କନକବ୍ୟୁରୋ : ବିଶ୍ୱର ସର୍ବବୃହତ ଅର୍ଥନୀତି ଆମେରିକାରେ କିନ୍ତୁ ଏବେ ଭାରତରୁ ଆମଦାନୀ ବୃଦ୍ଧି ପାଉଛି । ଏଥିସହ ଏବେ ଚୀନରୁ ଆମଦାନୀ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ୨୦୨୫ ଆରମ୍ଭରୁ ମେ ପର୍ଯ୍ୟନ୍ତ ତଥ୍ୟ ଅନୁଯାୟୀ, ଆମେରିକାର ମୋଟ ଆମଦାନୀରେ ଭାରତର ଅଂଶ ୩.୧% କୁ ବୃଦ୍ଧି ପାଇଥିବା ବେଳେ ଯାହା ଗତ ବର୍ଷ ଏହି ସମୟରେ ୨.୯% ଥିଲା । କିନ୍ତୁ ଆମେ ଯଦି ଚୀନର ଆମଦାନୀ ଦେଖିବା ତେବେ ସେହି ସମୟରେ, ଚୀନର ଅଂଶ ୨.୭% ହ୍ରାସ ପାଇଛି ।
କିନ୍ତୁ ଏବେ ଏଉ ଏକ ଭିନ୍ନ କାହାଣୀ ଦେଖିବାକୁ ମିଳିଛି । ଯାହା ବର୍ତ୍ତମାନ ରାଜନୀତି ଚିତ୍ର ବଦଳାଇ ଦେଇଛି। କିନ୍ତୁ ଏହି ପରିବର୍ତ୍ତନ ପଛରେ ମୁଖ୍ୟ କାରଣ ହେଉଛି ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଥିବା ଭୂ ରାଜନୈତିକ ଉତ୍ତେଜନା । ଭାରତ, ତାଇୱାନ ଏବଂ ସ୍ୱିଜରଲ୍ୟାଣ୍ଡ ଭଳି ଦେଶଗୁଡ଼ିକ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଠୋର ବାଣିଜ୍ୟ ନୀତି ଏବଂ ଚୀନ୍ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ରଣନୀତିର ସିଧାସଳଖ ଲାଭ ପାଉଛନ୍ତି ।
କିନ୍ତୁ ଏବେ ପ୍ରଯୁକ୍ତିବିଦ୍ୟା ଏବଂ ବୟନ ଶିଳ୍ପରେ ଭାରତର ଆମଦାନୀ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।
ଆମେରିକା ଦ୍ୱାରା ଆମଦାନୀ ହେଉଥିବା ଉନ୍ନତ ପ୍ରଯୁକ୍ତିବିଦ୍ୟା ଉତ୍ପାଦରେ ଭାରତର ଅଂଶ ୨.୩% ରୁ ୩.୫% କୁ କୁ ବୃଦ୍ଧି ପାଇଛି । ମୋବାଇଲ୍ ଫୋନ୍ ଏବଂ ସୌର ସେଲ୍ ଭଳି କ୍ଷେତ୍ରରେ ଭାରତ ଭଲ ପ୍ରଦର୍ଶନ କରିଛି । ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଭାରତର ଅଂଶ ୩.୫% ରୁ ୭.୨% କୁ ବୃଦ୍ଧି ପାଇଛି, ଯେତେବେଳେ ଚୀନର ଅଂଶ ମାତ୍ର ୧୧% କୁ ହ୍ରାସ ପାଇଛି ।
ଏବେ ଆସନ୍ତୁ ଜାଣିବା ଭାରତର ବୟନ ଶିଳ୍ପ ବିଷୟରେ , ବୟନ ଶିଳ୍ପ କ୍ଷେତ୍ରରେ ଚୀନର ଅଂଶ ୨୭% ରୁ ହ୍ରାସ ପାଇ ୧୪% ହୋଇଛି, ଯେତେବେଳେ ଭାରତର ଅଂଶ ୯% ରୁ ବୃଦ୍ଧି ପାଇ ୧୨% ହୋଇଛି । ଭିଏତନାମ ମଧ୍ୟ ଦ୍ରୁତ ଗତିରେ ଉଭା ହୋଇଛି ଏବଂ ବର୍ତ୍ତମାନ ୧୮% ଅଂଶ ସହିତ ଏହି ଦୌଡ଼ରେ ନେତୃତ୍ୱ ନେଇଛି ।
କିନ୍ତୁ ଏବେ ଏବା ଭାରତ ପାଇଁ ଚ୍ୟାଲେଂଜ ମଧ୍ୟ ପାଲଟିଛି ଶୁଳ୍କ କ୍ଷେତ୍ରରେ .. ଏତେ ସବୁ ପରେ ମଧ୍ୟ ଭାରତ ପ୍ରତ୍ୟେକ କ୍ଷେତ୍ରରେ ଲାଭବାନ ହୋଇନାହିଁ । କୃଷି ଉତ୍ପାଦରେ ସାମାନ୍ୟ ବୃଦ୍ଧି ଘଟିଛି, କିନ୍ତୁ ମଣି ଏବଂ ଅଳଙ୍କାର, ରାସାୟନିକ ପଦାର୍ଥ ଏବଂ ଅଟୋମୋବାଇଲ୍ ଭଳି କ୍ଷେତ୍ରରେ ହ୍ରାସ ଘଟିଛି । ଆମେରିକା ଦ୍ୱାରା ଯାନବାହାନ ଉପରେ୨୫% ଅତିରିକ୍ତ ଶୁଳ୍କ ଲାଗୁ କରାଯିବା ଯୋଗୁଁ ଟ୍ରାକ୍ଟର, ମୋଟରସାଇକେଲ ଏବଂ ମୋପେଡ ର ଚାହିଦା ପ୍ରଭାବିତ ହୋଇଛି ।