ମହିଳା ସ୍ୱାସ୍ଥ୍ୟ ସୁରକ୍ଷାରେ ଐତିହାସିକ ପଦକ୍ଷେପ , ସର୍ଭିକାଲ କ୍ୟାନ୍ସର ଟିକାକରଣ ଅଭିଯାନ ଆରମ୍ଭ

Advertisment

ଆଜିଠାରୁ ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି ସର୍ଭିକାଲ କ୍ୟାନ୍ସର ବା ଜରାୟୁ କର୍କଟ ଟିକାକରଣ ଅଭିଯାନ । ୧୪ ବର୍ଷ ଯାଏଁ ଝିଅଙ୍କୁ ଦିଆଯିବ ସିଙ୍ଗଲ ଡୋଜ୍। ୧୪ ବର୍ଷରୁ ବାହାଘର ପର୍ଯ୍ୟନ୍ତ ତିନିଟି ଡୋଜ୍‌ ଦିଆଯିବ ।

ଆଜିଠାରୁ ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି ସର୍ଭିକାଲ କ୍ୟାନ୍ସର ବା ଜରାୟୁ କର୍କଟ ଟିକାକରଣ ଅଭିଯାନ । ୧୪ ବର୍ଷ ଯାଏଁ ଝିଅଙ୍କୁ ଦିଆଯିବ ସିଙ୍ଗଲ ଡୋଜ୍। ୧୪ ବର୍ଷରୁ ବାହାଘର ପର୍ଯ୍ୟନ୍ତ ତିନିଟି ଡୋଜ୍‌ ଦିଆଯିବ ।

Cancer Day

Cancer Day Photograph: (Kanak News)

କନକ ବ୍ୟୁରୋ : ଦେଶରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଐତିହାସିକ ପଦକ୍ଷେପ ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଆଜିଠାରୁ ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି ସର୍ଭିକାଲ କ୍ୟାନ୍ସର ବା ଜରାୟୁ କର୍କଟ ଟିକାକରଣ ଅଭିଯାନ । ୧୪ ବର୍ଷ ଯାଏଁ ଝିଅଙ୍କୁ ଦିଆଯିବ ସିଙ୍ଗଲ ଡୋଜ୍। ୧୪ ବର୍ଷରୁ ବାହାଘର ପର୍ଯ୍ୟନ୍ତ ତିନିଟି ଡୋଜ୍‌ ଦିଆଯିବ । ଟିକାକରଣ ପ୍ରକ୍ରିୟା ସରକାରୀ ଓ ବେସରକାରୀ ସ୍କୁଲ୍, ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ପର୍ଯ୍ୟାୟକ୍ରମେ   ଚାଲିବ । ଏହା ମାଧ୍ୟମରେ ଭବିଷ୍ୟତରେ ଜରାୟୁ କର୍କଟର ଆଶଙ୍କାକୁ କମେଇବାର ଲକ୍ଷ୍ୟ ରଖାଯାଇଛି ।

ଅଧିକ ପଢନ୍ତୁ : ମହିଳାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ ; କିଶୋରୀଙ୍କୁ ଦିଆଯିବ କ୍ୟାନ୍ସର ଭ୍ୟାକ୍ସିନ

ସର୍ଭିକାଲ କ୍ୟାନ୍ସର ବା ଜରାୟୁ କର୍କଟ ମହିଳାମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା । ପ୍ରାୟ ୯୯ ପ୍ରତିଶତଙ୍କ କ୍ଷେତ୍ରରେ ହ୍ୟୁମାନ ପାପିଲୋମା ଭାଇରସ ନାମକ ଏକ ଭୂତାଣୁ ସଂକ୍ରମଣ ଯୋଗୁଁ ଏହି କ୍ୟାନ୍ସର ହୋଇଥାଏ । ଭାରତରେ ମହିଳାମାନଙ୍କ ମଧ୍ୟରେ ଦେଖାଯାଉଥିବା କର୍କଟ ରୋଗ ମଧ୍ୟରେ ସର୍ଭିକାଲ କ୍ୟାନ୍ସର ଦ୍ୱିତୀୟ ସ୍ଥାନରେ ରହିଛି । ପ୍ରତିବର୍ଷ ଦେଶରେ ପ୍ରାୟ ୧ ଲକ୍ଷ ୨୩ ହଜାରରୁ ୧ ଲକ୍ଷ ୨୫ ହଜାର ନୂଆ ସର୍ଭିକାଲ କ୍ୟାନ୍ସର ରୋଗୀ ଚିହ୍ନଟ ହୁଅନ୍ତି । ଶରୀରରେ ରୋଗ ପ୍ରତିରୋଧ ଶକ୍ତି ଥିଲେ ଏହି ଭାଇରାସ୍‌ ବ୍ୟାପିପାରେନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe