କନକ ବ୍ୟୁରୋ : ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଇମ୍ପାକ୍ଟ ଏଆଇ ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି। ବିଶ୍ୱର ୬୫ଟି ଦେଶ ଏବଂ ୬୦୦ରୁ ଅଧିକ ଷ୍ଟାର୍ଟଅପ୍ ଏଥିରେ ସାମିଲ ହୋଇଛନ୍ତି। 'ସର୍ବଜନ ହିତାୟ' ଲକ୍ଷ୍ୟରେ ଭାରତ ଆଜି ବିଶ୍ୱକୁ ନୂଆ ଦିଶା ଦେଖାଉଛି। କୃଷିଠାରୁ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ଏଆଇ ର ବ୍ୟବହାର କିପରି ସାଧାରଣ ଲୋକଙ୍କ ଜୀବନ ବଦଳାଇବ, ସେନେଇ ଦିଲ୍ଲୀରେ ମାନସ ମନ୍ଥନ ଚାଲିଛି।
ଭାରତର ପ୍ରଯୁକ୍ତିବିଦ୍ୟା ଇତିହାସରେ ନୂତନ ଅଧ୍ୟାୟ। ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆରମ୍ଭ ହୋଇଛି 'ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬'। ଏହି ପାଞ୍ଚ ଦିନିଆ ବିଶ୍ୱସ୍ତରୀୟ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦଘାଟନ କରିଛନ୍ତି । ଏହି ସମ୍ମିଳନୀରେ ପ୍ରାୟ ୬୫ଟି ଦେଶ ଅଂଶଗ୍ରହଣ କରିବେ, ଯେଉଁଥିରେ ୬୦୦ରୁ ଅଧିକ ଷ୍ଟାର୍ଟଅପ୍ ଯୋଗଦେବେ। ସମ୍ମିଳନୀରେ ବିଶ୍ୱର ଅନେକ ନେତା ଅଂଶଗ୍ରହଣ କରିବେ। ବୈଦେଶିକ ମନ୍ତ୍ରଣାଳୟ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଭାରତ ଆସୁଥିବା ଅନ୍ୟ ଦେଶର ନେତାଙ୍କ ତାଲିକା ପ୍ରକାଶ କରିଛି। ଏଥିରେ କିଏ କେଉଁଠାରେ ଏବଂ କେଉଁ ସମୟରେ ପହଞ୍ଚିବେ ତାହା ମଧ୍ୟ ସୂଚନା ଦିଆଯାଇଛି। ବୈଦେଶିକ ମନ୍ତ୍ରଣାଳୟ ଦ୍ବାରା ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ କାଲି ଭାରତୀୟ ସମୟ ରାତି ୧ ଟାରେ ମୁମ୍ବାଇରେ ପହଞ୍ଚିବେ। ଏଷ୍ଟୋନିଆ ରାଷ୍ଟ୍ରପତି ଆଲାର କରିସ୍ ମଧ୍ୟ କାଲି ସକାଳ ୫ଟା୧୦ ରେ ଆଇଜିଆଇ ବିମାନବନ୍ଦରରେ ପହଞ୍ଚିବେ।
ଜିପିଏଆଇ ସମ୍ମିଳନୀରେ ମୋଦୀଙ୍କ ଉଦବୋଧନ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ଦେଲେ ଏଭଳି ମତ
ଏନପିସିଆଇ ଏଆଇ ସମିଟ୍ ୨୦୨୬ ରେ ବିଦେଶୀ ପ୍ରତିନିଧିମାନଙ୍କ ପାଇଁ 'ୟୁପିଆଇ ୱାନ୍ ୱାର୍ଲ୍ଡ' ୱାଲେଟ୍ ସେବା ଆରମ୍ଭ କରିଛି । ଏହା ଏକ ପାଇଲଟ୍ ପଦକ୍ଷେପ ଏବଂ ଫେବୃଆରୀ ୧୬ ରୁ ୨୦ ପର୍ଯ୍ୟନ୍ତ ସମ୍ମିଳନୀରେ ଯୋଗ ଦେଉଥିବା ୪୦ ରୁ ଅଧିକ ଦେଶର ପରିଦର୍ଶକଙ୍କ ପାଇଁ ଉପଲବ୍ଧ ହେବ।
କେଉଁମାନେ ଆସିବେ ଏଆଇ ସମିଟ୍କୁ
ଫ୍ରାନ୍ସ ରାଷ୍ଟ୍ରପତି, ବ୍ରାଜିଲ୍ ରାଷ୍ଟ୍ରପତି, ଆବୁଧାବୀ ପ୍ରିନ୍ସ, କ୍ରୋଏସିଆ ପ୍ରଧାନମନ୍ତ୍ରୀ, ଇଷ୍ଟୋନିଆ ରାଷ୍ଟ୍ରପତି, ମରିସସ୍ ପ୍ରଧାନମନ୍ତ୍ରୀ, ସ୍ପେନ୍ ରାଷ୍ଟ୍ରପତି, ନେଦରଲାଣ୍ଡସ୍ ପ୍ରଧାନମନ୍ତ୍ରୀ ଯୋଗଦେବେ, ଟାଟା କନସଲଟନ୍ସି ସିଓଓ, ଚିଫ୍ ଏଆଇ ଅଫିସର(ମେଟା), ମାଇକ୍ରୋସଫ୍ଟ ଅଧ୍ୟକ୍ଷ,ଓପନ ଏଆଇ ସିଇଓ ଏନଭିଡ଼ିଆ ପ୍ରତିଷ୍ଠାତା ,ବିଲ୍ ଗେଟ୍ସ,ଆଡୋଭ୍ (ସିଇଓ),ସୁନ୍ଦର ପିଚାଇ
Follow Us