କନକ ବ୍ୟୁରୋ :  ଭାରତ ମହାକାଶରେ କରିବ ବଡ଼ ପରୀକ୍ଷା । ଏନେଇ ଇସ୍ରୋ ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ଗବେଷଣା ଆରମ୍ଭ ହୋଇଛି । ଚନ୍ଦ୍ରଯାନ-୩ ପରେ ଚନ୍ଦ୍ରଯାନ-୪ ଓ ଚନ୍ଦ୍ରଯାନ-୫  ପାଇଁ ପ୍ରସ୍ତୁତିରେ ବୈଜ୍ଞାନିକ । ପ୍ରାୟତଃ ୨୦୨୭ ଭିତରେ ଭାରତ ଗଗନଯାନ ଦ୍ବାରା ମହାକାଶକୁ ପଠାଇବ ପ୍ରଥମ ମାନବ ମହାକାଶଯାନ । ଚନ୍ଦ୍ରଯାନ-୪ ପରେ ଜାପାନ ଏରୋସ୍ପେସ୍‌ ଏଜେନ୍ସିର ମିଳିତ ସହଯୋଗରେ ଚନ୍ଦ୍ରଯାନ-୫ ପାଇଁ ଅଗକୁ ବଢିପାରେ  ଭାରତ । ଏସବୁର ସୂଚନା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)  ମୁଖ୍ୟ ଭି ନାରାୟନ ଭୁବନେଶ୍ବରର ଅନୁଷ୍ଠାନ ସେଣ୍ଟ୍ରାଲ ଟୁଲ ରୁମ ଏଣ୍ଡ ଟ୍ରେନିଂ ସେଣ୍ଟରର ଏକ ସଭାରେ ଦେଇଛନ୍ତି । ଏ ଅନୁଷ୍ଠାନ ଇସ୍ରୋକୁ   ସ୍ପେସ୍ ମିସନ ପାଇଁ ଉପକରଣ ଯୋଗାଇଥାଏ ।

Advertisment

ଚନ୍ଦ୍ରଯାନ-୪  ଏପର୍ୟ୍ୟନ୍ତ ଇସ୍ରୋର  ସବୁଠାରୁ ଜଟିଳ ଏବଂ ଉଚ୍ଚାଭିଳାଷୀ ମିଶନ । ଏଥିରେ ଚନ୍ଦ୍ର ପୃଷ୍ଠର ନମୁନା ସଂଗ୍ରହ ସହିତ ପୃଥିବୀକୁ ଫେରାଇ ଆଣିବାର କୌଶଳ  ମଧ୍ୟ ରହିବ । ଚନ୍ଦ୍ରଯାନ-୪ର ସଠିକ ଅବତରଣ, ରୋବଟିକସ୍ ନମୁନା ସଂଗ୍ରହ, ଚନ୍ଦ୍ର ପୃଷ୍ଠରେ ଲିଫ୍ଟ- ଅଫ୍, ଡକିଂ- ଅନଡକିଂ, ପୃଥିବୀକୁ ପ୍ରତ୍ତ୍ୟାବର୍ତ୍ତନ କରିବ ବୋଲି ଭି ନାରାୟନ ସୂଚନା ଦେଇଛନ୍ତି । ଇସ୍ରୋର  ଗଗନଯାନରେ ମହାକାଶଚାରୀଙ୍କୁ ପଠାଇ, ତିନିଟି ମହାକାଶ ଗବେଷଣା ଆରମ୍ଭ କରିବ । ପୃଥିବୀର ବଳୟରେ ଜୀବନ ସମର୍ଥନ, ସୁରକ୍ଷାର ଅନୁସନ୍ଧାନ ଉପରେ ନିରୀକ୍ଷଣ କରିବ ।

ଚନ୍ଦ୍ରଯାନ-୪ ପରି ଚନ୍ଦ୍ରଯାନ-୫ରେ ମଧ୍ୟ ରହିବ ଉଚ୍ଚ ଜ୍ଞାନ କୌଶଳ । ଚନ୍ଦ୍ରଯାନ-୩ରେ ୨୫କେ.ଜି. ପ୍ରଜ୍ଞାନ ରୋଭର ବ୍ୟବହାର ହୋଇଥିଲା, କିନ୍ତୁ ଚନ୍ଦ୍ରଯାନ-୫ରେ ୨୫୦କେ.ଜି. ପ୍ରଜ୍ଞାନ ରୋଭ ବହନ କରିବାର କ୍ଷମତା ଅଛି । ଅତି କମରେ  ୧୦୦ ଦିନର ଏହି ମିସନ ଚନ୍ଦ୍ରଯାନ-୩ ଠାରୁ ସାତ ଗୁଣା ଅଧିକ ଶକ୍ତିଶାଳୀ ହେବ । ଏଥିରେ ଜାପାନ ଏରୋସ୍ପେସ୍‌ ଏଜେନ୍ସିର ମଧ୍ୟ ସହଯୋଗ କରିବ । କେବଳ ଏତିକି ନୁହଁ ଇସ୍ରୋ- ନାସା ସହିତ ଏମକେ-୩ ଯାନର ଲଞ୍ଚ କରିବ, କ୍ୱାଣ୍ଟମ୍ ଓ ବୈଦୁତିକ ପ୍ରବୃତ୍ତି ଥିବା ୩୦ଟି ଉନ୍ନତ ଜ୍ଞାନ କୌଶଳ  ବ୍ୟବହାର ହେବ ।

ଇସ୍ରୋ  କେବଳ ମହାକାଶ ବିଜ୍ଞାନ ନୁହେଁ ଦେଶର ସୁରକ୍ଷା ଓ ସୂଚନାତ୍ମକ କାର୍ୟ୍ୟରେ  ମଧ୍ୟ ଯୋଗଦାନ କରେ । ଉପଗ୍ରହ ଦ୍ବାରା ମହାକାଶରୁ ଖାଦ୍ୟ ସୁରକ୍ଷା, ଜଳ ଉତ୍ସ, ପାଣିପାଗର ଆକଳନରେ ମଧ୍ୟ କାର୍ୟ୍ୟ କରୁଛି ବୋଲି ବୈଜ୍ଞାନିକଙ୍କ ମତ ।