କନକ ବ୍ୟୁରୋ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଋଷରୁ ତୈଳ ଆମଦାନୀ ବନ୍ଦ କରିବା ସମ୍ଭାବନାକୁ ସ୍ୱାଗତ କରିଛନ୍ତି, ଏହାକୁ ‘ଭଲ ପଦକ୍ଷେପ’ ବୋଲି ଟ୍ରମ୍ପ ଗଣମାଧ୍ୟମ ଆଗରେ କହିଛନ୍ତି । ୟୁକ୍ରେନ ଯୁଦ୍ଧ ମଧ୍ୟରେ ଋଷର ଆୟକୁ ହ୍ରାସ କରିବା ପାଇଁ ଆମେରିକା ଋଷରୁ ତୈଳ କିଣୁଥିବା ଦେଶମାନଙ୍କ ଉପରେ ରାଜନୈତିକ ଚାପ ବଢ଼ାଇଛି । ଭାରତ, ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଆମଦାନୀକାରୀ, ୨୦୨୨ରେ ପ୍ରତିବନ୍ଧକ ପରେ ଋଷରୁ ରିହାତି ମୂଲ୍ୟରେ ତୈଳ କିଣୁଛି ଭାରତ । 

Advertisment

ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଭାରତୀୟ ରାଷ୍ଟ୍ରାୟତ୍ତ ରିଫାଇନାରୀଗୁଡ଼ିକ ରିହାତି ହ୍ରାସ ଓ ପରିବହନ ସମସ୍ୟା କାରଣରୁ ରୁଷ୍‌ରୁ ତୈଳ କିଣା ଅସ୍ଥାୟୀ ଭାବେ ବନ୍ଦ କରିଛନ୍ତି। ରୁଷ ଠାରୁ  ତୈଳ ଆମଦାନୀ ବନ୍ଦ ଖବରକୁ ବୈଦେଶିକ ମନ୍ତ୍ରାଳୟ ଖଣ୍ଡନ କରିଥି ସୂଚନା। ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଭାରତ ଉପରେ ୨୫% ଶୁଳ୍କ ଓ ଜରିମାନା ଘୋଷଣା ପରେ ଆସିଛି ।


ଟ୍ରମ୍ପ ଭାରତର ରୁଷ୍‌ ତୈଳ ଆମଦାନୀ ବନ୍ଦ ଖବରକୁ ‘ଭଲ ପଦକ୍ଷେପ’ କହିଛନ୍ତି
ଆମେରିକା ରୁଷ୍‌ର ଆୟ ହ୍ରାସ ପାଇଁ ଭାରତ ଉପରେ ଚାପ ବଢ଼ାଇଛି
ଭାରତ ୨୦୨୨ରୁ ରୁଷ୍‌ରୁ ରିହାତି ଦରରେ ତୈଳ କିଣୁଛି
ରିହାତି ହ୍ରାସ ଓ ପରିବହନ ସମସ୍ୟା କାରଣରୁ ଆମଦାନୀ ବନ୍ଦ
ଭାରତ ସରକାର ଏହି ଖବରକୁ ନିଶ୍ଚିତ କରିନାହାନ୍ତି
ଟ୍ରମ୍ପ ଭାରତ ଉପରେ ୨୫% ଶୁଳ୍କ ଓ ଜରିମାନା ଘୋଷଣା କରିଛନ୍ତି