କନକ ବ୍ୟୁରୋ : ଆସନ୍ତା ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ନିଜର ଦାବି ଉପସ୍ଥାପନ କରିଛି । ଅକ୍ଟୋବର ୧, ୨୦୨୪ରେ ଭାରତୀୟ ଅଲିମ୍ପିକ୍ ସଂଘ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ବା ଆଇଓସି ଆନୁଷ୍ଠାନିକ ଭାବେ ଉଦ୍ଦେଶ୍ୟପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି । ତେବେ ଏହି ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ଏକମାତ୍ର ଦାବିଦାର ନୁହେଁ, ତୁର୍କୀ, ଇଣ୍ଡୋନେସିଆ, ଚିଲି ପ୍ରଭୃତି ଦେଶ ଏଥିପାଇଁ ଦାବି ଉପସ୍ଥାପନ କରିଛନ୍ତି । ୨୦୨୪ ଅଲିମ୍ପିକ୍ସ ପ୍ୟାରିସରେ ଖେଳାଯାଇଥିଲା । ଏହାପରେ ପରବର୍ତ୍ତୀ ଅର୍ଥାତ୍ ୨୦୨୮ ଅଲିମ୍ପିକ୍ସ ଆମେରିକାର ଲସ୍ ଆଞ୍ଜେଲସରେ ଖେଳାଯିବ। ୨୦୩୨ ଅଲିମ୍ପିକ୍ କ୍ରୀଡ଼ା ଅଷ୍ଟ୍ରେଲିଆର ବ୍ରିସବେନରେ ଅନୁଷ୍ଠିତ ହେବ । କିନ୍ତୁ ୨୦୩୬ରେ ହେବାକୁ ଥିବା ଅଲିମ୍ପିକ୍ କ୍ରୀଡ଼ା କେଉଁଠି ହେବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଅଲିମ୍ପିକ୍ସ ୨୦୩୬ ପାଇଁ ଭାରତ ବିଡ୍ ଦାଖଲ କରିଛି । ଅକ୍ଟୋବର ୧, ୨୦୨୪ରେ ଭାରତୀୟ ଅଲିମ୍ପିକ୍ ସଂଘ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ବା ଆଇଓସିକୁ ଆନୁଷ୍ଠାନିକ ଭାବେ ଉଦ୍ଦେଶ୍ୟପତ୍ର ପ୍ରଦାନ କରିଥିବାରୁ ଭାରତର ଅଲିମ୍ପିକ୍ସ ଆୟୋଜନ ସମ୍ଭାବନା ବୃଦ୍ଧି ପାଇଛି । ଭାରତର ଅହମଦାବାଦରେ ଏହାର ଆୟୋଜନ ପାଇଁ ଲକ୍ଷ୍ୟ ରଖାଯାଇଛି । ଗତବର୍ଷ ଅର୍ଥାତ୍ ଅକ୍ଟୋବର ୨୦୨୩ରେ ଭାରତ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିର ୧୪୧ତମ ଅଧିବେଶନ ଆୟୋଜନ କରିଥିଲା । ତିନି ଦିନିଆ ଏହି ଅଧିବେଶନ ଉଦଘାଟନୀ ଅଧିବେଶନ