ଭାରତକୁ ଆସିନି ଚୀନରେ ବ୍ୟାପିଥିବା ନୂଆ ଭାଇରସ ଏଚଏମପିଭି । ଭୟଭୀତ ନହେବାକୁ ସ୍ବାସ୍ଥ୍ୟମନ୍ତ୍ରାଳୟ ପରାମର୍ଶ ।

Advertisment

ଚୀନରେ ବଢ଼ୁଛି ନୂଆ ଭାଇରସ ଏଚଏମପିଭି । ଶୀତ ପାଇଁ ବଢ଼ୁଛି ଭାଇରସ‘ଏଚଏମପିଭି !

ଚୀନରେ ବଢ଼ୁଛି ନୂଆ ଭାଇରସ ଏଚଏମପିଭି । ଶୀତ ପାଇଁ ବଢ଼ୁଛି ଭାଇରସ‘ଏଚଏମପିଭି !

virus ee

କନକ ବ୍ୟୁରୋ:  କୋଭିଡ୍‌-୧୯ ମହାମାରୀର ୫ ବର୍ଷ ପରେ ଚୀନରେ ପୁଣି ଏକ ନୂଆ ଭୂତାଣୁ ଆତଙ୍କ ଖେଳାଇଛି। ଆଉ ଏହାର ଲକ୍ଷଣ କରୋନା ଭାଇରସ୍‌ ଭଳି । ଏହି ନୂଆ ଭୂତାଣୁର ନାମ - ହ୍ୟୁମାନ୍ ମେଟାନ୍ୟୁମୋଭାଇରସ୍‌ ବା HMPV। ଏହି ନୂଆ ଭାଇରସ୍ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢିବାରେ ଲାଗିଛି । ଛୋଟ ପିଲାଙ୍କ ଠାରେ ଭୂତାଣୁ ପ୍ରଭାବ ଅଧିକ ଦେଖିବାକୁ ମିଳିଛି । HMPV ସହ ଇନ୍‌ଫ୍ଲୁଏନ୍‌ଜା -A, ମାଇକୋପ୍ଲାଜମା ନିମୋନିଆ, ଏବଂ କୋଭିଡ-୧୯ ଭାଇରସରେ ବି ସଂକ୍ରମିତ ହେଉଛନ୍ତି ଲୋକ । ଏଭଳି ରୋଗକୁ ନେଇ ଚୀନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଶୀତ ଦିନ ଯୋଗୁ ଏଭଳି ଦେଖିବାକୁ ମିଳିଛି ।

ବଢୁଥିବା ସଂକ୍ରମଣ ପାଇଁ ଚୀନର ଅନେକ ସ୍ଥାନରେ ଜରୁରୀକାଳିନ ସ୍ଥିତି ଘୋଷଣା କରିଛିଏଭଳି ସଂକ୍ରମଣକୁ ଏଡ଼ାଇବା ପାଇଁ ଅତି କମ୍‌ରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ସାବୁନରେ ହାତ ଧୋଇବାକୁ ପରାମର୍ଶ ପରାମର୍ଶ ଦିଆଯାଇଛି । ଅପରିଷ୍କାର ହାତରେ ନାକ କିମ୍ବା ପାଟିରେ ହାତ ନମାରିବା, ଅସୁସ୍ଥ ବ୍ୟକ୍ତିଙ୍କ ସହ ଘନିଷ୍ଠ ସଂସ୍ପର୍ଶରୁ ଦୂରେଇ ରୁହିବା, ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।  ଏଚ୍ଏମ୍‌ପିଭି ପାଇଁ ଚିକିତ୍ସା କିମ୍ବା ଟିକା କି କୌଣସି  କୌଣସି ଟିକା ମଧ୍ୟ ବିକଶିତ ହୋଇନାହିଁ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe