ଦମଦାର ଶତକ ସହ ବିଜୟର ଦ୍ୱାରଦେଶରେ ଭାରତ । ଦ୍ବିତୀୟ ଇନିଂସରେ ଶୁଭମନ ଗିଲ ଅପରାଜିତ ଶତକ

ଶୁଭମନ ଗିଲ ଓ ରିଷବ ପନ୍ତଙ୍କ ଦମଦାର ଶତକ । ବିଜୟର ଦ୍ବାରଦେଶରେ ଟିମ ଇଣ୍ଡିଆ । ଜିତିବାକୁ ଭାରତକୁ ଦରକାର ଆଉ ୬ ୱିକେଟ

india 2

କନକବ୍ୟୁରୋ : ଶୁଭମନ ଗିଲ ଓ ରିଷବ ପନ୍ତଙ୍କ ଦମଦାର ଶତକ । ବିଜୟର ଦ୍ବାରଦେଶରେ ଟିମ ଇଣ୍ଡିଆ । ଜିତିବାକୁ ଭାରତକୁ ଦରକାର ଆଉ ୬ ୱିକେଟ । ବାଂଲାଦେଶକୁ ବିଜୟ ପାଇଁ ଆବଶ୍ୟକ ୩୫୭ । ଚେନ୍ନାଇରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନ ଖେଳ ଶେଷ ହୋଇଛି । 

ଦ୍ବିତୀୟ ଇନିସରେ ଶଭୁମନ ଗିଲ ଅପରାଜିତ ଶତକ ମାରିଛନ୍ତି  । ଗିଲ ୧୭୬ ବଲରୁ ୧୦ ଚୌକା, ୪ ଛକା ସହ ୧୧୯ ରନ କରିଥିବା ବେଳେ ପନ୍ତ ୧୨୮ ବଲରୁ ୧୩ ଚୌକା ୪ ଛକା ସହ ୧୦୯ ରନ କରିଛନ୍ତି  । ଦ୍ବିତୀୟ ଇନିସରେ ଭାରତ ୨୮୭ ରନରେ ପାଳି ଘୋଷଣା କରିଥିଲା  ।

ପରେ ବାଲାଦେଶ ୪ ୱିକେଟରେ ୧୫୮ ରନ ସଂଗ୍ରହ କରିଛି  । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବୀନୀ ୩ ୱିକେଟ ନେଇଛନ୍ତି  । ମ୍ୟାଚରେ ଆହୁରି ଦୁଇ ଦିନ ବାକି ଅଛି। କିନ୍ତୁ ଖେଳ କାଲି ସୁଦ୍ଧା ଶେଷ ହୋଇଯିବ ବୋଲି ଆଶା କରାଯାଉଛି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe