ଭାରତ-ପାକ୍ ଯୁଦ୍ଧରେ ଭାରତର ବିଜୟ ହୋଇଛି : ଅଷ୍ଟ୍ରେଲିୟାନ୍ ସାମରିକ ବିଶେଷଜ୍ଞ ଖୋଲିଲେ ପାକିସ୍ତାନର ପୋଲ

Advertisment

ପାକିସ୍ତାନର ମୁଖା ଖୋଲିଦେଲେ ଜଣେ ଅଷ୍ଟ୍ରେଲିୟାନ୍ ସାମରିକ ବିଶେଷଜ୍ଞ ଟମ୍ କୁପର୍ । ପାକିସ୍ତାନର ଫମ୍ପା ଏବଂ ମିଥ୍ୟା ଦାବି ଉପରେ ଶାହବାଜ ସରିଫ ସରକାରଙ୍କୁ ଆଇନା ଦେଖାଇଛନ୍ତି ଏହି ଅଷ୍ଟ୍ରେଲିୟାନ୍ ବିଶେଷଜ୍ଞ

Updated On

ପାକିସ୍ତାନର ମୁଖା ଖୋଲିଦେଲେ ଜଣେ ଅଷ୍ଟ୍ରେଲିୟାନ୍ ସାମରିକ ବିଶେଷଜ୍ଞ ଟମ୍ କୁପର୍ । ପାକିସ୍ତାନର ଫମ୍ପା ଏବଂ ମିଥ୍ୟା ଦାବି ଉପରେ ଶାହବାଜ ସରିଫ ସରକାରଙ୍କୁ ଆଇନା ଦେଖାଇଛନ୍ତି ଏହି ଅଷ୍ଟ୍ରେଲିୟାନ୍ ବିଶେଷଜ୍ଞ

ଅଦ୍ୟତନ ହୋଇଛି
Bijay

Photograph: (KanakNews )

କନକ ବ୍ୟୁରୋ, ପାକିସ୍ତାନର ମୁଖା ଖୋଲିଦେଲେ ଜଣେ ଅଷ୍ଟ୍ରେଲିୟାନ୍ ସାମରିକ ବିଶେଷଜ୍ଞ ଟମ୍ କୁପର୍ । ପାକିସ୍ତାନର ଫମ୍ପା ଏବଂ ମିଥ୍ୟା ଦାବି ଉପରେ ଶାହବାଜ ସରିଫ ସରକାରଙ୍କୁ ଆଇନା ଦେଖାଇଛନ୍ତି ଏହି ଅଷ୍ଟ୍ରେଲିୟାନ୍ ବିଶେଷଜ୍ଞ । ସେ କେବଳ ୩-୪ ଦିନ ଧରି ଚାଲିଥିବା ଏହି ଅପରେସନକୁ ଭାରତର ବିଜୟ ଭାବରେ ବର୍ଣ୍ଣନା କରିଛନ୍ତି ତା ନୁହେଁ, ପାକିସ୍ତାନ କେଉଁଭଳି ଭାବେ ସିଜଫାୟାର ପାଇଁ ଗୁହାରି କରିଥିଲା ତାହା ସମସ୍ତଙ୍କ ସମ୍ନାକୁ ଆଣିଛନ୍ତି । କହିଛନ୍ତି, ପାକିସ୍ତାନର ଯୁଦ୍ଧବିରତି ପାଇଁ ଆବେଦନ ଆଶ୍ଚର୍ଯ୍ୟଜନକ ନୁହେଁ କାରଣ ସେ ଏତେ କ୍ଷତି ସହିଛି ଯେ ସେ ବହୁତ ଭୟଭୀତ ହୋଇଯାଇଛି ।

କିଏ ଟମ୍ କପୁର ? 
ଟମ୍ କୁପର୍ ବିଶ୍ୱର ସବୁଠାରୁ ସମ୍ମାନିତ ଯୁଦ୍ଧ ଇତିହାସକାରମାନଙ୍କ ମଧ୍ୟରୁ ଜଣେ । ସେ ଜଣେ ବିଶ୍ଳେଷକ, ଲେଖକ ଏବଂ ମଧ୍ୟପ୍ରାଚ୍ୟରୁ ଦକ୍ଷିଣ ଏସିଆ ପର୍ଯ୍ୟନ୍ତ ବାୟୁ ଯୁଦ୍ଧର ବିଶେଷଜ୍ଞ । ମେ ୬ ଏବଂ ୭ ରାତିରେ ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିବା ପରେ, ପାକିସ୍ତାନ ଅନେକ ଭାରତୀୟ ସହରରେ ସାମରିକ ଘାଟି ଉପରେ ଆକ୍ରମଣ କରିବାକୁ ଏକ ବିଫଳ ପ୍ରୟାସ କରିଥିଲା । ଭାରତ ମଧ୍ୟ ଏହି କାର୍ଯ୍ୟାନୁଷ୍ଠାନର ଉଚିତ ଜବାବ ଦେଇଥିଲା । ଟମ୍ କୁପର ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଉପରେ ଏକ ବ୍ଲଗ୍ ଲେଖିଛନ୍ତି ।

ଟମ୍ କୁପର କହିଛନ୍ତି, ପାକିସ୍ତାନୀ ସେନା ଭାରତୀୟ ସେନା ବିରୋଧରେ ଠିଆ ହୋଇପାରିବ ନାହିଁ । ଟମ୍ କୁପର କହିଛନ୍ତି, ଭାରତ ଯେଉଁଭଳି ଭାବରେ ପାକିସ୍ତାନରେ ପ୍ରବେଶ କରି ତାଣ୍ଡବ ସୃଷ୍ଟି କଲା, ତାହା ପାକିସ୍ତାନର ପରାଜୟକୁ ଦର୍ଶାଉଛି । ଏହି କାରଣରୁ, ସେ ଯୁଦ୍ଧବିରତି ପାଇଁ ଆମେରିକାକୁ ଅନୁରୋଧ କରିଥିଲେ । ସେ ଭାରତର ଅଭିଯାନକୁ ଏକ ସ୍ପଷ୍ଟ ବିଜୟ ଭାବରେ ବର୍ଣ୍ଣନା କରିଥିଲେ । 

ଟମ୍ କୁପର ଏକ ବ୍ଲଗରେ ଲେଖିଛନ୍ତି, 'ମୁଁ ସବୁବେଳେ ସ୍ପଷ୍ଟ ଭାବରେ କହିଥାଏ ।' ଯେତେବେଳେ ଗୋଟିଏ ପକ୍ଷ ଅନ୍ୟ ପକ୍ଷର ପରମାଣୁ ଅସ୍ତ୍ର ଡିପୋ ଉପରେ ବୋମା ମାରୁଛି ଏବଂ ଅନ୍ୟ ପକ୍ଷ କିଛି କରିବାର ସ୍ଥିତିରେ ନାହିଁ, ସେତେବେଳେ ମୋ ମତରେ ଏହା ଏକ ସ୍ପଷ୍ଟ ବିଜୟ । ଇସଲାମାବାଦ ଯୁଦ୍ଧବିରତି ପାଇଁ ଅପିଲ କରିବା ଆଶ୍ଚର୍ଯ୍ୟଜନକ ନୁହେଁ । 

ଟମ୍ କୁପର୍ ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ ଏହି କାର୍ଯ୍ୟରେ ଭାରତ ପାକିସ୍ତାନଠାରୁ ବହୁତ ଉନ୍ନତ ଥିଲା ଏବଂ ଭାରତ ସମ୍ପୂର୍ଣ୍ଣ ଜିତିଥିଲା । ଟମ୍ କୁପରଙ୍କ ଅନୁଯାୟୀ, ଅୁପରେସନ୍ ସିନ୍ଦୂର ଅତି କମରେ ପାଞ୍ଚ ଜଣ ମୁଖ୍ୟ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ଅନ୍ୟ ୧୪୦ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା । ପାକିସ୍ତାନ ସରକାର ଚୁପ୍ ରହିଲେ, କିନ୍ତୁ ISI ଏହି ଆତଙ୍କବାଦୀମାନଙ୍କୁ ସହିଦ ଘୋଷଣା କଲା ଏବଂ ପାକିସ୍ତାନ ସେନାର ଅଧିକାରୀଙ୍କ ସହିତ ସେମାନଙ୍କୁ ରାଷ୍ଟ୍ର ସମ୍ମାନ ଦେଲା, ଯାହା କହିବା ପାଇଁ ଯଥେଷ୍ଟ ଯେ ଆତଙ୍କବାଦୀମାନଙ୍କର ପାକିସ୍ତାନୀ ସେନା ସହିତ ସିଧାସଳଖ ସମ୍ପର୍କ ଅଛି । 

ଟମ୍ ଆହୁରି ଲେଖିଛନ୍ତି ଯେ, ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତର କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ ସଫଳ ହୋଇଛି ଏବଂ ପାକିସ୍ତାନ ବିଫଳ ହୋଇଛି । ସେ କହିଛନ୍ତି,  ଭାରତ କେବଳ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିନାହିଁ ବରଂ ପାକିସ୍ତାନର ଆକ୍ରମଣକୁ ଦକ୍ଷତାର ସହିତ ନିସ୍କ୍ରିୟ କରିଛି । ପାକିସ୍ତାନର ଆକ୍ରମଣ ଭାରତର ବାୟୁ ପ୍ରତିରକ୍ଷା ପ୍ରଣାଳୀ S-400, ଆକାଶ, ସ୍ପାଇଡର ଏବଂ ବୋଫୋର୍ସକୁ ପରାସ୍ତ କରିପାରିଲା ନାହିଁ । ଟମ୍ କପୁରଙ୍କ ଏହି ବ୍ଲଗ୍ ହିଁ ସ୍ଫଷ୍ଟ କରୁଛି ପାକିସ୍ତାନ କେତେ ସତ ଆଉ କେତେ ମିଛ କହୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe