ଭାରତ ମହାସାଗରରେ ଇରାନ ଜାହାଜକୁ ଆଶ୍ରୟ ଦେଇଛି ଭାରତ, ରାଜ୍ୟସଭାରେ ସୂଚନା ଦେଲେ ବୈଦେଶିକ ମନ୍ତ୍ରୀ

Advertisment

ବୈଦେଶିକ ମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ କହିଛନ୍ତି ଯେ ହିନ୍ଦ ମହାସାଗରରେ ଥିବା ଇରାନର ତିନୋଟି ଜାହାଜ ମଧ୍ୟରୁ ଗୋଟିଏକୁ ଇରାନର ଅନୁରୋଧ କ୍ରମେ ଭାରତ ଆଶ୍ରୟ ଦେଇଛି ।

ବୈଦେଶିକ ମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ କହିଛନ୍ତି ଯେ ହିନ୍ଦ ମହାସାଗରରେ ଥିବା ଇରାନର ତିନୋଟି ଜାହାଜ ମଧ୍ୟରୁ ଗୋଟିଏକୁ ଇରାନର ଅନୁରୋଧ କ୍ରମେ ଭାରତ ଆଶ୍ରୟ ଦେଇଛି ।

Jaishankar

Jaishankar Photograph: (Kanak News)

କନକ ବ୍ୟୁରୋ: ଆଜିଠାରୁ ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି, ଯାହା ବେଶ୍ ସରଗରମ ହେବାର ସଙ୍କେତ ଦେଉଛି । ଏହି ପର୍ଯ୍ୟାୟର ପ୍ରଥମ ଦିନରେ ହିଁ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ପଦରୁ ହଟାଇବା ପାଇଁ ଏକ ପ୍ରସ୍ତାବ ଆସିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଶାସକ ବିଜେପି ଏବଂ ବିରୋଧୀ କଂଗ୍ରେସ ଉଭୟ ନିଜ ନିଜ ସାଂସଦମାନଙ୍କୁ ତିନି ଧାଡ଼ିଆ 'ହ୍ୱିପ୍' ଜାରି କରି ଗୃହରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ, ଇରାନରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ପ୍ରଭାବ ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ରାଜ୍ୟସଭାରେ ବିବୃତି ରଖିଛନ୍ତି । ସେ କହିଛନ୍ତି ଯେ ଭାରତ ନିଜର ଶକ୍ତି ଆବଶ୍ୟକତାକୁ ନେଇ ସତର୍କ ଅଛି ଏବଂ ଉପସାଗରୀୟ ଦେଶରେ ରହୁଥିବା ପ୍ରତ୍ୟେକ ଭାରତୀୟଙ୍କ ସୁରକ୍ଷା ପାଇଁ ସରକାର ପ୍ରତିବଦ୍ଧ । ଜୟଶଙ୍କର ସ୍ପଷ୍ଟ କରିଛନ୍ତି ଯେ ଭାରତ ସବୁବେଳେ ଶାନ୍ତି ଏବଂ ଆଲୋଚନା ମାଧ୍ୟମରେ ସମାଧାନ ଚାହେଁ ।

ଆହୁରି ପଢ଼ନ୍ତୁ... ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ: ସୁରୁଖୁରରେ ଚାଲିଛି ପ୍ରଶ୍ନକାଳ

ବୈଦେଶିକ ମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ କହିଛନ୍ତି ଯେ ହିନ୍ଦ ମହାସାଗରରେ ଥିବା ଇରାନର ତିନୋଟି ଜାହାଜ ମଧ୍ୟରୁ ଗୋଟିଏକୁ ଇରାନର ଅନୁରୋଧ କ୍ରମେ ଭାରତ ଆଶ୍ରୟ ଦେଇଛି । ସେଠାରେ ଥିବା ଭାରତୀୟ ଦୂତାବାସ ନିରନ୍ତର ଭାବେ ନାଗରିକଙ୍କ ସହ ସମ୍ପର୍କରେ ରହିଛି । ଗୃହର ଏହି ଅଧିବେଶନରେ ଉଭୟ ଆଭ୍ୟନ୍ତରୀଣ ରାଜନୀତି ଏବଂ ବୈଦେଶିକ ନୀତିକୁ ନେଇ ଜୋରଦାର ଆଲୋଚନା ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe