କନକ ବ୍ୟୁରୋ: ଏସିଆ କପ ଫାଇନାଲରେ କାଲି ମୁହାଁମୁହଁ ହେବେ ଦୁଇ ପାରମ୍ପାରିକ ପ୍ରତିନ୍ଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ । ଦୁବାଇରେ କାଲି ରାତି ୮ଟାରେ ମ୍ୟାଚ ଆରମ୍ଭ ହେବ । ନବମ ଥର ଲାଗି ଏସିଆ କପ ଚାମ୍ପିଅନ ଲକ୍ଷ୍ୟରେ ଅଛି ଟିମ୍ ଇଣ୍ଡିଆ । ଏଥର ପୂରା ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜେୟ ରହିଛି । ଏପର୍ଯ୍ୟନ୍ତ ଖେଳିଥିବା ସମସ୍ତ ମ୍ୟାଚ ଜିତିସାରିଛି । ଲିଗ୍ ଏବଂ ସୁପର ଫୋରରେ ପାକିସ୍ତାନକୁ ବି ଧୂଳି ଚଟାଇଛି ଟିମ୍ ଇଣ୍ଡିଆ । ଟୁର୍ଣ୍ଣାମେଣ୍ଟ ଗୁଡିକରେ ମୁଖ୍ୟତଃ ଫାଇନାଲ ମୁକାବିଲା ପୂର୍ବରୁ ଦୁଇଦେଶ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥାନ୍ତି । ଟ୍ରଫି ସହ ଅଧିନାୟକଙ୍କ ଫଟୋ ସୁଟ୍ ବି ହୋଇଥାଏ । ଦୁଇ ଦେଶର ସମ୍ପର୍କ ଯାହା ଫଟୋସୁଟ ହୋଇନାହିଁ । ତେବେ ଭାରତୀୟ ଟିମ୍ କାଲିର ମ୍ୟାଚ ପାଇଁ ଖାସ ରଣନୀତି ତିଆରି କରିଛି । ଦୀର୍ଘ ୪୧ ବର୍ଷ ପରେ ଭାରତ-ପାକିସ୍ତାନ ଏସିଆ କପ ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି। ମ୍ୟାଚ ହେବାକୁ ଆଉ ୨୪ ଘଣ୍ଟାରୁ କମ ସମୟ ଥିବାରୁ ଦୁଇ ଦେଶର କ୍ରିକେଟପ୍ରେମୀଙ୍କ ମଧ୍ୟରେ କାଲିର ଖେଳକୁ ନେଇ ଉତ୍ସାହ ବଢିଛି ।
ଫାଇନାଲ ପୂର୍ବରୁ ଦୁଇଦେଶ ମଧ୍ୟରେ ଟ୍ରଫି ସହ ହେଲାନି ଫଟୋସୁଟ୍
ସାମ୍ବାଦିକ ସମ୍ମିଳନୀ ବି କଲେନି ଭାରତ-ପାକ୍ ଅଧିନାୟକ
ଆଜି ବି ଅଭ୍ୟାସ କରିନି ଭାରତୀୟ କ୍ରିକେଟ ଟିମ୍
ଏହାର ମୁଖ୍ୟ କାରଣ ହେଲା ଖେଳାଳିଙ୍କ ଥକାପଣ ଓ ଶ୍ରୀଲଙ୍କା ସହିତ ମ୍ୟାଚ
ଗତକାଲି ଭାରତ-ଶ୍ରୀଲଙ୍କା ମ୍ୟାଚ ଥିଲା
ଖେଳାଳିଙ୍କୁ ସତେଜ ଓ ଚାପମୁକ୍ତ ରଖିବାକୁ ମ୍ୟାନେଜମେଣ୍ଟର ନିଷ୍ପତ୍ତି
କାଲି ଭାରତୀୟ ଟିମ ପ୍ରି-ପ୍ରେସମିଟ୍ କରିବ ନାହିଁ
ଭାରତୀୟ ଖେଳାଳି ହୋଟେଲରେ ବିଶ୍ରାମ ନେଉଛନ୍ତି
କାଲି ପାଇଁ ତିଆରି ହେଉଛି ଖାସ ରଣନୀତି
ସୁପର-୪ ମ୍ୟାଚ ପରେ ଭାରତ ପାଇଁ ବିଶ୍ରାମ ଜରୁରୀ ଥିଲା
ସେପଟେ ପାକିସ୍ତାନ ନେଟ୍ ଅଭ୍ୟାସ ଉପରେ ଫୋକସ କରିଛନ୍ତି
ଏସିଆ କପ୍ ଇତିହାସରେ ଭାରତ ସର୍ବାଧିକ ୮ଥର ଚାମ୍ପିଅନ୍
ପାକିସ୍ତାନ ମାତ୍ର ୨ଥର ଟ୍ରଫି ହାତେଇଛି
ଟୁର୍ଣ୍ଣାମେଣ୍ଟରେ ଭାରତ ସମସ୍ତ ୬ଟି ମ୍ୟାଚ ଜିତିସାରିଛି
ଚଳିତ ଏସିଆ କପ୍ରେ ପାକିସ୍ତାନକୁ ୨ଥର ହରାଇଛି ଭାରତ
ଅଭିଷେକ ଶର୍ମା ଓ କୁଲଦୀପ ଯାଦବଙ୍କ ଉପରେ ନଜର
ଫାଇନାଲରେ ଅଭିଷେକଙ୍କ ବ୍ୟାଟରୁ ଭଲ ରନ୍ ଆଶା ରଖିଛି ଭାରତ
ଦୁବାଇ ପିଚରେ ଦମ୍ ଦେଖାଇବାକୁ ଟିମ୍ ଇଣ୍ଡିଆର ଟାର୍ଗେଟ