କନକ ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ଶେଷ ଟେଷ୍ଟ ମ୍ୟାଚ । ଆଜି ଦ୍ବିତୀୟ ଦିନର ଖେଳ ଶେଷ ହୋଇଛି । ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୧୪୫ ରନରେ ଆଗୁଆ ରହିଛି । ଭାରତ ପକ୍ଷରୁ ପ୍ରଥମ ଓ ଦ୍ବିତୀୟ ଇଂନିସରେ ରିଷବ ପନ୍ତ ଯଥାକ୍ରମେ ୪୦ ଓ ୬୧ ରନର ଦମଦାର ପାଳି ଖେଳିଥିଲେ । ଆଉ ଏହି ମ୍ୟାଚ ଏବେ ରୋମାଞ୍ଚକ ସ୍ଥିତିରେ ପହଞ୍ଚିଛି ।
ଭାରତ ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ଏତେ ସଫଳ ହୋଇପାରିନଥିଲା । ରିଷବ ପନ୍ତ ଏହି ମ୍ୟାଚରେ ଧୈର୍ୟ୍ୟପୂର୍ଣ୍ଣ ୪୦ ରନ କରିଥିଲେ । ଫଳରେ ଦଳ ୭୨ ଓଭରରେ ୧୮୫ ରନରେ ଅଲଆଉଟ ହୋଇଥିଲା । ସେପଟେ ଅଷ୍ଟ୍ରେଲିଆ ବି ତାର ପ୍ରଥମ ଇଂନିସରେ ବିଫଳତାର ସମ୍ମୁଖୀନ ହୋଇଥିଲା । ଦଳ ପକ୍ଷରୁ ଓ୍ବେବଷ୍ଟର ୫୭, ଷ୍ଟିଭ ସ୍ମିଥ ୩୩ ରନ କରିଥିଲେ । ଫଳରେ ଦଳ ୫୧ ଓଭରରେ ୧୮୧ ରନ କରିଥିଲା ।
ପରେ ଭାରତ ତାର ଦ୍ବିତୀୟ ଇଂନିସ ଜାରି ରଖିଛି । ଭାରହତ ଏବେ ୩୨ ଓଭରରେ ୬ ଓ୍ବିକେଟ ହରାଇ ୧୪୧ ରନ କରିଛି । ଆଉ ୧୪୫ ରନରେ ଆଗୁଆ ରହିଛି । ଆଶା କରାଯାଉଛି ଭାରତ କାଲି ବଡ ଇଂନିସ ଖେଳି ଅଷ୍ଟ୍ରେଲିଆକୁ ବଡ ଟାର୍ଗେଟ ଦେଉ ।