କନକ ବ୍ୟୁରୋ: ଚୀନକୁ ହରାଇ ଫାଇନାଲରେ ପହଁଚିଲା ଭାରତ । ହକି ଏସିଆ କପ୍ ଫାଇନାଲରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ଶେଷ ସୁପର-୪ ମ୍ୟାଚରେ ଚୀନକୁ ବଡ଼ ବ୍ୟବଧାନରେ ହରାଇ ଦେଇଛି ଭାରତ । ଚୀନ୍ ଦଳ ବିରୋଧରେ ଚମତ୍କାର ପ୍ରଦର୍ଶନ କରି ଭାରତୀୟ ଖେଳାଳିମାନେ ଗୋଟିଏ ପରେ ଗୋଟିଏ ୭ଟି ଗୋଲ ଦେଇଥିଲେ । ହେଲେ ଚୀନ୍ ଗୋଟିଏ ବି ଗୋଲ୍ ଦେବାରେ ସକ୍ଷମ ହୋଇପାରି ନଥିଲା । ଭାରତ ଫାଇନାଲରେ କୋରିଆକୁ ଭେଟିବ । ଆଜି ଫାଇନାଲ ମ୍ୟାଚ୍ ଖେଳାଯିବ । ତେବେ ଦେଖିବା ବାକି ରହିଲା ଭାରତ ଫାଇନାଲରେ ଜିତି ଇତିହାସ ରଚି ପାରୁଛି ନା ନାହିଁ ।
ହକି ଏସିଆ କପ୍ ଫାଇନାଲରେ ଭାରତ: ଶେଷ ଲିଗ୍ ମ୍ୟାଚରେ ଚୀନକୁ ୭-୦ ଗୋଲରେ ଧୋଇଦେଲା ଟିମ୍ ଇଣ୍ଡିଆ
ଚୀନ୍ ଦଳ ବିରୋଧରେ ଚମତ୍କାର ପ୍ରଦର୍ଶନ କରି ଭାରତୀୟ ଖେଳାଳିମାନେ ଗୋଟିଏ ପରେ ଗୋଟିଏ ୭ଟି ଗୋଲ ଦେଇଥିଲେ । ହେଲେ ଚୀନ୍ ଗୋଟିଏ ବି ଗୋଲ୍ ଦେବାରେ ସକ୍ଷମ ହୋଇପାରି ନଥିଲା ।
/kanak/media/media_files/2025/09/07/05-2025-09-07-10-05-05.jpg)