କନକ ବ୍ୟୁରୋ : ଭାରତର ଅର୍ଥବ୍ୟବସ୍ଥା ଏବେ ବିଶ୍ୱର ଚତୁର୍ଥ ସ୍ଥାନରେ ପହଂଚିଛି । ଆଇଏମଏଫର ପରିସଂଖ୍ୟାନ ମୁତାବକ ଭାରତର ଜିଡିପି ପାଖାପାଖି ୪.୫୧ ଟ୍ରିଲିୟନ ଡଲାର । ଏବେ ଭାରତର ଜର୍ମାନୀକୁ ପଛରେ ପକାଇ ବିଶ୍ୱର ତୃତୀୟ ଅର୍ଥନୀତି ଭାବେ ଉଭା ହେବ ।
ଭାରତର ଅର୍ଥବ୍ୟବସ୍ଥା ଏବେ ବିଶ୍ୱର ୪ ନମ୍ବର ଅର୍ଥବ୍ୟବସ୍ଥାରେ ପହଂଚିସାରିଛି । ଜାପାନକୁ ପଛରେ ପକାଇ ଭାରତ ଏବେ ଜର୍ମାନୀକୁ ପଛରେ ପକାଇବାକୁ ଚେଷ୍ଟା କରୁଛି । ଜର୍ମାନୀର ଜିଡିପି ଏବେ ୫.୩୩ ଟ୍ରିଲିୟନ ଡଲାର ରହିଛି । ଆଉ ଭାରତ ୪.୫୧ ଟ୍ରିଲିୟନ ଡଲାରରେ ପହଂଚିସାରିଛି । ସବୁଠାରୁ ଆଗରେ ରହିଛି ଆମେରିକା, ଯାହାର ଜିଡିପି ୩୧.୮୨ ଟ୍ରିଲିୟନ ଡଲାର ରହିଛି । ଦ୍ୱିତୀୟ ସ୍ଥାନରେ ରହିଛି ଚୀନ, ଏହାର ଜିଡିପି ୨୦.୬୫ ଟ୍ରିଲିୟନ ଡଲାର ।
ଅଧିକ ପଢ଼ନ୍ତୁ : ଭାରତର ଜିଡିପିରେ ରେକର୍ଡ ବୃଦ୍ଧି : ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଆକଳନ, ଜାପାନକୁ ପଛରେ ପକାଇବ ଭାରତ
ଏବେ ଆସନ୍ତୁ ଟିକେ ସରଳ ଭାବେ ବୁଝିବା ଭାରତ ଲଗାତର ଭାବେ ଆର୍ଥିକ ବ୍ୟବସ୍ଥାରେ ଆଗକୁ ବଢ଼ୁଛି । ଏହା ନିରାଟ ସତ୍ୟ ଯେ, ଦେଶ ଆର୍ଥିକ ଭାବେ ମଜବୁତ ହେଉଛି । ହେଲେ ଦେଶର ଲୋକମାନଙ୍କର ଆର୍ଥିକ ସମ୍ବଳ କିନ୍ତୁ ଦେଶର ଆର୍ଥିକ ବ୍ୟବସ୍ଥା ସହ ମଜବୁତ ହୋଇପାରୁନାହିଁ । ଏଠି ଏକ ସାଧାରଣ ଉଦାହରଣ ଦିଆଯାଇପାରେ । ଆମେ ଏବେ ଅର୍ଥବ୍ୟବସ୍ଥାରେ ଜାପାନକୁ ପଛରେ ପକାଇ ଚତୁର୍ଥ ସ୍ଥାନ ଦଖଲ କରିଛୁ । ବାସ୍ତବ ଚିତ୍ର ଏହା ଯେ, ଜାପାନ ତୁଳନାରେ ଭାରତରେ ପ୍ରତିବ୍ୟକ୍ତିଙ୍କ ଆୟ ମଧ୍ୟରେ ଆକାଶ ପାତାଳ ଫରକ ରହିଛି । କାରଣ ଜାପାନରେ ମୁଣ୍ଡପିଛା ଆୟ ୨୯୩୪ ଡଲାର, ଅର୍ଥାତ ଭାରତୀୟ ମୁଦ୍ରାରେ ବାର୍ଷିକ ୨.