ଭାରତ ଭୟରେ ଥରୁଛି ଶତ୍ରୁ ଦେଶ ପାକିସ୍ତାନ: ଅଧା ରାତିରେ ପାକିସ୍ତାନ ବଦଳାଇଲା ଇତିହାସ

Advertisment

ପହଲଗାମ୍ ଆକ୍ରମଣ ପରେ ଏବେ ଭୟରେ ଥରୁଛି ପାକିସ୍ତାନ । ସ୍ଥିତି ଏମିତି ହେଲାଣି ଯେ, ରାତି ଅଧରେ ପାକିସ୍ତାନ ନିଜ ଇତିହାସ ବଦଳେଇବାକୁ ବି ପଛାଇନି । ଖାସ୍ କରି ଆତଙ୍କବାଦୀଙ୍କ ଚରାଭୂଇଁ ପାଲଟିଥିବା ପାକିସ୍ତାନକୁ, ଏବେ ଘାରିଛି ଏୟାରଷ୍ଟ୍ରାଇକ୍ ଭୟ । ପ୍ରଥମେ ସିନ୍ଧୁ ଜଳଚୁକ୍ତି ବନ୍ଦ କରି ଜଳ ପ୍ରହାର, ଆଉ ଏୟାରସ୍ପେଶ୍ ବନ୍ଦ କରି ବାୟୁ ପ୍ରହାର କରିସାରିଛନ୍ତି ଭାରତ ସରକାର

ପହଲଗାମ୍ ଆକ୍ରମଣ ପରେ ଏବେ ଭୟରେ ଥରୁଛି ପାକିସ୍ତାନ । ସ୍ଥିତି ଏମିତି ହେଲାଣି ଯେ, ରାତି ଅଧରେ ପାକିସ୍ତାନ ନିଜ ଇତିହାସ ବଦଳେଇବାକୁ ବି ପଛାଇନି । ଖାସ୍ କରି ଆତଙ୍କବାଦୀଙ୍କ ଚରାଭୂଇଁ ପାଲଟିଥିବା ପାକିସ୍ତାନକୁ, ଏବେ ଘାରିଛି ଏୟାରଷ୍ଟ୍ରାଇକ୍ ଭୟ । ପ୍ରଥମେ ସିନ୍ଧୁ ଜଳଚୁକ୍ତି ବନ୍ଦ କରି ଜଳ ପ୍ରହାର, ଆଉ ଏୟାରସ୍ପେଶ୍ ବନ୍ଦ କରି ବାୟୁ ପ୍ରହାର କରିସାରିଛନ୍ତି ଭାରତ ସରକାର

India Gripped by Fear as Pakistan Makes Historic Move at Midnight

India Gripped by Fear as Pakistan Makes Historic Move at Midnight Photograph: (KanakNews )

କନକ ବ୍ୟୁରୋ: ପହଲଗାମ୍ ଆକ୍ରମଣ ପରେ ଏବେ ଭୟରେ ଥରୁଛି ପାକିସ୍ତାନ । ସ୍ଥିତି ଏମିତି ହେଲାଣି ଯେ, ରାତି ଅଧରେ ପାକିସ୍ତାନ ନିଜ ଇତିହାସ ବଦଳେଇବାକୁ ବି ପଛାଇନି । ଖାସ୍ କରି ଆତଙ୍କବାଦୀଙ୍କ ଚରାଭୂଇଁ ପାଲଟିଥିବା ପାକିସ୍ତାନକୁ, ଏବେ ଘାରିଛି ଏୟାରଷ୍ଟ୍ରାଇକ୍ ଭୟ । ପ୍ରଥମେ ସିନ୍ଧୁ ଜଳଚୁକ୍ତି ବନ୍ଦ କରି ଜଳ ପ୍ରହାର, ଆଉ ଏୟାରସ୍ପେସ୍ ବନ୍ଦ କରି ବାୟୁ ପ୍ରହାର କରିସାରିଛନ୍ତି ଭାରତ ସରକାର । ଆଉ ଏବେ ପାକିସ୍ତାନର ଗୋଟିଏ ମାତ୍ର ଭୟ, କେବେ ବି ତା ଉପରେ ହେଇପାରେ ଜୋରଦାର ଆଟାକ୍ ।

ପାକିସ୍ତାନର ଏ ଭୟ ଭିତରେ, ସେ ତା ଇତିହାସ ବି ସେ ନିଜେ ବଦଳାଇଦେଇଛି । ଯାହା କେବେ ହେଇନଥିଲା, ତାହା ଏବେ ହେଇଛି । ପ୍ରଥମ ଥର ପାଇଁ ଆଇଏସଆଇ ଚିଫ୍ ଥିବା ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ଅସୀମଙ୍କୁ ଏନଏସଏ ନିଯୁକ୍ତ କରିଛି ପାକିସ୍ତାନ । ହେଲେ ନୂଆ କଥା ହେଲା, ଦେଶର ଏତେ ବଡ଼ ପୋଷ୍ଟକୁ ରାତି ଅଧରେ ଅସୀମଙ୍କ ହାତକୁ ଟେକି ଦେଇଛି ପାକିସ୍ତାନ ।

ପାକିସ୍ତାନ ଇତିହାସରେ ପ୍ରଥମ ଥର ପାଇଁ ଆଇଏସଆଇ ଚିଫକୁ ଏନଏସଏ ବା ଦେଶର ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି । ବୁଧବାର ଅଧ ରାତିରେ ପାକିସ୍ତାନ ଏହି ନୋଟିଫିକେସନ୍ ଜାରି କରିବା ସହିତ ମହମ୍ମଦ ଅସୀମଙ୍କୁ ଏହି ଦାୟିତ୍ୱ ଦେଇଛି । ବର୍ତ୍ତମାନ ସେ ଆଇଏସଆଇ ଚିଫ୍ ରହିବା ସହିତ ଅତିରିକ୍ତ ଭାବେ ଦେଶର ସୁରକ୍ଷା ପରାମର୍ଶଦାତା ରହିବେ । ହେଲେ ଏହା ଭିତରେ ବି ପାକିସ୍ତାନର ଭୟ କମ୍ ହେଇନି । କୌଣସି ବି ମୁହୂର୍ତ୍ତରେ ତା ଉପରେ ଆକ୍ରମଣ ହେବାର ଭୟ ଏବେ ବି ତାକୁ ଖାଇ ଚାଲିଛି ।

ଏହା ପୂର୍ବରୁ ମଧ୍ୟ ଭାରତକୁ ନେଇ ପାକିସ୍ତାନ କେମିତି ଛାନିଆ ଥିଲା, ସେ ଖବର ସାମ୍ନାକୁ ଆସିଥିଲା । ରାତି ଅଧରେ ପ୍ରେସମିଟ୍ ଡାକି ଭାରତ କୌଣସି ବି ମୁହୂର୍ତ୍ତରେ ଆକ୍ରମଣ କରିପାରେ ବୋଲି କହିଥିଲେ ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ । ଭାରତ ୨୪ରୁ ୩୬ ଘଣ୍ଟା ଭିତରେ ଆକ୍ରମଣ କରିବା ନେଇ ସେ ଦାବି କରିଥିଲେ । ଏହାସହ ଅନ୍ୟପଟେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ମହମ୍ମଦ ସରିଫ୍ ଭାରତକୁ ନାଲିଆଖି ଦେଖାଇଥିଲେ । ପାକିସ୍ତାନ ସତର୍କ ଆଉ ସଜାଗ ଅଛି, ତେଣୁ ଯଦି ଭାରତ ଆକ୍ରମଣ କରେ ତେବେ ପାକିସ୍ତାନ ବି ଏହାର ଜବାବ ଦେବ ବୋଲି ସେ କହିଥିଲେ । ହେଲେ ଏତେ ସବୁ ପରେ ବି, ଭାରତ ଭୟରେ ପାକିସ୍ତାନ ନିଜର ଇତିହାସକୁ ବଦଳେଇ ରାତି ଅଧରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ନିଯୁକ୍ତ କରିବା ଚର୍ଚ୍ଚା ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe