ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ, ନାଗପୁରରେ ସନ୍ଧ୍ୟାରେ ଖେଳାଯିବ ପ୍ରଥମ ମ୍ୟାଚ

Advertisment

ଟି୨୦- ବିଶ୍ବକପ ପୂର୍ବରୁ ଶେଷ ସିରିଜ ଖେଳିବ ଟିମ ଇଣ୍ଡିଆ । ସୂର୍ଯ୍ୟକୁମାରଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଭାରତ ।

ଟି୨୦- ବିଶ୍ବକପ ପୂର୍ବରୁ ଶେଷ ସିରିଜ ଖେଳିବ ଟିମ ଇଣ୍ଡିଆ । ସୂର୍ଯ୍ୟକୁମାରଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଭାରତ ।

T20 series

T20 series Photograph: (Google)

କନକ ବ୍ୟୁରୋ:  ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ । ସୂର୍ଯ୍ୟକୁମାରଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଭାରତ । ଦିନିକିଆ ସିରିଜରେ ପ୍ରତିଶୋଧ ନେବା ଲକ୍ଷରେ ସୂର୍ଯ୍ୟବାହୀନୀ । ୫ ଟିକିଆ ଟ୍ରେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବୁଧବାର ନାଗପୁରର ବିଦର୍ଭରେ ଖେଳାଯିବ। ଏହି ମ୍ୟାଚ୍ ସଂଧ୍ୟା ୭ଟାରୁ ଆରମ୍ଭ ହେବ।  ଦିନିକିଆ ଶୃଙ୍ଖଳାକୁ ୧-୨ରେ ହାରିବା ପରେ ଭାରତ ଏହି ଶୃଙ୍ଖଳା ଜିତି ସମ୍ମାନ ରଖିବାକୁ ଚେଷ୍ଟା କରିବ।  ଟ୍ରେଣ୍ଟି-୨୦ ବିଶ୍ଵକପ୍ ପୂର୍ବରୁ ଏହା ଶେଷ ସିରିଜ ହୋଇଥିବାରୁ ଭାରତ ପାଇଁ ଏହା ବହୁତ ଗୁରୁତ୍ବପୂର୍ଣ୍ଣ । ଆତ୍ମବିଶ୍ଵାସ ବଢ଼ାଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ ଇଣ୍ଡିଆ। ଆଉ ପ୍ରାୟ ଦୁଇ ସପ୍ତାହ ପରେ ଟ୍ରେଣ୍ଟି-୨୦ ବିଶ୍ୱକପ୍ ଆରମ୍ଭ ହେଉଥିବାରୁ ଏହି ଶୃଙ୍ଖଳା ଉଭୟ ଦଳ ପାଇଁ ବେଶ୍ ଗୁରୁତ୍ଵପୂର୍ଣ ମନେକରାଯାଇଛି ।

ଅଧିକ ପଢନ୍ତୁ : ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟ୍ୱେଣ୍ଟି-୨୦ ବୁଧବାର; ନଜରରେ ରହିବେ ସୂର୍ଯ୍ୟକୁମାର

ଭାରତୀୟ ଟିମକୁ ଫେରିଛନ୍ତି ଯଶପ୍ରୀତ୍‌ ବୁମ୍‌ରା, ଅକ୍ଷର ପଟେଲ ଓ ହାଦିକ ପାଣ୍ଡ୍ୟା । ଦଳକୁ ଫେରିଥିବା ଈଶାନ କିଶନ ୩ ନମ୍ବର ସ୍ଥାନରେ ଖେଳିବେ ବୋଲି କହିଛନ୍ତି ସୂର୍ଯ୍ୟକୁମାର। ଏହି ଶୃଙ୍ଖଳା ମାଧ୍ୟମରେ ଭାରତୀୟ ଦଳ ନିଜର ବିଶ୍ଵକପ୍ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେଇପାରିବ। ସୂର୍ଯ୍ୟକୁମାରଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଭଲ ନଥିଲେ ବି ତାଙ୍କ ନେତୃତ୍ବରେ ଭାରତୀୟ ଦଳ ଟ୍ରେଣ୍ଡି-୨୦ ଫର୍ମାଟ୍‌ରେ ଭଲ ପ୍ରଦର୍ଶନ କରିଚାଲିଛି। ୨୦୨୪ରେ ସୂର୍ଯ୍ୟକୁମାର ଭାରତୀୟ ଟେଣ୍ଟି-୨୦ ଦଳର ଅଧିନାୟକ ନିଯୁକ୍ତ ହେବା ପରଠାରୁ ଏହି ଫର୍ମାଟ୍‌ରେ ଭାରତର ବିଜୟହାର ୭୨ ପ୍ରତିଶତ ରହିଛି, ଯାହାକୁ ସନ୍ତୋଷଜନକ ବୋଲି କୁହାଯାଇପାରିବ। ଅନ୍ୟପକ୍ଷରେ ଭାରତରେ ଐତିହାସିକ ଦିନିକିଆ ଶୃଙ୍ଖଳା ଜିତିବା ପରେ ନ୍ୟୁଜିଲାଣ୍ଡ ଦଳର ମନୋବଳ ଦୃଢ ରହିଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe