରିକେଟ୍ ଆସୋସିଏସନର ଏହି ଉଦ୍ୟମ ସତରେ ପରିଣତ ହୁଏ । ତେବେ ଏକାଠି ନଜର ଆସିବା ସହ ଗୋଟିଏ ଟିମରୁ ମ୍ୟାଚ୍ ଖେଳିପାରନ୍ତି ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ।

ଆଫ୍ରୋ-ଏସିଆ କ୍ରିକେଟ୍ କପରେ ଏକାଠି ନଜର ଆସିଥିଲେ ଭାରତ-ପାକିସ୍ତାନ ଆଉ ଶ୍ରୀଲଙ୍କାର ଖେଳାଳି । ଏହି ସବୁ ଖେଳାଳି ମାନେ ଏକାଠି ହୋଇ ଗୋଟିଏ ଟିମ୍ କରିବା ସହ, ଆଫ୍ରିକା ଟିମ୍ ବିରୋଧରେ ମ୍ୟାଚ୍ ଖେଳିଥିଲେ । ତେବେ ଦୀର୍ଘ ୧୭ ବର୍ଷ ପରେ ପୁଣିଥରେ ଏହି ଧାରା ଆରମ୍ଭ ହେବାକୁ ଯାଉଛି । ପ୍ରଥମ ଥର ପାଇଁ ୨୦୦୫ ମସିହାରେ ଏଭଳି ଗୋଟିଏ ସିରିଜ୍ ଆରମ୍ଭ ହେଇଥିଲା । ଯେଉଁଥିରେ ଏସିଆ ଟିମ୍ – ଆଫ୍ରିକା ଟିମ୍ ବିରୋଧରେ ମ୍ୟାଚ୍ ଖେଳିଥିଲା । 

୨୦୦୫ରେ ଏହି ସିରିଜ୍ ୧-୧ରେ ଶେଷ ହେଇଥିଲା । ହେଲେ ୨୦୦୭ରେ ଖେଳାଯାଇଥିବା ଆଫ୍ରୋ-ଏସିଆ କପରେ ବାଜି ମାରିଥିଲା ଏସିଆ ଟିମ୍ । ମାହେଲା ଜୟବର୍ଦ୍ଧନେଙ୍କ କ୍ୟାପଟେନ୍ସିରେ ଖେଳିଥିବା ଏସିଆ ଟିମ୍ ଏହି ସିରିଜକୁ ମୂଳପୋଛ କରିବା ସହ ଆଫ୍ରିକା ଟିମକୁ ୩-୦ରେ ହରେଇଥିଲା । ହେଲେ ଯେବେଠୁ ଭାରତ-ପାକିସ୍ତାନ ସମ୍ପର୍କରେ ତିକ୍ତତା ଆସିଛି, ସେବେଠୁ ଆଉ ଏହି ସିରିଜ୍ ଖେଳାଯାଉନି । ଦୀର୍ଘ ୧୭ ବର୍ଷ ହେଲା ବନ୍ଦ ପଡିଛି ଏହି ସିରିଜ୍ । ହେଲେ ଏବେ ଏହି ସିରିଜକୁ ପୁଣିଥରେ ଆରମ୍ଭ କରିବାକୁ ଯୋଜନା କରୁଛି ଆଫ୍ରିକା କ୍ରିକେଟ୍ ଆସୋସିଏସନ୍ । ଆଉ ଏଥିପାଇଁ ଗଢାଯାଇଛି ସ୍ୱତନ୍ତ୍ର କମିଟି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe