କନକ ବ୍ୟୁରୋ : ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁରେ ଭାରତ ଶୋକ ପ୍ରକାଶ କରିଛି। ଭାରତ ସରକାରଙ୍କ ପକ୍ଷରୁ ବୈଦେଶିକ ସଚିବ ବିକ୍ରମ ମିଶ୍ର ଆଜି ଦିଲ୍ଲୀସ୍ଥିତ ଇରାନ ଦୂତାବାସରେ ପହଞ୍ଚି ଶୋକ ପୁସ୍ତକରେ ସ୍ୱାକ୍ଷର କରିବା ସହ ସ୍ଵର୍ଗତଃ ଆୟାତୋଲ୍ଲା ଅଲି ଖେମିନିଙ୍କ ପ୍ରତି ମଧ୍ୟ ସମବେଦନା ଜଣାଇଛନ୍ତି। ଉଲ୍ଲେଖନୀୟ, ୧୯୮୯ ମସିହାରୁ ଇରାନର ସର୍ବୋଚ୍ଚ ରାଜନୈତିକ ଓ ଧାର୍ମିକ ନେତା ରହିଆସିଥିଲେ ଆୟାତୋଲ୍ଲା ଅଲି ଖେମିନି। ଫେବୃଆରୀ ୨୮ ତାରିଖରେ ଆମେରିକା-ଇସ୍ରାଏଲ ଏୟାରଷ୍ଟ୍ରାଇକରେ ୮୬ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ଏହି ମିଳିତ ଆକ୍ରମଣରେ ଖେମିନିଙ୍କ ଗୁପ୍ତ ଠିକଣା ଉପରେ ୩୦ଟି କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା।
ଆୟାତୋଲ୍ଲା ଅଲି ଖେମିନିଙ୍କ ନିଧନରେ ଭାରତର ଶୋକ: ଇରାନ ଦୂତାବାସରେ ସମବେଦନା ଜଣାଇଲେ ବୈଦେଶିକ ସଚିବ
୧୯୮୯ ମସିହାରୁ ଇରାନର ସର୍ବୋଚ୍ଚ ରାଜନୈତିକ ଓ ଧାର୍ମିକ ନେତା ରହିଆସିଥିଲେ ଆୟାତୋଲ୍ଲା ଅଲି ଖେମିନି। ଫେବୃଆରୀ ୨୮ ତାରିଖରେ ଆମେରିକା-ଇସ୍ରାଏଲ ଏୟାରଷ୍ଟ୍ରାଇକରେ ୮୬ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି।
/kanak/media/media_files/2026/03/05/05bbs_36_05032026_111-2026-03-05-17-58-14.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)