ବଧିର ଏସିଆ କପ୍‌ କ୍ରିକେଟ୍: ଭାରତର ବିଜୟ ଜାରି, ୧୦ ୱିକେଟ୍‌ରେ ନେପାଳକୁ ହରାଇଲା

Advertisment

ଶ୍ରୀଲଙ୍କାକୁ ହରାଇଥିବା ଭାରତ ଶୁକ୍ରବାର ନେପାଳକୁ ୧୦ ୱିକେଟ୍‌ରେ ପରାସ୍ତ କରି ନିଜ ପତିଆରା ଜାରି ରଖିଛି। ପ୍ରଥମେ ବ୍ୟାଟିଂ କରିଥିବା ନେପାଳ ୧୭.୪ ଓଭରରେ ୯ ଓ୍ବିକେଟ୍‌ ହରାଇ ମାତ୍ର ୫୭ ରନ୍‌ କରିଥିଲେ।

ଶ୍ରୀଲଙ୍କାକୁ ହରାଇଥିବା ଭାରତ ଶୁକ୍ରବାର ନେପାଳକୁ ୧୦ ୱିକେଟ୍‌ରେ ପରାସ୍ତ କରି ନିଜ ପତିଆରା ଜାରି ରଖିଛି। ପ୍ରଥମେ ବ୍ୟାଟିଂ କରିଥିବା ନେପାଳ ୧୭.୪ ଓଭରରେ ୯ ଓ୍ବିକେଟ୍‌ ହରାଇ ମାତ୍ର ୫୭ ରନ୍‌ କରିଥିଲେ।

Rising India

କନକ ବ୍ୟୁରୋ: ଏସିଆନ ବଧିର କ୍ରିକେଟ୍‌ ସଂଘ (ଏଡିସିଏ), ଭାରତୀୟ ବଧିର କ୍ରିକେଟ୍‌ ସଂଘ (ଆଇଡିସିଏ) ଏବଂ ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ମିଳିତ ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ବଧିର ଏସିଆ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଭାରତ ନିଜ ବିଜୟଧାରା ଅବ୍ୟାହତ ରଖିଛି । ଶ୍ରୀଲଙ୍କାକୁ ହରାଇଥିବା ଭାରତ ଶୁକ୍ରବାର ନେପାଳକୁ ୧୦ ୱିକେଟ୍‌ରେ ପରାସ୍ତ କରି ନିଜ ପତିଆରା ଜାରି ରଖିଛି । 

ଏହା ବି ପଢ଼ନ୍ତୁ: କଳିଙ୍ଗରେ ହେବ ପ୍ରଥମ ଜାତୀୟ ଇନ୍‌ଡୋର ଦୌଡ଼କୁଦ

ପ୍ରଥମେ ବ୍ୟାଟିଂ କରିଥିବା ନେପାଳ ୧୭.୪ ଓଭରରେ ୯ ଓ୍ବିକେଟ୍‌ ହରାଇ ମାତ୍ର ୫୭ ରନ୍‌ କରିଥିଲେ । ନେପାଳର କ୍ରୀଷ୍ଣା ଧାମି (୧୯) ଓ ଅଭିଶେଖ ମିଶ୍ର (୧୧) କେବଳ ଦୁଇଅଙ୍କ ଛୁଇଁଥିଲେ । ଭାରତର ଜିଗର ଠକ୍କର ୫ ୱିକେଟ୍‌ ସଫଳତା ପାଇଥିଲେ । ଜବାବରେ ଦୀପକ ଲାମ୍ବାଙ୍କ ୨୮ ଓ ସନିଥ ସେଠୀଙ୍କ ୨୫ ରନ ବଳରେ ଭାରତ ୫.୨ ଓଭରରେ କୌଣସି ୱିକେଯ୍‌ ନ ହରାଇ ମ୍ୟାଚ୍‌ ଜିତି ନେଇଥିଲା । ଜିଗରଙ୍କୁ ମ୍ୟାଚ୍‌ର ‌ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା । ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ‘ଓସିଏ’ ସିଇଓ ସୁବ୍ରତ କୁମାର ବେହେରା ଯୋଗ ଦେଇଥିଲେ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe