କନକ ବ୍ୟୁରୋ : ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ । ହରଭିନ୍ଦର ସିଂହ ଜିତିଲେ ସ୍ବର୍ଣ୍ଣ ପଦକ । ତୀରନ୍ଦାଜି ଇଭେଣ୍ଚରରେ ବାଜିମାତ କଲେ ହରଭିନ୍ଦର ସିଂହ । ଫାଇନାଲରେ ପୋଲାଣ୍ଡର ଖେଳାଳି ଲୁକାଜ୍ ସିଜେକଙ୍କୁ ୬-୦ରେ ପରାସ୍ତ କରିଛନ୍ତି । ପାରାଅଲିମ୍ପିକ୍ସ ଇତିହାସରେ ଭାରତ କେବେ ବି ତୀରନ୍ଦାଜିରୁ ସ୍ବର୍ଣ୍ଣ ପଦକ ଜିତିନଥିଲା । ପୁରୁଷ ଇଣ୍ଡିଭିଜୁଆଲ୍ ଇଭେଣ୍ଡରରେ ହରଭିନ୍ଦର କ୍ରମାଗତ ୫ ବିଜୟ ସହ ସେ ଏହି ସଫଳତା ହାସଲ କରିଛନ୍ତି । ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଏହାସହ ଭାରତର ମୋଟ ପଦକ ସଂଖ୍ୟା ୨୪ରେ ପହଞ୍ଚିଛି । ଭାରତ ଖାତାରେ ୫ ସ୍ବର୍ଣ୍ଣ , ୯ ରୌପ୍ୟ ଓ ୧୦ ବ୍ରୋଂଜ ପଦକ ରହିଛି  । ଐତିହାସିକ ସ୍ବର୍ଣ୍ଣ ବିଜୟ ପାଇଁ ହରଭିନ୍ଦରଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଏହା ଏକ ଅତି ସ୍ବତନ୍ତ୍ର ପଦକ ବୋଲି ମୋଦୀ ପ୍ରକାଶ କରିଛନ୍ତି ।