କନକବ୍ୟୁରୋ : ପହଲଗାମ ଆତଙ୍କୀ ଆକ୍ରମଣର ସେହି ଲୋମଟାଙ୍କୁରା ଦୃଶ୍ୟ ମନରୁ ଲିଭିନି । ଆତଙ୍କୀ ଆକ୍ରମଣ ପଛରେ ପାକିସ୍ତାନର ଭୂମିକା ସ୍ପଷ୍ଟ ହେବା ପ୍ରତିଟି ଭାରତୀୟଙ୍କ ମନରେ ଆକ୍ରୋଶ । ଆଉ ଏହାରି ଭିତରେ ପାକିସ୍ତାନ ସହ ଯେଉଁଠି କୌଣସି ସମ୍ପର୍କ ରଖିବାକୁ ଭାରତ ସରକାର ମନା କରିଦେଇଛନ୍ତି, ସେଠାରେ କ୍ରିକେଟ୍ ସମ୍ପର୍କ କେମିତି ସମ୍ଭବ । ଏ କଥା ଏଥିପାଇଁ ଉଠୁଛି , କାରଣ ନିକଟରେ ଏସିଆ କପ୍ ପାଇଁ ଖେଳସୂଚୀ ଘୋଷଣା ହୋଇଛି। ଆଉ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି ଭାରତ ଓ ପାକିସ୍ତାନ । ଅର୍ଥାତ୍ ସେପ୍ଟେମ୍ବର ୧୪ରେ ମୁହାଁମୁହିଁ ହେବେ ଦୁଇ ଦେଶ । ଯାହା ପରେ ଲୋକଙ୍କ ମନରେ ନାହିଁନଥିବା ଅସନ୍ତୋଷ ଦେଖିବାକୁ ମିଳିଛି ।
ଏସିଆ କପରେ ଗୋଟିଏ ଗ୍ରୁପରେ ଭାରତ-ପାକିସ୍ତାନ : ପହଲଗାମ ଆତଙ୍କୀ ଆକ୍ରମଣରେ ପାକିସ୍ତାନର ସଂପୃକ୍ତି ନେଇ ଆକ୍ରୋଶ ଭିତରେ କ୍ରିକେଟ୍ ମ୍ୟାଚ୍ ବଢ଼ାଇଲା ବିବାଦ
ପହଲଗାମ ଆତଙ୍କୀ ଆକ୍ରମଣର ସେହି ଲୋମଟାଙ୍କୁରା ଦୃଶ୍ୟ ମନରୁ ଲିଭିନି । ଆତଙ୍କୀ ଆକ୍ରମଣ ପଛରେ ପାକିସ୍ତାନର ଭୂମିକା ସ୍ପଷ୍ଟ ହେବା ପ୍ରତିଟି ଭାରତୀୟଙ୍କ ମନରେ ଆକ୍ରୋଶ ।
/kanak/media/media_files/2025/08/05/one23-2025-08-05-09-48-05.jpg)