କନକ ବ୍ୟୁରୋ: ଟି୨୦ ବିଶ୍ୱକପ୍ ୨୦୨୬ର ୨୭ତମ ଲିଗ୍ ମ୍ୟାଚରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି । ଶ୍ରୀଲଙ୍କାର କଲୋମ୍ବୋସ୍ଥିତ ଆର୍ ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ଏହି ହାଇଭୋଲଟେଜ୍ ମୁକାବିଲାରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ୍ ହରାଇ ୧୭୫ ରନ୍ ସଂଗ୍ରହ କରିଛି । ଟି୨୦ ବିଶ୍ୱକପ୍ ଇତିହାସରେ ପାକିସ୍ତାନ ବିପକ୍ଷରେ ଭାରତର ଏହା ସବୁଠାରୁ ବଡ଼ ସ୍କୋର । ଏହି ଇନିଂସରେ ଷ୍ଟାର ବ୍ୟାଟର ଈଶାନ କିଶନ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୪୦ଟି ବଲ୍ରେ ୭୭ ରନ୍ (୧୦ ଚୌକା ଓ ୩ ଛକା) ସଂଗ୍ରହ କରି ଦଳକୁ ଏକ ଶକ୍ତିଶାଳୀ ସ୍ଥିତିରେ ପହଞ୍ଚାଇଛନ୍ତି ।
ଏହା ବି ପଢ଼ନ୍ତୁ: ଟସ୍ ଜିତିଲା ପାକିସ୍ତାନ, ପ୍ରଥମେ ବ୍ୟାଟିଂ କରିବ ଭାରତ
ଅନ୍ୟପଟେ, ପିଚ୍ ସ୍ପିନରଙ୍କ ପାଇଁ ସହାୟକ ହେଉଥିବାରୁ ପାକିସ୍ତାନ ପକ୍ଷରୁ ସ୍ପିନ ବୋଲିଂର ଆଧିପତ୍ୟ ଦେଖିବାକୁ ମିଳିଥିଲା। ପାକିସ୍ତାନ ପକ୍ଷରୁ ସମୁଦାୟ ୭ ଜଣ ବୋଲର ବୋଲିଂ କରିଥିବା ବେଳେ ସେଥିମଧ୍ୟରୁ ୬ ଜଣ ସ୍ପିନର ଥିଲେ ଏବଂ ସେମାନେ ମିଳିତ ଭାବେ ୧୮ ଓଭର ବୋଲିଂ କରିଥିଲେ। ଦ୍ରୁତ ବୋଲର ଶାହିନ ଆଫ୍ରିଦି ମାତ୍ର ୨ ଓଭର ବୋଲିଂ କରିଥିବା ବେଳେ ଯୁବ ବୋଲର ସେମ୍ ଅୟୁବ ସର୍ବାଧିକ ୩ଟି ଉଇକେଟ୍ ନେଇ ଭାରତୀୟ ରନ୍ ଗତିକୁ ରୋକିବାକୁ ଚେଷ୍ଟା କରିଥିଲେ ।
ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଟସ୍ ପରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନୀ ଅଧିନାୟକ ସଲମାନ ଅଲି ଆଗାଙ୍କ ସହ ହାତ ମିଳାଇ ନଥିଲେ । ଆଜିର ମ୍ୟାଚ୍ ପାଇଁ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି; ଅଭିଷେକ ଶର୍ମା ଏବଂ କୁଲଦୀପ ଯାଦବ ଦଳକୁ ଫେରିଛନ୍ତି ।
Follow Us