ଡିଆରଡିଓ ପ୍ରସ୍ତୁତ କରୁଛି ଏମିତି ମିସାଇଲ୍, ଶତ୍ରୁକୁ ଦେବ ଚକମା । ୬ ହଜାର କିଲୋମିଟର ଦୂରରୁ କରିବ ଲକ୍ଷ୍ୟଭେଦ ।
ଭାରତ ଏବେ ଲଗାତାର ଭାବେ ନିଜର ମିସାଇଲ୍ ପରୀକ୍ଷଣ କରିବାରେ ଲାଗିଛି । ଖାସ୍ କରି ଭୂପୃଷ୍ଠରୁ ଏବଂ ଫାଇଟର ଜେଟରୁ ଯେଉଁ ମିସାଇଲ ଲଞ୍ଚ କରିହେବ, ତାର ପରୀକ୍ଷଣ କରୁଛି ଭାରତ । ଆଉ ଏବେ ଏଥିରେ ଯୋଡି ହେଇଛି ଆଉ ଏକ ପ୍ରକାର ମିସାଇଲ ।
ଭାରତ ଏବେ ଲଗାତାର ଭାବେ ନିଜର ମିସାଇଲ୍ ପରୀକ୍ଷଣ କରିବାରେ ଲାଗିଛି । ଖାସ୍ କରି ଭୂପୃଷ୍ଠରୁ ଏବଂ ଫାଇଟର ଜେଟରୁ ଯେଉଁ ମିସାଇଲ ଲଞ୍ଚ କରିହେବ, ତାର ପରୀକ୍ଷଣ କରୁଛି ଭାରତ । ଆଉ ଏବେ ଏଥିରେ ଯୋଡି ହେଇଛି ଆଉ ଏକ ପ୍ରକାର ମିସାଇଲ । ଭାରତ ଏବେ ଏଭଳି କିଛି ମିସାଇଲ ପରୀକ୍ଷଣ କରୁଛି, ଯାହାକୁ କି ଭାରତୀୟ ନୌସେନା ନିଜର ବୁଡାଜାହାଜରୁ ଲଞ୍ଚ୍ କରିପାରିବ । କେ ସିରିଜର ପରମାଣୁ ବାଲାଷ୍ଟିକ୍ ମିସାଇଲ କେ-୫ର ଏବେ ପରୀକ୍ଷଣ ଚାଲିଛି । ଯାହାକି ହେଉଛି ଏକ ସବମରୀନ ଲଞ୍ଚ୍ ବାଲାଷ୍ଟିକ୍ ମିସାଇଲ୍ ।
ଏହି ମିସାଇଲକୁ ଆମ ଦେଶରେ ହିଁ ତିଆରି କରାଯାଇଛି । ଏହାର ରେଞ୍ଜ ପାଖାପାଖି ୫ରୁ ୬ ହଜାର କିଲୋମିଟର ରହିଛି । ତେବେ ଏହା ୮ରୁ ୯ ହଜାର କିଲୋମିଟର ପର୍ୟ୍ୟନ୍ତ ବି ନିଜର ଲକ୍ଷ୍ୟ ଭେଦ କରିପାରିବ । ବର୍ତ୍ତମାନ ସମୟରେ ଡିଆରଡିଓ ଏହାକୁ ପ୍ରସ୍ତୁତ କରୁଛି । ତେବେ ଯଦି ଏହି ମିସାଇଲକୁ ଭାରତୀୟ ସମୁଦ୍ର କ୍ଷେତ୍ରରେ ଥିବା ବୁଡାଜାହାଜରୁ ଲଞ୍ଚ କରାଯାଏ, ତେବେ ଏହା ଚୀନ୍ କିମ୍ବା ପାକିସ୍ତାନରେ ଥିବା କୌଣସି ପ୍ରମୁଖ ସହରକୁ ମଧ୍ୟ ଧ୍ୱସଂ କରିପାରେ । ବର୍ତ୍ତମାନ ସମୟରେ ଏହାକୁ ଆଇଏନଏସ୍ ଅରିହନ୍ତ କ୍ଲାସ ସବମରୀନ ଏବଂ ଏସ-୫ କ୍ଲାସ୍ ସବମରୀନରେ ଲଗାଯିବ । ଭବିଷ୍ୟତରେ ଏହାକୁ ଅନ୍ୟ ସମସ୍ତ ବୁଡାଜାହାଜରେ ମଧ୍ୟ ଲଗାଯିବ ବୋଲି କୁହାଯାଉଛି ।
ଭାରତ ପାଖରେ ବର୍ତ୍ତମାନ କେ-୪ ସବମରୀନ ଲଞ୍ଚ ବାଲାଷ୍ଟିକ୍ ମିସାଇଲ୍ ଜଖୀରା ରହିଛି । ଯାହାର ରେଞ୍ଜ ହେଉଛି ୭୫୦ କିଲୋମିଟରରୁ ୩୫୦୦ କିଲୋମଟିର । ହେଲେ ବର୍ତ୍ତମାନ ସମୟରେ ଭାରତୀୟ ନୌସେନା ନୂଆ ନୂଆ ବୁଡାଜାହାଜ ପ୍ରସ୍ତୁତ କରିବାରେ ମନୋନିବେଶ କରୁଛି, ଆଉ ତା ସହିତ ନୂଆ ମିସାଇଲର ମଧ୍ୟ ଆବଶ୍ୟକତା ପଡୁଛି । ତେଣୁ ଏଭଳି ସମୟରେ କେ-୫ ଏଭଂ କେ-୬ ମିସାଇଲର ଆବଶ୍ୟକତା ରହିଛଇ । ଯାହାକି ଶତ୍ରୁ ପକ୍ଷକୁ ଚକମା ଦେବାରେ ବେଶ୍ ମାହିର ।