କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ୭ ୱିକେଟ୍ରେ ନିରାଶାଜନକ ପରାଜୟର ସମ୍ମୁଖୀନ ହୋଇଛି । ଏହି ମ୍ୟାଚ୍ରେ ଟସ୍ ହାରିବା ପରେ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ନିମନ୍ତ୍ରଣ ମିଳିଥିଲା । ମ୍ୟାଚ୍ରେ ଟିମ୍ ଇଣ୍ଡିଆକୁ ଭଲ ଆରମ୍ଭ ମିଳିଥିଲେ ମଧ୍ୟ ନିମ୍ନକ୍ରମର ବ୍ୟାଟସମ୍ୟାନମାନେ ଉପଯୋଗୀ ରନ୍ କରିପାରିନଥିଲେ । ଏହା ବ୍ୟତୀତ ବୋଲିଂରେ ମଧ୍ୟ ଭାରତୀୟ ଖେଳାଳିମାନେ କିଛି ବିଶେଷ କରିପାରିନଥିଲେ । ତେବେ ଆସନ୍ତୁ ଜାଣିବା ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆର ପରାଜୟର ଏହି ୫ଟି ପ୍ରମୁଖ କାରଣ।
ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତର ପରାଜୟର ସବୁଠାରୁ ବଡ଼ କାରଣ ଥିଲା ମଧ୍ୟକ୍ରମ ବ୍ୟାଟିଂ ବିପର୍ଯ୍ୟୟ । ଶୁବମନ ଗିଲ୍ ଏବଂ ରୋହିତ ଶର୍ମା ଦଳକୁ ଦମଦାର ଆରମ୍ଭ ଦେଇଥିଲେ, କିନ୍ତୁ ମଧ୍ୟକ୍ରମରେ କେଏଲ୍ ରାହୁଲଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟସମ୍ୟାନ୍ କ୍ରିଜ୍ରେ ତିଷ୍ଠି ପାରିନଥିଲେ । ଏହି କାରଣରୁ ଟିମ୍ ଇଣ୍ଡିଆର ସ୍କୋର ୩୦୦ ରନ୍ ଭିତରେ ସୀମିତ ରହିଗଲା ।
ଭାରତୀୟ ଦଳକୁ ମିଳିଥିବା ପରାଜୟର ଦ୍ୱିତୀୟ ସବୁଠାରୁ ବଡ଼ କାରଣ ଥିଲା ସ୍ପିନରଙ୍କ ବିଫଳତା । ବିଶେଷ କରି ଟିମ୍ ଇଣ୍ଡିଆର ସ୍ପିନର କୁଲଦୀପ ଯାଦବ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । କୁଲଦୀପ ନିଜର ୧୦ ଓଭର ସ୍ପେଲ୍ରେ ୮୨ ରନ୍ ବ୍ୟୟ କରି ମାତ୍ର ୧ଟି ୱିକେଟ୍ ନେଇଥିଲେ । କେବଳ କୁଲଦୀପ ନୁହଁନ୍ତି, ରବୀନ୍ଦ୍ର ଜାଡେଜା ମଧ୍ୟ ୮ ଓଭରରେ ୪୪ ରନ୍ ଦେଇଥିଲେ । ସ୍ପିନରଙ୍କ ଏହି ନିରାଶାଜନକ ପ୍ରଦର୍ଶନ ଯୋଗୁଁ ଟିମ୍ ଇଣ୍ଡିଆ ରାଜକୋଟରେ ମ୍ୟାଚ୍ ବଞ୍ଚାଇ ପାରିଲା ନାହିଁ ।
ଆହୁରି ପଢ଼ନ୍ତୁ... ବିପଦରେ ବିରାଟ କୋହଲିଙ୍କ ନଂ୧ ଆସନ
ଟିମ୍ ଇଣ୍ଡିଆର ହାରିବାର ତୃତୀୟ ବଡ଼ କାରଣ ଥିଲା ଖରାପ ଫିଲ୍ଡିଂ । ମ୍ୟାଚ୍ରେ ପ୍ରସିଦ୍ଧ କୃଷ୍ଣା ୮୦ ରନ୍ରେ ଖେଳୁଥିବା ଡାରିଲ ମିଚେଲଙ୍କ ଏକ କ୍ୟାଚ୍ ଛାଡିଥିଲେ । ପ୍ରସିଦ୍ଧ କୃଷ୍ଣାଙ୍କର ଏହି କ୍ୟାଚ୍ ଛାଡିବା ଭାରତ ପାଇଁ ଭାରି ପଡିଲା । ଏହାପରେ ମିଚେଲ ଅପରାଜିତ ୧୩୧ ରନ୍ର ଇନିଂସ ଖେଳି ନ୍ୟୁଜିଲାଣ୍ଡକୁ ବିଜୟୀ କରାଇଥିଲେ ।
ଭାରତୀୟ ଅଧିନାୟକ ଶୁବମନ ଗିଲ୍ ମ୍ୟାଚ୍ ପରେ ନିଜେ ସ୍ୱୀକାର କରିଛନ୍ତି ଯେ, ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଲା କାରଣ ମଧ୍ୟକ୍ରମ ଓଭରଗୁଡ଼ିକରେ ବୋଲରମାନେ ଗୋଟିଏ ବି ୱିକେଟ୍ ନେଇପାରିଲେ ନାହିଁ । ଡାରିଲ ମିଚେଲ ଏବଂ ୱିଲ୍ ୟଙ୍ଗଙ୍କ ମଧ୍ୟରେ ଏହି ସମୟରେ ୧୬୨ ରନ୍ର ଏକ ବଡ଼ ଭାଗିଦାରୀ ହୋଇଥିଲା, ଯାହା ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲା।
ଦ୍ୱିତୀୟ ଦିନିକିଆରେ ପରାଜୟର ଏକ ବଡ଼ କାରଣ ଥିଲା ଡାରିଲ ମିଚେଲଙ୍କ ବିସ୍ଫୋରକ ଫର୍ମ । ମିଚେଲ ପ୍ରଥମ ଦିନିକିଆରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ । ସେହିପରି ଦ୍ୱିତୀୟ ମ୍ୟାଚ୍ରେ ମଧ୍ୟ ସେ ନିଜର ଫର୍ମ ବଜାୟ ରଖି ଦମଦାର ଖେଳ ଦେଖାଇଥିଲେ । ବିଶେଷ କରି ସ୍ପିନରଙ୍କ ବିରୋଧରେ ସେ ଶତକ ହାସଲ କରି ନ୍ୟୁଜିଲାଣ୍ଡ ପାଇଁ ୨୮୫ ରନ୍ର ଲକ୍ଷ୍ୟକୁ ସହଜ କରିଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2026/01/15/team-india-2026-01-15-16-56-51.jpg)