୫ ଲକ୍ଷ ଟଙ୍କା । ସେପଟେ ଜାପାନରେ ପ୍ରତିବ୍ୟକ୍ତିଙ୍କ ମୁଣ୍ଡ ପିଛା ଆୟ ୩୩୯୫୫ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୩୦ ଲକ୍ଷ ୫୫ ହଜାରରୁ ଅଧିକ । ତାହେଲେ ଅର୍ଥନୀତି ବୃଦ୍ଧି କାହା ସ୍ୱାର୍ଥରେ ? ଯଦି ଆମେ ଚତୁର୍ଥ ଅର୍ଥନୀତି ଭାବେ ଡିଣ୍ଡିମ ପିଟୁଛୁ ତେବେ ବଢ଼ୁଥିବା ଅର୍ଥବ୍ୟବସ୍ଥାର ଲାଭ କାହିଁକି ସାଧାରଣ ଲୋକଙ୍କ ପାଖରେ ପହଂଚିପାରୁନି ?
ଅଧିକ ପଢ଼ନ୍ତୁ : ୪ ବର୍ଷରେ ସର୍ବନିମ୍ନ ସ୍ତରକୁ ଖସିଲା ବିକାଶ ହାର : ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ଭାବେ ଭାରତର ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତ
ପୁଣି ଏବେ ଆମ ସରକାରଙ୍କ ଟାର୍ଗେଟ୍ ଜର୍ମାନୀକୁ ପଛରେ ପକାଇ ତୃତୀୟ ଅର୍ଥନୀତି ଭାବେ ଉଭା ହେବା । ଯଦି ଆମେ ଜର୍ମାନୀର ମୁଣ୍ଡପିଛା ଆୟ କଥା କହିବା ତେବେ ଜର୍ମାନୀବାସୀଙ୍କ ମୁଣ୍ଡପିଛା ଆୟ ୫୬ ହଜାର ଡଲାର । ଅର୍ଥାତ ଭାରତୀୟ ମୁଦ୍ରାରେ ୫୦ ଲକ୍ଷ ୪୦ ହଜାର ଟଙ୍କାରୁ ଅଧିକ । ଏଭଳି ସ୍ଥଳେ ଭାରତରେ ମୁଣ୍ଡପିଛା ଆୟ ମାତ୍ର ୨.୫ ଲକ୍ଷ ଟଙ୍କା । ଭାରତର ଜିଡିପି ଆକାର ବୃଦ୍ଧି ପାଇବାରେ ଲାଗିଛି । ହେଲେ ସେହି ତୁଳନାରେ ଦେଶର ନାଗରିକଙ୍କ ମୁଣ୍ଡପିଛା ଆୟ ଅନ୍ୟ ଦେଶ ତୁଳନାରେ ବୃଦ୍ଧି ପାଇପାରୁନି । ଅର୍ଥାତ ବଢ଼ୁଥିବା ଜିଡିପିର ଗରିଷ୍ଠ ଭାଗ ହାତଗଣତି କିଛି ବ୍ୟବସାୟୀଙ୍କ ପାଖରେ ଠୁଳ ହେବାରେ ଲାଗିଛି ।
୨୦୧୪ ମସିହାରେ ୟୁପିଏ ସରକାରର ଶେଷ ସମୟରେ ଭାରତର ଜିଡିପି ୨ ଟ୍ରିଲିୟନ ଡଲାର ଥିଲା । ୨୦୧୪ ରୁ ୨୦୨୫ ମଧ୍ୟରେ ଏହାର ଆକାର ୪.୫୧ ଟ୍ରିଲିୟନ ଡଲାରରେ ପହଂଚିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/01/india-2026-01-01-17-01-33.jpg)