କନକବ୍ୟୁରୋ: ରୋମାଞ୍ଚକ ସ୍ଥିତିରେ ଭାରତ ବାଲାଂଦେଶ । ଚେନ୍ନାଇରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଦ୍ୱୀତିୟ ଦିନରେ ବାଲାଂଦେଶ ଉପରେ ଭାରି ପଡିଛି ଘରୋଇ ଦଳ । ଭାରତ ପ୍ରଥମ ଇନିଂସରେ ୩୭୬ ରନରେ ଅଲଆଉଟ୍ ହୋଇଥିବା ବେଳେ ସର୍ବାଧିକ ରନ୍ ଅଶ୍ୱିନୀଙ୍କ ବ୍ୟାଟରୁ ଆସିଥିଲା । ୧୧୩ ରନର ଏକ ମୂଲ୍ୟବାନ ଓ ଧୈର୍ଯ୍ୟପୂର୍ଣ୍ଣ ସ୍କୋର କରିଥିଲେ ଅଶ୍ୱିନୀ । 

Advertisment

ବାଲାଂଦେଶ ବୋଲରଙ୍କୁ ଉଚିତ୍ ମୁକାବିଲା କରିପାରିନଥିଲେ ଭାରତୀୟ ଟପ ଅର୍ଡର । କିନ୍ତୁ ଅଶ୍ୱିନୀ ଓ ଜାଡେଜାଙ୍କ ଭାଗିଦାରୀ ଦଳକୁ ବଞ୍ଚାଇବା ସହ ୩୦୦ରୁ ଅଧିକ ରନ କରିବାରେ ସାହାଯ୍ୟ କରିଥିଲା । ସେପଟେ ଆଜି କମାଲ କରୁଛନ୍ତ ଭାରତୀୟ ଦଳ । ନ୍ୟୁଜ୍ ଲେଖା ସୁଦ୍ଧା ବାଲାଂଦେଶ ୫ ଓ୍ୱିକେଟ ହରାଇ ୬୪ ରନ ସଂଗ୍ରହ କରିଛି । ଭାରତ ତରଫରୁ ବୁମରା ଓ ଆକାଶଦୀପ୍ ଦୁଇଟି ଲେଖାଁଏ ଓ୍ୱିକେଟ୍ ଅକ୍ତିଆର କରିଥିଲେ ।