ପାକିସ୍ତାନ ପ୍ରତି ଆହୁରି ଶକ୍ତ ହେଲା ଭାରତ ; ବନ୍ଦ କଲା ସମସ୍ତ ଆମଦାନୀ ରପ୍ତାନୀ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତର ଆଉ ଏକ କାର୍ଯ୍ୟାନୁଷ୍ଠାନ ।  ପାକିସ୍ତାନ ଉପରେ ବାଣିଜ୍ୟିକ ପ୍ରତିବନ୍ଧକ । ସମସ୍ତ ପ୍ରକାର ଆମଦାନୀ ଓ ରପ୍ତାନୀ ବନ୍ଦ ।

india- pak commercial relation

india- pak commercial relation Photograph: (KanakNews)

କନକ ବ୍ୟୁରୋ: ଡିଜିଟାଲ ଷ୍ଟ୍ରାଇକ୍ , ୱାଟର ଷ୍ଟ୍ରାଇକ୍ ପରେ ପାକିସ୍ତାନ ଉପରେ ଭାରତର ଅର୍ଥନୈତିକ ପ୍ରହାର । ଆତଙ୍କବାଦ ବିରୁଦ୍ଧରେ ଭାରତର ଆର୍ଥିକ ଜବାବ । ପାକିସ୍ତାନ ଉପରେ ଭାରତର କଡା ପ୍ରହାର । ପାକିସ୍ତାନରୁ ଆମଦାନୀ ଓ ରପ୍ତାନୀ ହେଉଥିବା ସମସ୍ତ ଦ୍ରବ୍ୟ ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ । ପହଲଗାମ ଆକ୍ରମଣ ପରେ ଭାରତର ବଡ ଆକ୍ସନ । ବାଣିଜ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନୋଟିସରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବେ ପାକିସ୍ତାନରୁ କୌଣସି ଦ୍ରବ୍ୟ ଆମଦାନୀ ବା ରପ୍ତାନୀ କରିବ ନାହିଁ ଭାରତ । ବିଦେଶ ବ୍ୟାପାର ମହାନିର୍ଦ୍ଦେଶାଳୟ ଏ କଥାକୁ ସ୍ପଷ୍ଟ କରିଛନ୍ତି ଯେ, ଯଦି କୌଣସି ବିଶେଷ ପରିସ୍ଥିତିରେ ଭାରତ ପାକିସ୍ତାନ ଠାରୁ କୌଣସି ସାମଗ୍ରୀ ଆମଦାନୀ କରିବ ତେବେ ଭାରତ ସରକାରଙ୍କ ପୂର୍ବ ସ୍ବୀକୃତି ଅନିବାର୍ଯ୍ୟ ଅଟେ । ଆତଙ୍କବାଦ ବିରୁଦ୍ଧରେ ଭାରତ ସରକାରଙ୍କର ଏହା କେବଳ ବ୍ୟବସାୟିକ କାର୍ଯ୍ୟାନୁଷ୍ଠାନ ନୁହେଁ ବରଂ ଆତଙ୍କ ବିରୁଦ୍ଧରେ ଭାରତର ଏହା ନିର୍ଣ୍ଣାୟକ ସନ୍ଦେଶ ଯେ ଶତ୍ରୁ ଦେଶକୁ ଆର୍ଥିକ କ୍ଷେତ୍ରରେ ବଡ ଝଟକା ଦବାର ସାହାସ ରଖେ ଭାରତ । ପାକିସ୍ତାନର ଅର୍ଥନୀତିକୁ ପ୍ରଭାବିତ କରିବାକୁ କଡା ଅଭିମୁଖ୍ୟ ଗ୍ରହଣ କରିଛି  ଭାରତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe