କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚରେ ଦୃଢ଼ ସ୍ଥିତିରେ ଭାରତ । ପ୍ରଥମ ଇନିଂସରେ ଅଗ୍ରଣୀ ନେଇଥିବା ଟିମ୍ ଇଣ୍ଡିଆ ଦ୍ବିତୀୟ ଇନିଂସରେ ରାହୁଲ ଓ ଋଷଭଙ୍କ ଶତକ ବଳରେ ବଡ ସ୍କୋର କରିପାରିଛି । ଇଂଲଣ୍ଡ ଆଗରେ ୩୭୧ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ଭାରତ । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ କୌଣସି ୱିକେଟ୍ ନହରାଇ ୨୧ ରନ୍ କରିଛି । ତେବେ ପ୍ରଥମ ଇନିଂସ ଭଳି ଦ୍ବିତୀୟ ଇନିଂସରେ ମଧ୍ୟ ଶତକ ମାରି ଅନେକ ରେକର୍ଡର ଅଧିକାରୀ ସାଜିଛନ୍ତି ଋଷଭ । ଏହାସହ ଭାରତୀୟ ଦଳ ପାଇଁ ସଙ୍କଟମୋଚକ ସାଜିଛନ୍ତି ଋଷଭ ପନ୍ତ । ଇଂଲଣ୍ଡ ଟେଷ୍ଟ ସିରିଜ ପୂର୍ବରୁ ଦୁର୍ବଳ ଫର୍ମକୁ ନେଇ ଅନେକବାର ସମାଲୋଚନାର ଶିକାର ହୋଇଛନ୍ତି ପନ୍ତ । କିନ୍ତୁ ବିଦେଶ ମାଟିରେ ଇଂଲଣ୍ଡରେ ଗର୍ଜୁଛି ପନ୍ତଙ୍କ ବ୍ୟାଟ୍ । ନୂଆ ରେକର୍ଡ ସହ ପନ୍ତ ପାଲଟିଛନ୍ତି ଟିମ୍ ଇଣ୍ଡିଆର ନୂଆ ସୁପରଷ୍ଟାର ।
ରେକର୍ଡ ବ୍ରେକର ଋଷଭ
୨ଟି ଇନିଂସରେ ୨ଟି ଶତକ ମାରିଲେ ଋଷଭ ପନ୍ତ
ଇଂଲଣ୍ଡ ବିପକ୍ଷରେ ଦମଦାର ଶତକ ହାସଲ କଲେ ଋଷଭ
ଲଗାତାର ୨ଟି ଶତକ ସହ ନୂଆ ରେକର୍ଡର ଅଧିକାରୀ ସାଜିଛନ୍ତି ପନ୍ତ
ଇଂଲଣ୍ଡ ବିପକ୍ଷ ୨ଟି ପାଳିରେ ୨ଟି ଶତକ ମାରିବାରେ ପ୍ରଥମ ଭାରତୀୟ କ୍ରିକେଟର ସାଜିଛନ୍ତି ପନ୍ତ
୨ଟି ଇନିଂସରେ ୨ଟି ଶତକ ମାରିବାରେ ବିଶ୍ବର ଦ୍ବିତୀୟ ୱିକେଟକିପର ହେଉଛନ୍ତି ଋଷଭ
ଏହାପୂର୍ବରୁ ଜିମ୍ବାୱେର ଆଣ୍ଡି ଫ୍ଲାୱାରଙ୍କ ନାଁରେ ଏହି ରେକର୍ଡ ରହିଥିଲା
୨ଟି ଇନିଂସରେ ୨ଟି ଶତକ ହାସଲ କରିବାରେ ୭ମ ଭାରତୀୟ ବ୍ୟାଟର ଋଷଭ
ଋଷଭ ପ୍ରଥମ ପାଳିରେ ୧୩୪ ଓ ଦ୍ବିତୀୟ ପାଳିରେ ୧୧୮ ରନ୍ କରିଛନ୍ତି
ଇଂଲଣ୍ଡ ମାଟିରେ ଏହା ପନ୍ତଙ୍କର ପଞ୍ଚମ ଶତକ
ଇଂଲଣ୍ଡ ମାଟିରେ ସର୍ବାଧିକ ଶତକ ହାସଲକାରୀ ଭାରତୀୟ କ୍ରିକେଟର ତାଲିକାର ୫ମ ସ୍ଥାନରେ ପନ୍ତ
କେ.ଏଲ ରାହୁଲଙ୍କ ସହ ଯୁଗ୍ମ ୫ମ ସ୍ଥାନରେ ରହିଛନ୍ତି ଋଷଭ
ଏହି ଶତକ ସହ ଟେଷ୍ଟ କ୍ୟାରିୟରରେ ୮ମ ଶତକ ହାସଲ କରିଛନ୍ତି ପନ୍ତ
ଭାରତୀୟ ୱିକେଟକିପର ଭାବେ ସର୍ବାଧିକ ଶତକ ହାସଲକାରୀ କ୍ରିକେଟର ଋଷଭ ପନ୍ତ