କନକ ବ୍ୟୁରୋ : ଭାରତ ନିଜର ସେନାଶକ୍ତିକୁ ମଜଭୁତ କରିବା ପାଇଁ ଆଉ ପାଦେ ଆଗକୁ ବଢୁଛି । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାର ଏକ ବଡ଼ ପଦକ୍ଷେପ ସ୍ୱରୂପ ଭାରତ ଏକ ଦୂରଗାମୀ ଆତ୍ମଘାତୀ ଡ୍ରୋନ୍ (ସୁଇସାଇଡ୍ ଡ୍ରୋନ୍) ନିର୍ମାଣ କରିବାକୁ ଯୋଜନା କରୁଛି । ଯାହାର ମାରକ କ୍ଷମତା ୯୦୦ କିଲୋମିଟରରୁ ଅଧିକ । ଭାରତୀୟ ସେନା ପକ୍ଷରୁ ଏହି ପ୍ରକଳ୍ପ ପାଇଁ ଆଗ୍ରହୀ କମ୍ପାନୀମାନଙ୍କଠାରୁ ସୂଚନା (RFI) ଆହ୍ୱାନ କରାଯାଇଛି । ଯାହାପରେ ଦେଶର ଅନେକ ପ୍ରତିରକ୍ଷା କମ୍ପାନି ଏହି ଦୌଡ଼ରେ ସାମିଲ ହୋଇଛନ୍ତି ।
#UPDATE | SOLAR INDUSTRIES LEADS THE WAY 🚀
— Alpha Defense™🇮🇳 (@alpha_defense) July 13, 2025
Nagpur based Solar Industries India Limited
(@solar_ind_group) is currently in the lead for the Joint Collaboration with CSIR-NAL on their 900+KM Loitering Munition Project.
They had scored the highest in the Combined Technical Cum… pic.twitter.com/0Dz9TXl2yJ
ଏହି ପ୍ରତିଯୋଗିତାରେ ସବୁଠାରୁ ଆଗରେ ରହିଛି ସ୍ୱଦେଶୀ "ପିନାକା" ମଲ୍ଟି-ବ୍ୟାରେଲ୍ ରକେଟ୍ ଲଞ୍ଚର୍ ନିର୍ମାଣ କରିଥିବା କମ୍ପାନି । ନାଗପୁର ସ୍ଥିତ ସୋଲାର ଇଣ୍ଡଷ୍ଟ୍ରିଜ୍ ଏବଂ ଏହାର ସହାୟକ କମ୍ପାନି ଇକୋନୋମିକ୍ ଏକ୍ସପ୍ଲୋସିଭ୍ ଲିମିଟେଡ୍ ଏହି ପ୍ରକଳ୍ପ ପାଇଁ ନିଜର ଦାବିଦାରୀ ଜାହିର କରିଛନ୍ତି । ଏହି କମ୍ପାନିଗୁଡ଼ିକ ପୂର୍ବରୁ ପିନାକା ଭଳି ସଫଳ ପ୍ରକଳ୍ପରେ ନିଜର ଦକ୍ଷତା ପ୍ରମାଣିତ କରିସାରିଛନ୍ତି ।
ଏହି ଆତ୍ମଘାତୀ ଡ୍ରୋନ୍, ଯାହାକୁ 'ଲୋଇଟରିଂ ମ୍ୟୁନିସନ୍' ମଧ୍ୟ କୁହାଯାଏ । ଏହା ଏକାଧାରରେ ଡ୍ରୋନ୍ ଓ ମିସାଇଲର କାମ କରିଥାଏ । ଏହା ଶତ୍ରୁ ପକ୍ଷର ଆକାଶରେ ବହୁ ସମୟ ଧରି ଘୂରି ବୁଲିବା ସହ ସଠିକ୍ ଲକ୍ଷ୍ୟ ଚିହ୍ନଟ କରି ନିଜେ ହିଁ ଟାର୍ଗେଟ୍ ସହ ପିଟି ହୋଇ ତାକୁ ଧ୍ୱଂସ କରିଦେବ । ୯୦୦ କିଲୋମିଟରରୁ ଅଧିକ ରେଞ୍ଜର ଏହି ଡ୍ରୋନ୍ ଭାରତୀୟ ସେନାକୁ ଶତ୍ରୁ ପକ୍ଷର ଅତି ଗଭୀରରେ ଥିବା ଗୁପ୍ତ ଠିକଣାଗୁଡ଼ିକୁ ମଧ୍ୟ ସଠିକତାର ସହ ନଷ୍ଟ କରିବାରେ ସାହାଯ୍ୟ କରିବ ।
ବଦଳୁଥିବା ଯୁଦ୍ଧ କୌଶଳରେ ଡ୍ରୋନ୍ର ଗୁରୁତ୍ୱ ବୃଦ୍ଧି ପାଉଥିବା ବେଳେ ଏହି ପ୍ରକଳ୍ପ ଭାରତର ସାମରିକ ଆଧୁନିକୀକରଣକୁ ଏକ ନୂଆ ଦିଗ ଦେବ ଏବଂ ଦେଶର ପ୍ରତିରକ୍ଷା ସାମର୍ଥ୍ୟକୁ ଆହୁରି ମଜବୁତ କରିବ ।