କନକବ୍ୟୁରୋ : ଗାଜା ଶାନ୍ତି ବୋର୍ଡ଼ର ପ୍ରଥମ ବୈଠକ ଗୁରୁବାର ୱାସିଂଟନରେ ଅନୁ‌ଷ୍ଠିତ ହୋଇଥିଲା। ଭାରତ ଏହି ବୈଠକରେ ଏକ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲା। ଆମେରିକାରେ ଭାରତୀୟ ତୂତାବାସ ମୁଖ୍ୟ ନାମଗ୍ୟା ସି ଖମ୍ପା ଆମେରିକା ଶାନ୍ତି ପ୍ରତିଷ୍ଠାନରେ ପର୍ଯ୍ୟବେକ୍ଷକ ଭାବରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ଆମେରିକା ଶାନ୍ତି ବୋର୍ଡ଼ରେ ଯୋଗଦେବାକୁ ୫୦ ଦେଶକୁ ନିମନ୍ତ୍ରଣ କରିଥିଲା। ୨୬ ଦେଶ ଶାନ୍ତି ବୋର୍ଡ଼ର ପ୍ରତିଷ୍ଠାତା ସଦସ୍ୟ ଭାବେ ଯୋଗ ଦେଇଥିଲେ। 

Advertisment

ଗତମାସ ହୋଇଥିବା ବିଶ୍ବ ଅର୍ଥନୈତିକ ଫୋରମ୍‌ ବୈଠକ ଅବସରରେ ଏହି ଶାନ୍ତି ବୋର୍ଡ଼ର ଗଠନ କରାଯାଇଥିଲା। ବୈଠକରେ ଗାଜାରେ ମୁତୟନ ହେବାକୁ ଥିବା ଆନ୍ତର୍ଜାତିକ ସ୍ଥିରତା ବାହିନୀକୁ ଏହାର ସେନା ପଠାଇବାକୁ ୫ଟି ଦେଶ ଯଥା: ଇଣ୍ଡୋନେସିଆ, ମରକ୍କୋ, କାଜାଖସ୍ତାନ, କସୋଭୋ ଏବଂ ଆଲବାନିଆ ରାଜି ହୋଇଥିବା ଆମେରିକା ସେନାର ମେଜର ଜେନେରାଲ ଜାସପର୍‌ ଜେଫର୍ସ ଘୋଷଣା କରିଥିଲେ। ସ୍ଥିରତା ବାହିନୀର କମାଣ୍ଡର ଭୂମିକା ଜେଫର୍ସଙ୍କ ପାଖରେ ଥିବାବେଳେ ଡେପୁଟି କମାଣ୍ଡର ଭୂମିକା ଇଣ୍ଡୋନେସିଆକୁ ମିଳିବ।