କନକ ବ୍ୟୁରୋ : କୈଳାଶାହାର ଏୟାରବେସ୍‌ର ପୁନଃଉଦ୍ଧାର କରିବ ଭାରତ । ୧୯୭୧ ଯୁଦ୍ଧରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲା ଏହି ଏୟାରବେସ୍‌ । ୧୯୭୧ ଯୁଦ୍ଧରେ ଯେଉଁ ବିମାନଘାଟି ଯୋଗୁଁ ଦୁଇ ଫାଳ ହୋଇଥିଲା ପାକିସ୍ତାନ, ତାକୁ ପୁଣି ଚାଲୁ କରିବ ଭାରତ । ତ୍ରିପୁରାରେ ଥିବା ଐତିହାସିକ କୈଳାଶାହାର ବାୟୁସେନା ଘାଟିକୁ ପୁଣି ସକ୍ରିୟ କରିବାକୁ ଭାରତ ଯୋଜନା କରୁଛି । ଏହି ପଦକ୍ଷେପ ଏପରି ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ବାଂଲାଦେଶର ଲାଲ ମିନରହାଟ୍ ଏୟାରବେସକୁ ଅତ୍ୟାଧୁନିକ ସୈନ୍ୟ ଠିକଣାରେ ରୂପାନ୍ତରିତ କରିବାକୁ ଚୀନ ସହଯୋଗ କରୁଛି ।

Advertisment

କୈଳାଶାହାର ଏୟାରବେସ ଭାରତ ଲାଗି ରଣନୈତିକ ରୂପେ ଗୁରୁତ୍ବପୂର୍ଣ୍ଣ ସିଲିଗୁଡ଼ି କରିଡରରୁ ମାତ୍ର ୨୦ କିଲୋମିଟର ଦୂରରେ ରହିଛି । କୈଳାଶାହାର ଏୟାରବେସ୍ ଆକ୍ଟିଭ୍ ହେଲେ ବାଂଲାଦେଶ ସୀମା ଓ ସିଲିଗୁଡ଼ି କରିଡରରେ ତ୍ବରିତ ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ଓ ଲଜିଷ୍ଟିକ୍ ସହାୟତା ପ୍ରଦାନ କରିବ। ଚୀନକୁ ସ୍ପଷ୍ଟ ବାର୍ତ୍ତା ମିଳିବ ଯେ, ଭାରତ ନିଜ କ୍ଷେତ୍ରରେ ରଣନୈତିକ ସ୍ଥିତିକୁ ଦୁର୍ବଳ ହେବାକୁ ଦେବ ନାହିଁ ।


ତ୍ରିପୁରାରେ ଉନାକୋଟି ଜିଲ୍ଲାରେ ରହିଛି କୈଳାଶହାର ଏୟାରବେସ୍ । ତ୍ରିପୁରା ସରକାରଙ୍କ ନିବେଦନ କ୍ରମେ ପୂର୍ବୋତ୍ତର ବିମାନ ଚଳାଚଳ କର୍ତ୍ତୃପକ୍ଷ (Airports Authority of India's (AAI) North-Eastern regional) କାର୍ଯ୍ୟବାହୀ ନିର୍ଦ୍ଦେଶକ ଏମ୍‌ ରାଜୁ କିଶୋରଙ୍କ ଟିମ୍‌ କୈଳାଶହାର ଏୟାରବେସ୍‌ ବୁଲି ଦେଖିଥିଲେ । ଏହାର ଭିତ୍ତିଭୂମିର ସମୀକ୍ଷା କରିବା ସହ ନବୀକରଣ ପାଇଁ କେତେ ଜମି ଆବଶ୍ୟକ ତାହା ଅନୁଧ୍ୟାନ କରିଥିଲେ । ଏହି ଏୟାରବେସ ପୁନରୁଦ୍ଧାର ପାଇଁ ୭୫ରୁ ୨୦୫ ଏକର ଜମି ଅଧିଗ୍ରହଣ କରିବାକୁ ଚିନ୍ତା କରାଯାଉଛି । ବର୍ତ୍ତମାନ କୈଳାଶହାର ଏୟାରବେସ୍‌ରେ ୧୦୦୦ ମିଟରର ଏକ ରନ୍‌ୱେ(Runway) ରହିଛି । ଏଭଳି ଏକ ଛୋଟ ରନ୍‌ୱେ କାର୍‌ଗୋ ଏୟାରକ୍ରାଫ୍ଟ ଚଳାଚଳ ପାଇଁ ପର୍ଯ୍ୟାପ୍ତ ନୁହେଁ । ଏଣୁ ଏଠାରେ ସୁରକ୍ଷିତ ବିମାନ ଚଳାଚଳ ଏବେ ଚିନ୍ତାର ବିଷୟ ହୋଇଛି ।