କନକ ବ୍ୟୁରୋ: ମେ ୭ ତାରିଖରେ ଆରମ୍ଭ ହୋଇଥିବା ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ଶନିବାର ହଠାତ୍ ବନ୍ଦ ହେବା ପରେ, ଅନେକ ପ୍ରଶ୍ନ ଉଠାଯାଉଛି । ଭାରତ ସିନ୍ଦୂର ଅପରେସନ୍ କରୁଥିବା ବେଳେ, ପାକିସ୍ତାନ ମଧ୍ୟ ଭାରତୀୟ ସାମରିକ ଘାଟି ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ତଥାପି, ଭାରତର ଦୃଢ଼ ସୁରକ୍ଷା କବଚ ଏହାର ସମସ୍ତ ଆକ୍ରମଣକୁ ପଣ୍ଡ କରିଥିଲା । ଅନ୍ୟପକ୍ଷରେ, ଶନିବାର ସନ୍ଧ୍ୟାରେ ଘୋଷଣା ହୋଇଥିବା ଅସ୍ତ୍ରବିରତିର ଶ୍ରେୟ ନେବାରେ ପଛାଇନାହିଁ ଆମେରିକା । ସିଏନଏନ ଏହା ଉପରେ ଏକ ଲମ୍ବା ରିପୋର୍ଟ ପ୍ରକାଶ କରିଛି ।
ଏହା ପୂର୍ବରୁ, ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଉପରେ ଆମେରିକା ସ୍ପଷ୍ଟ ଭାବରେ କହିଥିଲା, it’s None of My Business. ଅର୍ଥାତ୍ ଭାରତ ପାକିସ୍ତାନ ବିବାଦ ଭିତରେ ଆମେରିକାର କୌଣସି ନେଣଦେଣ ନାହିଁ , କିନ୍ତୁ ଏବେ ଆମେରିକା ଦାବି କରିଛି ଯେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିଷୟରେ ତାଙ୍କୁ ଗୁପ୍ତ ସୂଚନା ମିଳିଥିଲା ଏବଂ ଶନିବାର ରାତିରେ ଦୁଇ ଦେଶ ମଧ୍ୟରେ ଭୟଙ୍କର ଯୁଦ୍ଧ ହେବାର ସମ୍ଭାବନା ଥିଲା । ଆମେରିକା କହିଛି ଯେ ଦୁଇ ଦେଶ ସିଧାସଳଖ କଥା ହେଉନଥିଲେ, ଯେଉଁଥିପାଇଁ ଆମେରିକାକୁ ମଧ୍ୟସ୍ଥତା କରିବାକୁ ପଡିଥିଲା ।
ସିଏନଏନକୁ ଉଦ୍ଧାର କରି ଆମେରିକା କହିଛି ଯେ ଗୁଇନ୍ଦା ସୂଚନା ମିଳିଥିଲା କି, ଶନିବାର ରାତିରେ ଉଭୟ ଦେଶଙ୍କ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ହୋଇପାରେ । ଏହି ସୂଚନା ପରେ ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ନଜର ରଖିଥିଲେ । ଭାନ୍ସ କହିଛନ୍ତି ଯେ ସପ୍ତାହାନ୍ତରେ ଏକ ତୀବ୍ର ଯୁଦ୍ଧର ଆଶଙ୍କାକୁ ଦୃଷ୍ଟିରେ ରଖି, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ ଏବଂ ଉଭୟ ଦେଶକୁ ଉତ୍ତେଜନା ହ୍ରାସ କରିବା ଏବଂ ଯୁଦ୍ଧବିରତି ଆଡକୁ ଅଗ୍ରସର ହେବାକୁ ରାଜି କରାଇଥିଲେ ।
ଆମେରିକା କାହିଁକି ହସ୍ତକ୍ଷେପ କଲା?
ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି, ଏକ ଗୁପ୍ତ ସୂଚନା ମିଳିଥିଲା, ଦୁଇ ଦେଶ ମଧ୍ୟରେ ଭୟଙ୍କର ଯୁଦ୍ଧ ସୃଷ୍ଟି ହୋଇପାରେ । ବିଶେଷକରି, ଯେତେବେଳେ ଭାରତୀୟ ଡ୍ରୋନଗୁଡ଼ିକ ପାକିସ୍ତାନର ରାୱଲପିଣ୍ଡିରେ ଥିବା ନୁର ଖାନ ଏୟାରବେସ ଉପରେ ଆକ୍ରମଣ କରିଥିଲା । ଏହି ସାମରିକ ଘାଟି ପାକିସ୍ତାନର ପରମାଣୁ ଅସ୍ତ୍ରଶସ୍ତ୍ରକୁ ସୁରକ୍ଷା ଦେଉଥିବା ଷ୍ଟ୍ରାଟେଜିକ୍ ପ୍ଲାନ୍ ଡିଭିଜନର ମୁଖ୍ୟାଳୟ ନିକଟରେ ଅବସ୍ଥିତ । ତେଣୁ ଏହି ଆକ୍ରମଣ ସାଂଘାତିକ୍ ହୋଇପାରେ । ସେହିପରି ଆଉଜଣେ ପୂର୍ବତନ ଆମେରିକୀୟ ଅଧିକାରୀ କହିଛନ୍ତି, ଏହି ଆକ୍ରମଣକୁ ପାକିସ୍ତାନର ପରମାଣୁ କମାଣ୍ଡ କର୍ତ୍ତୃପକ୍ଷଙ୍କୁ ଟାର୍ଗେଟ କଲା ପରି ଏକ ଚେତାବନୀ ଭାବରେ ଗ୍ରହଣ କରାଯାଇପାରେ, ଯାହା ପରମାଣୁ ଯୁଦ୍ଧର ବିପଦକୁ ବଢାଇଥାନ୍ତା । ଯାହାକୁ ନେଇ ଆମେରିକା ହସ୍ତକ୍ଷେପ କରିଥିଲା । ଆଉ ଏବେ ଏହାର ବାଃ ବାଃ ନେଉଛନ୍ତି ଟ୍ରମ୍ପ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/05/11/VwSsIlA5BVIX4sTUSdYc.jpg)