ସୀମାରେ ଫୁଟିବନି ଗୋଟେ ବି ଗୁଳି ; ଦୁଇ ଦେଶର ଡିଜିଏମଓ ବୈଠକରେ ନିଷ୍ପତ୍ତି

ସୀମାରେ ଫୁଟିବନି ଗୋଟିଏ ବି ଗୁଳି । ତୁରନ୍ତ ସୈନ୍ୟ ପ୍ରତ୍ୟାହାର ପାଇଁ ଦୁଇ ଦେଶର ଡିଜିଏମଓ ବୈଠକରେ ନିଷ୍ପତ୍ତି । ଜାରି ରହିବ ଅସ୍ତ୍ର ବିରତି । ସେପଟେ ଆଜି ବି ସୀମାରେ ସ୍ବାଭାବିକ ସ୍ଥିତି ।

ଡିଜିଏମଓ ମିଟିଙ୍ଗ

ଡିଜିଏମଓ ମିଟିଙ୍ଗ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ ପରେ ଦୁଇ ଦେଶର ସାମରିକ ଅପରେସନ୍‌ ମହାନିର୍ଦ୍ଦେଶକ ବା ଡିଜିଏମ୍‌ଓ ସ୍ତରୀୟ ଆଲୋଚନା ହୋଇଛି । ବୈଠକରେ ଉଭୟ ଭାରତ ଓ ପାକିସ୍ତାନ ଅସ୍ତ୍ରବିରତି ଜାରି ରଖିବେ ବୋଲି ନିଷ୍ପତ୍ତି ହୋଇଛି । ସେହିଭଳି କେହି କାହା ବିରୋଧରେ ଆକ୍ରମଣାତ୍ମକ ଏବଂ ଘାତକ ଆଚରଣ ଦେଖାଇବେନି । ଏଥିସହିତ କେହି କାହା ବିରୋଧରେ ସୀମାରେ ଗୋଟିଏ ବି ଗୁଳି ନଫୁଟାଇବା ପାଇଁ ରାଜି ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟ ସୀମା ଏବଂ ଆଗୁଆ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ସୁନିଶ୍ଚିତ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସହମତ ହୋଇଛନ୍ତି । 

ପାକିସ୍ତାନୀ ଡିଜିଏମ୍‌ଓ ଗତ ଶନିବାର ଭାରତର ଡିଜିଏମ୍‌ଓଙ୍କୁ ଫୋନ କରି ଗୁଳିଗୋଳା ମାଡ଼ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ କହିଥିଲେ । ଏହାପରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ପାଇଁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଅସ୍ତ୍ରବିରତି ଘୋଷଣାର ପ୍ରାୟ ୩ ଘଣ୍ଟା ପରେ ପାକିସ୍ତାନ ଶନିବାର ରାତିରେ ପୂର୍ବପରି ଅନେକ ସମୟ ଧରି ଭାରତକୁ ଟାର୍ଗେଟ୍‌ କରି ଗୁଳି‌ଗୋଳା ମାଡ଼ ସହିତ ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା । ୧୦ ତାରିଖର ନିଷ୍ପତ୍ତି ମୁତାବକ ଏହି ଆଲୋଚନା ଗତକାଲି ମଧ୍ୟାହ୍ନରେ ହେବାକୁ ଥିଲା । କିନ୍ତୁ କୌଣସି କାରଣରୁ ସନ୍ଧ୍ୟାକୁ ଏହି ବୈଠକ ଘୁଞ୍ଚିଥିଲା । ଆଲୋଚନାରେ ଭାରତ ପକ୍ଷରୁ ଡିଜିଏମ୍‌ଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଏବଂ ପାକିସ୍ତାନ ପକ୍ଷରୁ ଡିଜିଏମ୍‌ଓ ମେ‌ଜର ଜେନେରାଲ କାଶିଫ ଅବଦୁଲ୍ଲା ଭାଗ ନେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe