କନକ ବ୍ୟୁରୋ: ସୀମାରେ ଅଶାନ୍ତି ସୃଷ୍ଚି କରିବାରେ ପାକିସ୍ତାନ ମାହିର । ବିନା କାରଣରେ ଗୁଳିମାଡ଼ କରିବା ସହିକ ଭାରତୀୟ ସେନା ଉପରକୁ ଆକ୍ରମଣ କରୁଥିବା ଅନେକ ସମୟରେ ନଜିର ରହିଛି । ପାକିସ୍ତାନକୁ ଜବାବ ଦେବା ଲାଗି ସେନା ପ୍ରତି ମୁହୂର୍ତ୍ତରେ ସଜାଗ ବି ଥାଏ । ପାକିସ୍ତାନକୁ ପାନେ ଦେବା ଲାଗି ବିଏସଏଫ ବି ରଣନୀତି ପ୍ରସ୍ତୁତ କରିଛି ସତ ହେଲେ ପଡୋଶୀର ଆକ୍ରମଣରେ ଅକାରଣରେ ଜୀବନ ଦେଉଛନ୍ତି ଭାରତୀୟ ଯବାନ । ହେଲେ ଏବେ ସେମିତି ଆଉ ହେବନି । କାରଣ ବିଏସଏଫକୁ ମିଳିବ ପର୍ଶୁରାମଙ୍କ ଅସ୍ତ୍ର । ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା ।

Advertisment

ମହାଭାରତ । କାହିଁକି ପାଣ୍ଡବ ଓ କୌରବଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା ଆପଣଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ଜାଣିଥିବେ । ପୁରାଣଶାସ୍ତ୍ର ଅନୁସାରେ, ଶ୍ରୀକୃଷ୍ଣ ଭଲରେ ଜାଣିଥିଲେ ପାଣ୍ଡବଙ୍କ ଅପେକ୍ଷା କୌରବ ଅଧିକ ଶକ୍ତିଶାଳୀ ଥିଲେ । ସେମାନଙ୍କ ପାଖରେ କର୍ଣ୍ଣଙ୍କ ପରି ଯୋଦ୍ଧା ଥିଲେ । ଖାଲି ଏତିକି ନୁହେଁ ତାଙ୍କ ପାଖରେ ଏକ ଦୁର୍ଲଭ ଅସ୍ତ୍ର ଥିଲା ଯାହା କୌରବ ଓ ପର୍ଶୁରାମ ଚଳାଇବା ଜାଣିଥିଲେ । କୌରବଙ୍କ ପାଖରେ ଥିଲା ଭାର୍ଗବସ୍ତ୍ର ଯାହାର ମୁକାବିଲା ଅର୍ଜୁନ କରିପାରିବେ ନାହିଁ ବୋଲି କହିଥିଲେ । ଇଏ ତ ଥିଲା ପୁରାଣ ଓ ଶାସ୍ତ୍ରର କଥା । ଏବେ କିନ୍ତୁ ଭାରତୀୟ ସେନାକୁ ଭାର୍ଗବସ୍ତ୍ର ମିଳିବାକୁ ଯାଉଛି । ମଙ୍ଗଳବାର ପରୀକ୍ଷାମୂଳକ ଭାବରେ କିଛି ଯବାନଙ୍କୁ ନେଇ ପରୀକ୍ଷା ମଧ୍ୟ କରାଯାଇଛି । କୁହାଯାଉଛି କି, ଏହି ବସ୍ତ୍ର ମିଳିବା ପରେ ସେନାର ଚିନ୍ତା ଦୂର ହେବ ଓ ପାକିସ୍ତାନ ପାନେ ପାଇବ । 

ଅନେକ ସମୟରେ ଦେଖାଯାଉଛି କି, ପାକିସ୍ତାନ ହୀନ ଚକ୍ରାନ୍ତ କରି ଭାରତରେ ଅଶାନ୍ତି ସୃଷ୍ଟି କରୁଛି । ଏମିତିକି ସୀମାକୁ ଲାଗି ରହିଥିବା ପଂଜାବ ପ୍ରଦେଶରେ ଡ୍ରୋନ ସାହାଯ୍ୟରେ ନିଶା କାରବାର ବି ବଢାଉଛି । ଯେଉଁଥି ଲାଗି ଅନେକ ଯୁବକ ଏବେ ନିଶା ଖାଇ ବେକାର ହେଲେଣି । ନିଶା କାରବାରରେ ଆତଙ୍କୀର ପ୍ଲାନ ହେଉଥିବା ବି ଜଣାପଡ଼ିଛି । ହେଲେ ଭାର୍ଗବସ୍ତ୍ର ଆସିବା ପରେ ପାକିସ୍ତାନ ସେନା ଯେଉଁପରି ଭାବରେ ବେଆଇନ କାମ କରୁଛି ସେଥିରେ ରୋକ ଲାଗିପାରିବ ବୋଲି କୁହାଯାଉଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ଓଡ଼ିଶାର ଗୋପାଳପୁରରେ ଏହା ପରୀକ୍ଷା କରାଯାଇଛି । ସେନାକୁ ଏହା ମିଳିବା ପରେ ବେଆଇନ ଡ୍ରୋନ କାରବାର ସଂପୂର୍ଣ୍ଣ ବ୍ୟାନ୍‌ ହୋଇପାରିବ । ସେନାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହାର ପରୀକ୍ଷା କରାଯାଇଥିଲା ଯାହା ଲକ୍ଷକୁ ଅତି ସହଜରେ ଟାର୍ଗେଟ୍‌ ବି କରିପାରୁଛି । 

କମ୍‌ ଖର୍ଚ୍ଚରେ ପ୍ରସ୍ତୁତ ହତିଆର

ଆମେ ସମସ୍ତେ ଜାଣନ୍ତି ସେନା ବଜେଟ୍‌ରେ କୌଣସି ଅଡିଟ୍‌ ହୁଏନାହିଁ । ଅର୍ଥାତ୍‌ ସେନା ଲାଗି ଦେଶ କେତେ ଖର୍ଚ୍ଚ କରେ ତାହା ପ୍ରତ୍ୟକ୍ଷ ଭାବରେ ଜାଣିବା ମୁସ୍କିଲ । ହେଲେ ସେନା ଲାଗି ଯେଉଁ ଭାର୍ଗବସ୍ତ୍ର ତିଆରି କରାଯାଉଛି ସେଥିରେ ଅଳ୍ପ ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡ଼ିଛି । ସେନାକୁ ମିଳିବା ପରେ ଏହା ଶତ୍ରୁ ପକ୍ଷରୁ ହେଉଥିବା ଡ୍ରୋନ୍‌ ଆକ୍ରମଣରୁ ଏହା ରକ୍ଷା କରିପାରିବ । କୁହାଯାଉଛି ୬ କିଲୋମିଟର ପର୍ଯ୍ୟନ୍ତ ଏହା ଲକ୍ଷ୍ୟ ଭେଦ କରିପାରିବ । ହେଲେ ଏବେ ସଙ୍ଗେ ସଙ୍ଗେ ଏହା ସେନାକୁ ମିଳିବ ନାହିଁ । ଆଉ କିଛି ପରୀକ୍ଷା ବାକି ରହିଛି । ସଂପୂର୍ଣ୍ଣ ପରୀକ୍ଷା ସରିବା ପରେ ହିଁ ଏହା ସେନାକୁ ମିଳିବ । 

ସବୁ ଅଂଚଳରେ କାମ କରିବ ଭାର୍ଗବସ୍ତ୍ର

ଭାର୍ଗବସ୍ତ୍ରକୁ ତିଆରି କରିବାରେ ସେନା ଅଧିକ ଟଙ୍କା ଖର୍ଚ୍ଚ କରୁନି । ଅର୍ଥାତ୍‌ ଅଳ୍ପ ଟଙ୍କା ଖର୍ଚ୍ଚରେ ଏହା ତିଆରି କରାଯାଉଛି । ଖାସ କରି ପାକିସ୍ତାନ ଓ ଚୀନ ସେନାରେ ନିୟୋଜିତ ଥିବା ଯବାନମାନେ ଏହାର ବ୍ୟବହାର କରିପାରିବେ । ଆଉ ସୀମାରେ ବେଆଇନ ଡ୍ରୋନ ପ୍ରବେଶ ହେବା ମାତ୍ରେ ପ୍ରତିଆକ୍ରମଣ କରାଯିବ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ପଂଜାବରେ ପାକିସ୍ତାନରୁ ଅନେକ ଡ୍ରୋନ ବେଆଇନ ଭାବରେ ଉଡ଼ାଣ କରୁଛି । ଏଥିଲାଗି ଭୟଙ୍କର ଭାବରେ ନିଶା କାରବାର ବି ବଢିଛି । ଭାଗବସ୍ତ୍ର ପ୍ରୋଟେବଲ ସିଷ୍ଟମ ହୋଇଥିବାରୁ ପାହାଡ଼ିଆ ଅଂଚଳରୁ ଆରମ୍ଭ କରି ନଦୀ ଓ ସମୁଦ୍ର ପାଖରେ ବି ଏହା କାର୍ଯ୍ୟକ୍ଷମ ହୋଇପାରିବ । ଏହା ଭାରତର ପ୍ରଥମ ସ୍ବଦେଶୀ ମାଇକ୍ରୋ କାଉଣ୍ଟର ଡ୍ରୋନ ସିଷ୍ଟମ । ତେବେ ସେନାକୁ ଏହା ମିଳିବା ପରେ ଅତି ଲାଭଦାୟକ ହେବ ବୋଲି କୁହାଯାଉଛି ।