ବରୁଣଙ୍କ କମାଲ ସତ୍ୱେ ହାରିଲା ଭାରତ ; ଦ୍ୱିତୀୟ ଟି-୨୦ ସିରିଜରେ ୩ ୱିକେଟରେ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହେଲା ଭାରତ

ପାଣିରେ ପଡିଲା ବରୁଣ ଚକ୍ରବର୍ତ୍ତିଙ୍କ ୫ ୱିକେଟ । ଟ୍ରିଷ୍ଟାନ ଷ୍ଟୁବଙ୍କ ଜବତରଦସ୍ତ ବ୍ୟାଟିଂ ଯୋଗୁଁ ୩ ୱିକେଟରେ ହାରିଲା ଟିମ ଇଣ୍ଡିଆ । କୋଣସି ବ୍ୟାଟର କରିପାରିଲେନି ୪୦ ରନ ।୧୨୫ର ରନର ଲକ୍ଷ୍ୟକୁ ଗୋଟିଏ ଓଭର ର୍ପୂବରୁ ହାସଲ କଲା ଦକ୍ଷିଣ ଆଫ୍ରିକା ।

14i

କନକ ବ୍ୟୁରୋ: ପାଣିରେ ପଡିଲା ବରୁଣ ଚକ୍ରବର୍ତ୍ତିଙ୍କ ୫ ୱିକେଟ୍ । ଟ୍ରିଷ୍ଟାନ ଷ୍ଟୁବଙ୍କ ଜବରଦସ୍ତ ବ୍ୟାଟିଂ ଯୋଗୁ ୩ ୱିକେଟରେ ହାରିଲା ଟିମ ଇଣ୍ଡିଆ । ଭାରତର କୌଣସି ବ୍ୟାଟର କରିପାରିଲେନି ୪୦ ରନ୍ ।  ୧୨୫ର ରନର ଲକ୍ଷ୍ୟକୁ ଗୋଟିଏ ଓଭର ର୍ପୂବରୁ ହାସଲ କଲା ଦକ୍ଷିଣ ଆଫ୍ରିକା । 

ରବିବାର ଦକ୍ଷିଣ ଆଫିକାରେ ଖେଳଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୬ ୱିକେଟ ହରାଇ ୧୨୪ ରନ କରିଥିଲା । ଭାରତର ଦୁଇ ଓପନର ଫେଲ ମାରିବା ପରେ କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ ମଧ୍ୟ ବିଫଳ ହୋଇଥିଲେ । ପରେ ଅନ୍ୟ କୌଣସି ବ୍ୟାଟର ଭଲ ପଦର୍ଶନ କରିପାରିନଥଲେ । ଦଳ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୩୯ ରନ କରିଥିଲେ। କିନ୍ତୁ ଭାରତ ମଧ୍ୟ ଜବରଦସ୍ତ ବୋଲିଂ କରିଥିଲା ।  ବରୁଣ ଚକ୍ରବର୍ତ୍ତି ମାତ୍ର ୧୭ ରନ ଦେଇ ୫ ଟି ୱିକେଟ ନେଇଥିଲେ ମଧ୍ୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି। ତେବେ ୪ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ୧-୧ରେ ବରାବର ରହିଛି। ଆଗାମୀ ଦୁଇ ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe